୨୦୦୦ ବର୍ଷର ପିଜ୍ଜା ପେଣ୍ଟିଂ
ବିଭିନ୍ନ ଖନନ ସମୟରେ ଅନେକ ବର୍ଷ ପୁରୁଣା ସାମଗ୍ରୀ ମିଳିଥାଏ, ଯାହା ଆମର ସଭ୍ୟତା ବିଷୟରେ ତଥ୍ୟ ପ୍ରଦାନ କରିଥାଏ । ସେହିଭଳି ଆନସିଏଣ୍ଟ୍ ରୋମାନ୍ ସିଟି ପୋମ୍ପେଲିରେ ପାଖାପାଖି ୨୦୦୦ ବର୍ଷ ତଳର ପିଜ୍ଜା ପେଣ୍ଟିଂ ମିଳିଛି । ଏଠିକାର ଏକ ଆର୍କୋଲୋଜିକାଲ ସାଇଟ୍ରେ ଖନନ ପ୍ରକ୍ରିୟା ଚାଲିଥିବାବେଳେ ଏହି ପେଣ୍ଟିଂର ଆବିଷ୍କାର କରାଯାଇଛି । ଏଥିରେ ଥିବା ଖାଦ୍ୟର ଚିତ୍ର ରୋମାନ୍ ସିଟିର ସଭ୍ୟତାକୁ ପ୍ରଦର୍ଶିତ କରିଥାଏ । ଏଥିରେ ପିଜ୍ଜା ସହ ବିଭିନ୍ନ […]
ବିଭିନ୍ନ ଖନନ ସମୟରେ ଅନେକ ବର୍ଷ ପୁରୁଣା ସାମଗ୍ରୀ ମିଳିଥାଏ, ଯାହା ଆମର ସଭ୍ୟତା ବିଷୟରେ ତଥ୍ୟ ପ୍ରଦାନ କରିଥାଏ । ସେହିଭଳି ଆନସିଏଣ୍ଟ୍ ରୋମାନ୍ ସିଟି ପୋମ୍ପେଲିରେ ପାଖାପାଖି ୨୦୦୦ ବର୍ଷ ତଳର ପିଜ୍ଜା ପେଣ୍ଟିଂ ମିଳିଛି । ଏଠିକାର ଏକ ଆର୍କୋଲୋଜିକାଲ ସାଇଟ୍ରେ ଖନନ ପ୍ରକ୍ରିୟା ଚାଲିଥିବାବେଳେ ଏହି ପେଣ୍ଟିଂର ଆବିଷ୍କାର କରାଯାଇଛି । ଏଥିରେ ଥିବା ଖାଦ୍ୟର ଚିତ୍ର ରୋମାନ୍ ସିଟିର ସଭ୍ୟତାକୁ ପ୍ରଦର୍ଶିତ କରିଥାଏ । ଏଥିରେ ପିଜ୍ଜା ସହ ବିଭିନ୍ନ ଫଳ ଓ ୱାଇନ୍ ଗ୍ଲାସ ମଧ୍ୟ ଦେଖିବାକୁ ମିଳିଛି । ଏହି ଫଳ ଭିତରେ ହଳଦିଆ ଷ୍ଟ୍ରବେରୀ, ଡ୍ରାଏଫ୍ରୁଟ୍ ଆଦି ରଖାଯାଇଛି । ଏହା ଏକ ସିମ୍ପଲ୍ ଏବ ଲଗଜରୀ ମିଲ୍ ବୋଲି ସମସ୍ତେ ମତ ଦେଇଛନ୍ତି । ତେବେ ଏହି ପେଣ୍ଟିଂ ସହାୟତାରେ ରୋମାନ୍ର ଖାଦ୍ୟର ଇତିହାସ ସମ୍ପର୍କରେ ଅନେକ ତଥ୍ୟ ମିଳିଥାଏ ।




