ପକ୍ଷୀଙ୍କ ପାଇଁ ବିପଦ ପ୍ଲାଷ୍ଟିକ

ଆଜିକାଲି ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଅନେକ ସମସ୍ୟାର କାରଣ ସାଜିଛି । ବିଶ୍ୱରେ ବର୍ତ୍ତମାନ ଏହା ଏକ ଗୁରୁତର ସମସ୍ୟା ଭାବେ ଉଭାହେଉଛି । ପ୍ରତିଦିନ କିଛି ନା କିଛି ନୂଆ ସମସ୍ୟା ନେଇ ଜଣା ପଡୁଛି । ସେହିଭଳି ନିକଟରେ ଅଷ୍ଟ୍ରେଲିଆର ବୈଜ୍ଞାନିକଙ୍କୁ ଏକ ନୂତନ ତଥ୍ୟ ବିଷୟରେ ଜଣା ପଡିଛି । ଏହି ତଥ୍ୟ ଅନୁସାରେ ପ୍ଲାଷ୍ଟିକ ପଲ୍ୟୁସନ କାରଣରୁ ସମୁଦ୍ରରେ ରହୁଥିବା ପକ୍ଷୀଙ୍କୁ ଏକ ପ୍ରକାରର ରୋଗ ହେଉଛି । ପ୍ଲାଷ୍ଟିକ […]

ପକ୍ଷୀଙ୍କ ପାଇଁ ବିପଦ ପ୍ଲାଷ୍ଟିକ
Samaya Live Picture
Published On

ଆଜିକାଲି ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଅନେକ ସମସ୍ୟାର କାରଣ ସାଜିଛି । ବିଶ୍ୱରେ ବର୍ତ୍ତମାନ ଏହା ଏକ ଗୁରୁତର ସମସ୍ୟା ଭାବେ ଉଭାହେଉଛି । ପ୍ରତିଦିନ କିଛି ନା କିଛି ନୂଆ ସମସ୍ୟା ନେଇ ଜଣା ପଡୁଛି । ସେହିଭଳି ନିକଟରେ ଅଷ୍ଟ୍ରେଲିଆର ବୈଜ୍ଞାନିକଙ୍କୁ ଏକ ନୂତନ ତଥ୍ୟ ବିଷୟରେ ଜଣା ପଡିଛି । ଏହି ତଥ୍ୟ ଅନୁସାରେ ପ୍ଲାଷ୍ଟିକ ପଲ୍ୟୁସନ କାରଣରୁ ସମୁଦ୍ରରେ ରହୁଥିବା ପକ୍ଷୀଙ୍କୁ ଏକ ପ୍ରକାରର ରୋଗ ହେଉଛି । ପ୍ଲାଷ୍ଟିକ ପ୍ରଦୂଷଣ ସମୁଦ୍ରସହ କାହିଁ କେଉଁ କାଳରୁ ଜଡିତ ହୋଇ ରହିଆସିଛି । ଯେଉଁ କାରଣରୁ ସାମୁଦ୍ରିକ ଜୀବମାନେ ନାହିଁ ନଥିବା ସମସ୍ୟା ଭୋଗିବା ସହିତ ମୃତ୍ୟୁମୁଖରେ ପଡୁଛନ୍ତି । ସେମାନେ ଖାଉଥିବା ପ୍ଲାଷ୍ଟିକ ଆବର୍ଜନା କାରଣରୁ ସେମାନଙ୍କୁ ଏକ ନୂଆ ରୋଗ ହେଉଥିବା ବୈଜ୍ଞାନିକ ଖୋଜି ବାହାର କରିଛନ୍ତି । ଏହି ନୂଆ ରୋଗର ନାଁ ସେମାନେ ପ୍ଲାଷ୍ଟିକୋସିସ ଦେଇଛନ୍ତି । ଏହି ରୋଗ କାରଣରୁ ପକ୍ଷୀମାନଙ୍କ ପାଚନତନ୍ତ୍ର ଫୁଲିଯାଉଥିବା ଜଣା ପଡିଛି । ତେବେ ଏହି ରୋଗ ବର୍ତ୍ତମାନ କେବଳ ଅଷ୍ଟ୍ରେଲିଆରେ ଥିବା ସାମୁଦ୍ରିକ ପକ୍ଷୀଙ୍କ ନିକଟରେ ଦେଖିବାକୁ ମିଳିଛି । ଅନେତ ଦିନ ଧରି ସାମୁଦ୍ରିକ ଜୀବଙ୍କର ପେଟରେ ପ୍ଲାଷ୍ଟିକର ଅଂଶବିଶେଷ ମିଳୁଛି । ତେବେ ବର୍ତ୍ତମାନ ମଣିଷକୁ ପ୍ଲାଷ୍ଟିକକୁ ବ୍ୟାନ କରିବାର ଆବଶ୍ୟକତା ଅଧିକ ହୋଇପଡିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Tags: