ପିଷ୍ଟାକୋସିସ୍

ପିଷ୍ଟାକୋସିସ୍
Ipsita Picture
By: Ipsita
Published On

ସମସ୍ତେ ପଶୁ ପକ୍ଷୀ ପାଳିବାକୁ ଭଲ ପାଆନ୍ତି, ତେବେ ଏମାନଙ୍କୁ କେବଳ ପାଳିଲେ ହେବ ନାହିଁ ଏମାନଙ୍କର ସେହିଭଳି ଯନି ନେବାକୁ ମଧ୍ୟ ହୋଇଥାଏ । ବେଳେବେଳେ ଏଭଳି କିଛି ରୋଗ ଦେଖିବାକୁ ମିଳିଥାଏ, ଯାହାକୁ ମାଲିକମାନେ ଚିହ୍ନି ପାରି ନଥାନ୍ତି, ଏବଂ ସେହି ରୋଗରେ ପଶୁଙ୍କର ମୃତ୍ୟୁ ମଧ୍ୟ ହେଉଥିବାର ଦେଖିବାକୁ ମିଳିଥାଏ । ସେହିଭଳି ଏକ ରୋଗ ହେଲା ପାରୋଟ୍ଫିଭର, ଯାହାର ବୈଜ୍ଞାନିକ ନାଁ ହେଲା ପିଷ୍ଟାକୋସିସ୍ଏହି ରୋଗଟି ବିରଳ ଗୁରୁତର ରୋଗ, ଯାହା ବ୍ୟାକ୍ଟେରିଆ ସଂକ୍ରମଣ କାରଣରୁ ହୋଇଥାଏ । ତେବେ ଏହା ଯେ କେବଳ ପକ୍ଷୀଙ୍କୁ ପ୍ରଭାବିତ କରେ ଏପରି ନୁହେଁ ଏହା ସେମାନଙ୍କ ଠାରୁ ମଣିଷଙ୍କୁ ମଧ୍ୟ ହେବାର ସମ୍ଭାବନା ରହିଛି । ଏହା ବିଶେଷଭାବେ ପାରା, ଶୁଆ ଆଦିଙ୍କୁ ହୋଇଥାଏ । ତେବେ ସଂକ୍ରମିତ ପକ୍ଷୀଙ୍କଠାରୁ ଏହି ବ୍ୟାକ୍ଟେରିଆ ବାୟୁ ଯୋଗେ ମଣିଷ ଶରୀରରେ ପ୍ରବେଶ କରିଥାଏ । ଯେତେବେଳେ ମଣିଷ ଏହି ବ୍ୟାକ୍ଟେରିଆର ସଂସ୍ପର୍ଶରେ ଆସିଥାଏ ସେମାନଙ୍କୁ ଜ୍ୱର, ମୁଣ୍ଡବିନ୍ଧା, ଫଟିଗୋ, ହାତଗୋଡରେ ବିନ୍ଧା ଓ ଯନ୍ତ୍ରଣା ଆଦି ଅନୁଭବ ହୋଇଥାଏ । ଅଧିକ ଗୁରୁତର ହେଲେ ଏହା ମଣିଷଙ୍କର ନିମୋନିଆ କିମ୍ବା ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି କରିଥାଏ । ଏହି ସମସ୍ୟାକୁ ଦୂରେଇବା ପାଇଁ ସଫା ସୁତୁରା ରୁହନ୍ତୁ । ଯେତେବେଳେ ବି ପକ୍ଷୀଙ୍କ ସହ ସଂସ୍ପର୍ଶରେ ଆସୁଛନ୍ତି ତୁରନ୍ତ ହାତ ଧୁଅନ୍ତୁ, ଏବଂ ମାସ୍କ ବ୍ୟବହାର କରନ୍ତୁ । ସେହିଭଳି ପକ୍ଷୀଙ୍କର ସବୁବେଳେ ଡାକ୍ତରୀ ଯାଞ୍ଚ କରନ୍ତୁ, ଯାହାଫଳରେ ଏହି ରୋଗ ସମ୍ପର୍କରେ ଆପଣ ଜାଣିପାରିବେ । ଯଦି ଆପଣ ଉପରୋକ୍ତ କୌଣସି ଲକ୍ଷଣ ନିଜ ପାଖରେ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: