୧୬ ବର୍ଷରେ ରାଜନେତା !

୧୬ ବର୍ଷରେ ରାଜନେତା !
Ipsita Picture
By: Ipsita
Published On

 

ଅବିନ୍ ଅଲ୍-ଜାଜାଉ' ବା 'ଦି ୱଣ୍ଡର ଅଫ୍ ଜାରିଆ' ନାମରେ ଜଣାଶୁଣା ନାଇଜେରିଆର ଶାସକ ଦଳ 'ଅଲ୍ ପ୍ରୋଗ୍ରେସିଭ୍ କଂଗ୍ରେସ'ର ପ୍ରାର୍ଥୀ ମହମ୍ମୁଦ ସାଦିସ୍ ବାବାଙ୍କ ବୟସକୁ ନେଇ ସମ୍ପ୍ରତି ଏକ ବଡ଼ ବିବାଦ ମୁଣ୍ଡଟେକିଛି । ସାବୋନ୍ ଗାରି ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ପ୍ରକ୍ରିୟା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବାବା ଚର୍ଚ୍ଚାକୁ ଆସିଥିଲେ। ଯେଉଁଥିରେ ସେ ନିଜର ବୟସ ୩୦ ବର୍ଷ ବୋଲି ଦାବି କରିବା ସହ ତାଙ୍କର ଶିଶୁ ସଦୃଶ ଚେହେରା ବାମନ କାରଣରୁ ହୋଇଛି ବୋଲି କହିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ପାସପୋର୍ଟ, ଜନ୍ମ ପ୍ରମାଣପତ୍ର ଓ ସ୍କୁଲ ରେକର୍ଡ ସୋସିଆଲ ମିଡିଆରେ ଲିକ୍ ହେବା ପରେ ଜଣାପଡ଼ିଥିଲା ଯେ, ସେ ୧୯୯୫ ନୁହେଁ ବରଂ ୨୦୧୦ ମସିହାରେ ଜନ୍ମଗ୍ରହଣ କରିଛନ୍ତି । ତାଙ୍କ ବୟସ ମାତ୍ର ୧୫-୧୬ ବର୍ଷ, ଯାହା ତାଙ୍କୁ ସଂସଦୀୟ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ କରୁଛି । ଆରମ୍ଭରୁ ଦଳ ଏହାକୁ ବିରୋଧୀଙ୍କ ପ୍ରୋପାଗାଣ୍ଡା କହି ତାଙ୍କର ସମର୍ଥନ କରିଥିଲେ । ହେଲେ ଅଧିକ ପ୍ରମାଣ ମିଳିବା ପରେ ଶେଷରେ ବୟସ ଜାଲିଆତି ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା। ବିବାଦ ଉଗ୍ର ରୂପ ନେବା ପରେ, ଦଳୀୟ ନେତା ଓ ହିତଗ୍ରାହୀଙ୍କ ବୁଝାମଣା ପରେ ମହମ୍ମୁଦ ସାଦିସ୍ ବାବା ନିଜେ ଦଳୀୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖି ନିର୍ବାଚନ ଲଢ଼ିବାରୁ ଓହରି ଯାଇଥିବା ସୂଚନା ଦେଇଛନ୍ତି ।

Tags: