ପିଟା ବ୍ରେଡ୍ର ସ୍ୱାଦିଷ୍ଟ ଯାତ୍ରା
ସମସ୍ତଙ୍କ ଘରେ ସକାଳ ଜଳଖିଆରେ ବ୍ରେଡ୍ ଥିବାର ଦେଖିବାକୁ ମିଳିଥାଏ । ଏହା ଛୋଟ ଠାରୁ ବଡ ସମସ୍ତଙ୍କର ପ୍ରିୟ ହୋଇଥାଏ । ଷ୍ଟ୍ରିଟ୍ ଠାରୁ ଆରମ୍ଭ କରି ବଡବଡ ରେସ୍ତୋରାଁରେ ବ୍ରେଡ୍ର ଡିସ୍ ଖାଇବାକୁ ମିଳିଥାଏ । ତେବେ ଏହି ବ୍ରେଡ୍ ତାଲିକାରେ ଅନେକ ବ୍ରେଡ୍ ରହିଛି, ସେଥିମଧ୍ୟରୁ ଗୋଟିଏ ପ୍ରକାର ହେଲା ପିଟା ବ୍ରେଡ୍ । ଆସନ୍ତୁ ପଢିବା ଏହି ୪ ହଜାର ବର୍ଷ ପୂର୍ବ ବ୍ରେଡ୍ର ଇତିହାସ ସମ୍ପର୍କରେ… ପିଟା ବ୍ରେଡର ଇତିହାସ […]
ସମସ୍ତଙ୍କ ଘରେ ସକାଳ ଜଳଖିଆରେ ବ୍ରେଡ୍ ଥିବାର ଦେଖିବାକୁ ମିଳିଥାଏ । ଏହା ଛୋଟ ଠାରୁ ବଡ ସମସ୍ତଙ୍କର ପ୍ରିୟ ହୋଇଥାଏ । ଷ୍ଟ୍ରିଟ୍ ଠାରୁ ଆରମ୍ଭ କରି ବଡବଡ ରେସ୍ତୋରାଁରେ ବ୍ରେଡ୍ର ଡିସ୍ ଖାଇବାକୁ ମିଳିଥାଏ । ତେବେ ଏହି ବ୍ରେଡ୍ ତାଲିକାରେ ଅନେକ ବ୍ରେଡ୍ ରହିଛି, ସେଥିମଧ୍ୟରୁ ଗୋଟିଏ ପ୍ରକାର ହେଲା ପିଟା ବ୍ରେଡ୍ । ଆସନ୍ତୁ ପଢିବା ଏହି ୪ ହଜାର ବର୍ଷ ପୂର୍ବ ବ୍ରେଡ୍ର ଇତିହାସ ସମ୍ପର୍କରେ…
ପିଟା ବ୍ରେଡର ଇତିହାସ ପାଖାପାଖି ୪ ହଜାର ବର୍ଷ ପୁରୁଣା । ଏହାର ଜନ୍ମ ଷ୍ଟୋନ ଏଜ୍ ସମୟରେ ହୋଇଥିଲା ବୋଲି ସୂଚନା ରହିଛି । ଏହାର ଉତ୍ପତି ମସୋପଟ୍ଟାମିଆ ବା ଆଜିର ଇରାକରେ ହୋଇଥିବା ବୋଲି ପ୍ରମାଣ ରହିଛି । ସେହିସମୟରେ ଅନେକ ବ୍ରେଡ୍ ମିଳୁଥିଲା, ସେଥିରେ ନିଆରା ଥିଲା ଏହି ପିଟା ବ୍ରେଡ୍ । ପିଟା ବ୍ରେଡ୍ ପରି ସେହି ସମୟରେ ଲାଫା ନାମକ ଏକ ପ୍ରକାର ବ୍ରେଡ୍ ମଧ୍ୟ ତିଆରି କରାଯାଉଥିଲା । ଏହା ମଧ୍ୟ ଅନେକାଂଶରେ ପିଟା ବ୍ରେଡ୍ ଭଳି । ସେହିଭଳି ତଥ୍ୟ ଅନୁସାରେ ପିଟା ବ୍ରେଡ୍ର ପ୍ରଥମ ଉଲ୍ଲେଖ ୧୯୩୬ରେ ଅକ୍ସଫୋର୍ଡ ଡିକ୍ସନାରୀରେ କରାଯାଇଥିଲା । ପ୍ରମାଣ ଅନୁସାରେ ଷ୍ଟୋନ୍ ଏଜ୍ ସମୟରେ ନଟୁଫିଆନ୍ ଲୋକମାନେ ଏକ ବନ୍ୟଜାତୀୟ ଶସ୍ୟରୁ ପ୍ରଥମେ ପିଟା ବ୍ରେଡ୍ର ଉଦ୍ଭୁାବନ କରିଥିଲେ । ଏହି ସମୟରେ କେବଳ ବାର୍ଲି ଓ ଗହମକୁ ଶସ୍ୟା ଭାବେ ବ୍ୟବହାର କରାଯାଉଥିଲା । ତେବେ ବର୍ତ୍ତମାନ ବିଭିନ୍ନ ପ୍ରକାର ପିଟା ବ୍ରେଡ୍ ବଜାରରେ ମିଳୁଛି । ଏହାକୁ ବିଭିନ୍ନ ଡଙ୍ଗରେ ପ୍ରସ୍ତୁତ କରାଯାଉଛି । ସେହିଭଳି ସବୁଠାରୁ ପରିଚିତ ପିଟା ବ୍ରେଡ୍ ହେଲା ଇଜରାଇଲର ଡୁଜ୍ ପିଟା । ଯାହାର ସ୍ୱାଦ ବେଶ ବଢିଆ । ଏହା ନିଜର ସ୍ୱାଦ ପାଇଁ ସାରା ବିଶ୍ୱରେ ପରିଚିତ ।
କେଉଁ ଦେଶରେ କିଭଳି ବ୍ୟବହାର
ତୁର୍କୀ
ତୁର୍କୀରେ ଏହି ପିଟା ବ୍ରେଡ୍କୁ ୩ଟି ଅଲଗା ଅଲଗା ଷ୍ଟାଇଲରେ ଖିଆ ଯାଇଥାଏ । କେତେକ ସ୍ଥାନରେ ଏହାକୁ ସେମିତି ଖାଲିରେ ଫ୍ଲାଟ୍ ବ୍ରେଡ ଭଳି ଖିଆଯାଇଥାଏ । ସେହିଭଳି ଅନ୍ୟକେତେକ ସ୍ଥାନରେ ଏହାକୁ ପିଜ୍ଜା ଭଳି ଭିନ୍ନଭିନ୍ନ ଫିଲିଂ ଦିଆଯାଇ ଖିଆଯାଇଥାଏ । ସେହିପରି ଏହା ରମଜାନ ପିଡ୍ ଭାବରେ ମଧ୍ୟ ଖିଆଯାଇଥାଏ । ତେବେ ରମଜାନ ପିଡରେ ଏହାକୁ ୨ ପ୍ରକାରର ଖିଆଯାଇଥାଏ । ପ୍ରଥମ ପ୍ରକାରରେ ଏହାକୁ କବାବ୍ ଷ୍ଟାଇଲ୍ରେ ଖିଆ ଯାଉଥିବାବେଳେ ଦ୍ୱିତୀୟରେ ଏହାକୁ ଚିଜ୍ ଓ ଭିନ୍ନଭିନ୍ନ ପ୍ରକାରର ମାଂସ କିମ୍ବା ପନିପରିବା ସହ ଖିଆଯାଇଥାଏ । ଏହା ବେଶ ସ୍ୱାଦିଷ୍ଟ ହୋଇଥାଏ ।

ସାଇପ୍ରସ୍-
ଏଠାରେ ପିଟାକୁ ସାଧାରଣ ରାଉଣ୍ଡ୍ ସେପରେ ପ୍ରସ୍ତୁତ କରାଯାଇଥାଏ । ଯାହାକୁ କାଷ୍ଟ ଆଇରନ୍ ସାହାଯ୍ୟରେ ବେକ କରାଯାଇଥାଏ । ଏହାକୁ ସେଠାରେ ସୁଲଭୋକିଆ,ସେଫାଟଲିଆ,ହଲ୍ଲାଓଉମି, ଲୋଣ୍ଟୁଜା ଭଳି ଡିସ୍ରେ ବ୍ୟବହାର କରାଯାଇଥାଏ । ଏଠାରେ ଲୋକମାନେ ଏହାକୁ ବେଶ ପସନ୍ଦ କରନ୍ତି ।
ଗ୍ରୀସ୍ –
ସେହିଭଳି ଗ୍ରୀସରେ ପିଟାର ଅର୍ଥ ପେଷ୍ଟ୍ରି । ଏହାର ବ୍ୟବହାର ବିଭିନ୍ନ ପେଷ୍ଟ୍ରି ଓ କେକ୍ରେ କରାଯାଇଥାଏ । ଏହାର ବେଶି ବ୍ୟବହାର ସ୍ପିନାକ୍ ପାଏ ଓ ଓ୍ୱାଲନଟ୍ କେକ୍ରେ ହୋଇଥାଏ ।

ଇସ୍ରାଇଲ୍ –
ଏଠାରେ ଡ୍ରୁଜ୍ ପିଟା ବହୁତ ପପୁଲାର । ଏହି ବ୍ରେଡ୍ରେ କିଛି ଦହିର ପୁର ଦିଆଯାଇଥାଏ । ଯାହା ଉପରେ ଅଲିଭ ଅଏଲ୍ ଏବଂ ଜାତାରର ଟପିଂ କରାଯାଇଥାଏ । ଏହାର ରେସିପି ସାରା ବିଶ୍ୱରେ ପରିଚିତଚ । ଏହାର ଭିନ୍ନ ଓୟୁନିକ୍ ଟେଷ୍ଟ୍ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ ।
କେବେଳ ଏତିକି ଦେଶ ନୁହେଁ ଏହାକୁ ବିଶ୍ୱର ପ୍ରାୟ ସବୁଦେଶରେ ଖିଆଯାଇଥାଏ । ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପ୍ରକାରର ଏହା ମିଳିଥାଏ । ନିଜରୟୁନିକ୍ ପ୍ରସ୍ତୁତ ପ୍ରଣାଳୀ ଓ ଲୋଭନୀୟ ସ୍ୱାଦ ପାଇଁ ପାଖାପାଖି ୪ହଜାର ବର୍ଷ ଧରି ବ୍ରେଡ୍ ପ୍ରେମୀଙ୍କ ହୃଦୟରେ ଏବଂ ସେମାନଙ୍କ ଖାଦ୍ୟ ତାଲିକାରେ ଆଗରେ ରହି ଆସିଛି ପିଟା ବ୍ରେଡ୍ ।




