ଉଦ୍ଭିଦ ଜଗତ

ଉଦ୍ଭିଦ ଜଗତ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପୋକମାନଙ୍କ ପାଇଁ ଶୋକସଭା

ହିମାଳୟ ଜୈବ ବିବିଧତା କ୍ଷେତ୍ରରେ ଅନୁମାନିତ ୧୦,୦୦୦ ପ୍ରକାରର ଉଦ୍ଭିଦ ପ୍ରଜାତି ରହିଛନ୍ତି । ଏଥି ମଧ୍ୟରୁ ପ୍ରାୟ ୩,୧୬୦ଟି ପ୍ରଜାତି ଏବଂ ୭୧ଟି ବଂଶ କେବଳ ଏହି ହିମାଳୟରେ ହିଁ ଦେଖାଯାନ୍ତି । ଅର୍ଥାତ ଏହା ପୃଥିବୀର ଅନ୍ୟ କୌଣସି ଜଙ୍ଗଲରେ ଏହାକୁ ଆପଣ ଦେଖିବେନି । ଏଭଳି ଅନେକ ସ୍ବତନ୍ତ୍ର ଉଦ୍ଭିଦରେ ଭରି ରହିଛି ହିମାଳୟ, ଯାହା ଏହାର ବିଶେଷତାକୁ ଆହୁରି ବଢାଇଥାଏ । ଏହି କ୍ଷେତ୍ରର ସବୁଠାରୁ ବଡ଼ ପୁଷ୍ପକ ଉଦ୍ଭିଦ ପରିବାର ହେଉଛି 'ଅର୍କିଡାସି'  ଯେଉଁଥିରେ ପ୍ରାୟ ୭୫୦ଟି ପ୍ରଜାତି ରହିଛି । କିଛି ଲୋକ ଭାବନ୍ତି ହିମାଳୟରେ ଫୁଲ ଫୁଟୁନଥିବ ହେଲେ ଏଠାରେ ବିଭିନ୍ନ ସୁନ୍ଦର ଓ ବିରଳ ଫୁଲ ଗଛ ଦେଖିବାକୁ ମିଳିଥାଏ । ଏଠଆରେ ପ୍ରାୟ ୫,୫୦୦ ରୁ ୬,୦୦୦ ମିଟର ଉଚ୍ଚତାରେ ସ୍ଥାୟୀ ବରଫ ଏବଂ ପଥରର ଏକ ସ୍ତର ରହିଛି । ଏଭଳି କଠିନ ପରିସ୍ଥିତି ସତ୍ତ୍ୱେ, ପୃଥିବୀର ସର୍ବୋଚ୍ଚ ସ୍ଥାନଗୁଡ଼ିକରେ କେତେକ ସଂବାହୀ ଉଦ୍ଭିଦ  ରହିଥିବାର ପ୍ରମାଣ ମିଳିଛି । ଯାହା ସୂଚାଇଛି ପ୍ରକୃତିଠାରୁ ଅଧିକ ଆଶ୍ଚର୍ଯ୍ୟ କେଉଁଠାରେ ଆଉ ନାହିଁ । ପ୍ରକୃତି କେଉଁଠି ବି କେଉଁ ପରିସ୍ଥିତିରେ ବି ଜୀବନ୍ତ ହୋଇପାରିବ ବୋଲ ଏହା ଦର୍ଶାଇଛି । ଏଠାରେ ଅନେକ ବିରଳ ପ୍ରଜାତିର ଉଦ୍ଭିଦ ଦେଖିବାକୁ ମିଳିଥାଏ । ଏପରି କିଛି ମଧ୍ୟ ପ୍ରଜାତି ଅଛନ୍ତି ଯାହା ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଜଣା ମଧ୍ୟ ପଡିନାହିଁ । ଏଠାରେ ୬,୧୦୦ ମିଟରରୁ ଅଧିକ ଉଚ୍ଚତାରେ 'କୁଶନ୍ ପ୍ଲାଣ୍ଟସ୍' ଦେଖାଯାଇଥାଏ । କେବଳ ଏତିକି ନୁହେଁ  ସୋରିଷ ପରିବାରର ଏକ ଉଚ୍ଚ-ପାର୍ବତ୍ୟ ଉଦ୍ଭିଦ 'ଏରମାନିଆ ହିମାଳୟେନସିସ୍' ଉତ୍ତର-ପଶ୍ଚିମ ହିମାଳୟର କାମେଟ ପର୍ବତ ଶିଖରରେ ୬,୩୦୦ ମିଟର ଉଚ୍ଚତାରେ ରହିଛି । ହିମାଳୟରେ ଥିବା ବୃକ୍ଷ କାର୍ବନ ସଞ୍ଚୟର ଅନ୍ୟତମ ମୁଖ୍ୟ ମାଧ୍ୟମ , ଯାହା ଜଙ୍ଗଲର ସମୁଦାୟ କାର୍ବନର ପ୍ରାୟ ୬୨ ପ୍ରତିଶତ ନିଜ ମଧ୍ୟରେ ସଞ୍ଚିତ କରି ରଖିଛି । ଉତ୍ତର ଜୈବକ୍ଷେତ୍ର  ଯଥା- ବୋରିଆଲ୍ ଜଙ୍ଗଲ  ଏବଂ ଟୁଣ୍ଡ୍ରା ଅଞ୍ଚଳର ଶୀତଳ ମୃତ୍ତିକା, ଅପଘଟିତ ଜୈବ ପଦାର୍ଥ ମାଧ୍ୟମରେ ଅଧିକ କାର୍ବନ ସଞ୍ଚୟ କରିବାରେ ସାହାଯ୍ୟ କରିଥାଏ ବାୟୋମାସ୍ ବା ଜୈବପୁଞ୍ଜ, ଉଦ୍ଭିଦମାନଙ୍କ ମଧ୍ୟରେ ସଞ୍ଚିତ ସାମଗ୍ରିକ କାର୍ବନକୁ ସୂଚାଏ ।  ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁ ସମୁଦାୟରେ ଉଦ୍ଭିଦ ବିବିଧତା ଅଧିକ, ସେଠାରେ ଅଧିକ ବାୟୋମାସ୍ ଉତ୍ପନ୍ନ ହୁଏ ଏବଂ ଫଳସ୍ୱରୂପ ଅଧିକ କାର୍ବନ ସଞ୍ଚିତ ହୋଇଥାଏ । ବିଭିନ୍ନ ପ୍ରଜାତିର ଜଳ, ସୂର୍ଯ୍ୟକିରଣ ଏବଂ ପୋଷକ ତତ୍ତ୍ୱ ବ୍ୟବହାର କରିବାର ଶୈଳୀ ଓ ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ । ପ୍ରଜାତି-ସମୃଦ୍ଧ ସମୁଦାୟରେ, ପ୍ରତ୍ୟେକ ପ୍ରଜାତି ଉପଲବ୍ଧ ସମ୍ବଳର ଅଧିକ ଦକ୍ଷତାର ସହ ଉପଯୋଗ କରିପାରନ୍ତି, ଯାହାଫଳରେ ଅଧିକ ଜୈବପୁଞ୍ଜ ବା ବାୟୋମାସ୍ ଜମା ହୁଏ ।

ସମ୍ବନ୍ଧିତ ଖବର ଜୈବ ବିବିଧତାର ଗୁରୁତ୍ୱ

Tags: