ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ ଶ୍ରାଦ୍ଧ,ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ : ଆଜିଠାରୁ ଆରମ୍ଭହେଲା ଆଶ୍ୱିନ ମାସ ପ୍ରତିପଦା ତିଥି I ଆଜିଠାରୁ ମହାଳୟା ଅମାବାସ୍ୟା ୧୫ ଦିନ ପର୍ଯ୍ୟନ୍ତ ଚାଲିବ ପିତୃପକ୍ଷ ଶ୍ରାଦ୍ଧ I ଏଥିପାଇଁ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ କରୁଥିବା ଦେଖିବାକୁ ମିଳିଛି । ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି […]

Samaya Live Picture
Published On

ପୁରୀ : ଆଜିଠାରୁ ଆରମ୍ଭହେଲା ଆଶ୍ୱିନ ମାସ ପ୍ରତିପଦା ତିଥି I ଆଜିଠାରୁ ମହାଳୟା ଅମାବାସ୍ୟା ୧୫ ଦିନ ପର୍ଯ୍ୟନ୍ତ ଚାଲିବ ପିତୃପକ୍ଷ ଶ୍ରାଦ୍ଧ I ଏଥିପାଇଁ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ତର୍ପଣ କରୁଥିବା ଦେଖିବାକୁ ମିଳିଛି । ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ସେମାନେ ସ୍ନାନ କରିବା ପରେ ତିଳତର୍ପଣ କରିଛନ୍ତି । ବିଶ୍ୱାସ ରହିଛି, ଏହି ପକ୍ଷରେ ପିତୃଗଣ କୌଣସି ନା କୌଣସି ରୂପରେ ଆମ୍ଭମାନଙ୍କ ପାଖକୁ ଆସନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା ଉଦ୍ଦେଶ୍ୟରେ ଏହି ପୂଜା ବିଧି ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପରିବାରର ସର୍ବ କଲ୍ୟାଣ ଉଦ୍ଦେଶ୍ୟରେ କରାଯାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ତେଣୁ ପିତୃପକ୍ଷରେ ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯିବାର ବିଧି ରହିଛି ।

Tags: