ଦକ୍ଷିଣ ମେରୁରେ ପ୍ରଥମ କୃଷ୍ଣକାୟ ମହିଳା
ବ୍ରିଟିଶ ଶିଖ୍ ସାମରିକ ସେନାରେ ଭାରତୀୟ ବଂଶୋଦ୍ଭବର ୩୨ ବର୍ଷୀୟା ଅଧିକାରୀ ଏବଂ ଫିଜିଓଥେରାପିଷ୍ଟ୍ ହରପ୍ରୀତ୍ ଚଣ୍ଡୀ ଦକ୍ଷିଣ ମେରରୁ ପହଞ୍ଚିଛନ୍ତି । ଏଥିସହ ବିନା କୌଣସି ସମର୍ଥନ ଏବଂ ସହଯୋଗରେ ସେ ଏକାକୀ ଏହି କଠିନ ଯାତ୍ରା ସମ୍ପୂର୍ଣ୍ଣ କରିଥିବା ପ୍ରଥମ କୃଷ୍ଣକାୟ ମହିଳା ଭାବେ ଇତିହାସ ରଚିଛନ୍ତି । ହରପ୍ରୀତ ଭାରତୀୟ ବଂଶୋଦ୍ଭବର ପ୍ରଥମ ମହିଳା, ଯିଏ ଏହି ଦୁଃସାହାସିକ ଅଭିଯାନକୁ ପୁରା କରିଛନ୍ତି । ‘ପୋଲାର୍ ପ୍ରୀତ’ ନାମରେ ପରିଚିତ ଲାଭ କରିଥିବା […]
ବ୍ରିଟିଶ ଶିଖ୍ ସାମରିକ ସେନାରେ ଭାରତୀୟ ବଂଶୋଦ୍ଭବର ୩୨ ବର୍ଷୀୟା ଅଧିକାରୀ ଏବଂ ଫିଜିଓଥେରାପିଷ୍ଟ୍ ହରପ୍ରୀତ୍ ଚଣ୍ଡୀ ଦକ୍ଷିଣ ମେରରୁ ପହଞ୍ଚିଛନ୍ତି । ଏଥିସହ ବିନା କୌଣସି ସମର୍ଥନ ଏବଂ ସହଯୋଗରେ ସେ ଏକାକୀ ଏହି କଠିନ ଯାତ୍ରା ସମ୍ପୂର୍ଣ୍ଣ କରିଥିବା ପ୍ରଥମ କୃଷ୍ଣକାୟ ମହିଳା ଭାବେ ଇତିହାସ ରଚିଛନ୍ତି । ହରପ୍ରୀତ ଭାରତୀୟ ବଂଶୋଦ୍ଭବର ପ୍ରଥମ ମହିଳା, ଯିଏ ଏହି ଦୁଃସାହାସିକ ଅଭିଯାନକୁ ପୁରା କରିଛନ୍ତି ।
‘ପୋଲାର୍ ପ୍ରୀତ’ ନାମରେ ପରିଚିତ ଲାଭ କରିଥିବା ହରପ୍ରୀତ ଚଣ୍ଡୀ ଯାତ୍ରାର ୪୦ ଦିନରେ ନିଜ ଲାଇଭ୍ ବ୍ଲଗ୍ରେ ଏସମ୍ପର୍କରେ ଘୋଷଣା କରିଛନ୍ତି । ସେ ନିଜ ବ୍ଲଗ୍ ପୋଷ୍ଟରେ କହିଛନ୍ତି ଯେ ନିଜ କିଟ୍ ସହ ସ୍ଲେଜ୍ ଚଲାଇ ଦକ୍ଷିଣ ମେରୁରେ ପହଞ୍ଚିଥିଲେ ।

ଏହି ଯାତ୍ରା ସମୟରେ ସେ ପ୍ରତି ଘଣ୍ଟାକୁ ପ୍ରାୟ ୯୦ କିମି ଅତିକ୍ରମ କରି ମାଇନସ୍ ୫୦ ଡିଗ୍ରୀ ସେଲିସିୟସ ତାପମାତ୍ରାର ପ୍ରବଳ ଥଣ୍ଡାର ସାମ୍ନା କରିଥିଲେ । ଏହାପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ରେକର୍ଡ ସହ ଇତିହାସ ରଚିଛନ୍ତି । ପ୍ରୀତ ଗତ ବର୍ଷ ୭ ନଭେମ୍ବରରେ ଏହି ଯାତ୍ରା ଆଣ୍ଟାର୍କଟିକାର ହରକୁ୍ୟଲିସ ଇନଲେଟ୍ରୁ ଆରମ୍ଭ କରିଥିଲେ ।
ଏହି ଯାତ୍ରା ବେଳେ ସେ ଆଇସଲ୍ୟାଣ୍ଡ୍ର ଲାଙ୍ଗଜୋକୁଲ୍ ଗ୍ଲେସିଅରରେ ଟ୍ରାକିଂ କରିଥିଲେ ଏବଂ ଗ୍ରୀନଲ୍ୟାଣ୍ଡର ଆଇସ୍ କ୍ୟାପ୍ରେ ପ୍ରାୟ ୨୭ ଦିନ ରହିଥିଲେ । ୩ ଜାନୁଆରୀରେ ହରପ୍ରୀତ ଘୋଷଣା କରି କହିଥିଲେ ଯେ ସେ ୪୦ ଦିନରେ ୧୧୨୬ କିଲୋମିଟରର ଟ୍ରାକ୍ ସମ୍ପୂର୍ଣ୍ଣ କରି ଦକ୍ଷିଣ ମେରୁରେ ପହଞ୍ଚିଥିଲେ । ହରପ୍ରୀତ ନିଜ ଯାତ୍ରାର ଏକ ଲାଇଭ୍ ଟ୍ରାକିଂ ମ୍ୟାପ୍ ଅପଲୋଡ୍ କରିଥିଲେ ଏବଂ ବରଫ ଚଦରରେ ଢାଙ୍କି ହୋଇଥିବା ଅଞ୍ଚଳରୁ ସେ ନିଜ ଯାତ୍ରା ସମ୍ପର୍କରେ ନିୟମିତ ବ୍ଲଗ୍ ପୋଷ୍ଟ କରୁଥିଲେ । ହରପ୍ରୀତ କହିଛନ୍ତି ଯେ ନିଜ ଲକ୍ଷ୍ୟ ପୁରା କରିବା ପାଇଁ ସେ ଫ୍ରେଞ୍ଚ୍ ଆଲ«ରେ କ୍ରେୱାସରୁ ଟ୍ରେନିଂ ନେଇଥିଲେ ।




