ମଣିଷ ଶରୀରରେ ଲାଗିଲା ଘୁଷୁରୀ ବୃକକ

ମଣିଷ ଶରୀରରେ ଲାଗିଲା ଘୁଷୁରୀ ବୃକକ
Ipsita Picture
By: Ipsita
Published On

 

ଆମେରିକାର ୬୬ ବର୍ଷୀୟ ଟିମ୍ ଏଣ୍ଡ୍ର୍ୟୁଜ୍ଙ୍କ ଶରୀରରେ ଲାଗିଛି ଘୁଷୁରୀ ବୃକକ । ବୁକକ ଫେଲ୍ ହେବା ପରେ ମାନବ ବୁକକ ମିଳିବା ପର୍ଯ୍ୟନ୍ତ ଡାକ୍ତରମାନେ ତାଙ୍କ ଶରୀରରେ ଏକ ବିଶେଷଭାବେ ଜେନେଟିକ୍ ପରିବର୍ତ୍ତିତ ଘୁଷୁରୀ ବୁକକକୁ ପ୍ରତିରୋପଣ କରିଥିଲେ ।   'ୱିଲ୍ମା' ନାମକ ଏକ ୟୁକାତାନ୍ ମିନିଏଚର ପିଗ୍ର ଏହି ବୃକକ ପ୍ରତିରୋପଣ ପୂର୍ବରୁ ୬୯ଟି ଜେନେଟିକ୍ ବଦଳ କରାଯାଇଥିଲା । ଯେପରି ମାନବ ଶରୀର ଏହାକୁ ତୁରନ୍ତ ପ୍ରତ୍ୟାଖ୍ୟାନ ନକରେ ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା । ଜାନୁଆରୀ ୨୦୨୫ରେ ପ୍ରତିରୋପଣ କରାଯାଇଥିବା ଏହି ବୃକକ ଦୀର୍ଘ ୯ ମାସ ଧରି ଟିମ୍ଙ୍କ ଶରୀରରେ ସଫଳତାର ସହ କାର୍ଯ୍ୟ କରିଥିଲା । ଏହି ସମୟ ମଧ୍ୟରେ ତାଙ୍କୁ ଡାୟାଲିସିସ୍ ଦରକାର ପଡ଼ିନଥିଲା । ପ୍ରାୟ ୬ ମାସ ପରେ ବୃକକର ରକ୍ତନଳୀରେ ସମସ୍ୟା ଦେଖାଦେବାରୁ ୯ ମାସ ପରେ ଏହାକୁ କାଢ଼ିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ମାନବ ବୃକକ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା । ଚିକିତ୍ସା ବିଜ୍ଞାନ ଇତିହାସରେ ମାନବ ବୃକକ ମିଳିବା ପର୍ଯ୍ୟନ୍ତ ଏକ ଘୁଷୁରୀ ବୃକକ ଦୀର୍ଘ ଦିନ ଧରି ବିକଳ୍ପ ସାହାରା ସାଜିବାର ଏହା ପ୍ରଥମ ଘଟଣା । ତେବେ ଏହା ଆଗାମୀ ଦିନରେ ବୃକକ ରୋଗୀଙ୍କ ପାଇଁ ନୂଆ ଆଶାର କିରଣ ଦେଖାଇଛି ।

Tags: