ୱାର୍ଲ୍ଡ ରେକର୍ଡରେ ଘୁଷୁରୀ

ୱାର୍ଲ୍ଡ ରେକର୍ଡରେ ଘୁଷୁରୀ
Ipsita Picture
By: Ipsita
Published On

 

ଆଜିକାଲି ସୋସିଆଲ ମିଡିଆରେ କେବଳ ମଣିଷ ନୁହେଁ, ବରଂ ପଶୁମାନେ ମଧ୍ୟ ନିଜର ଜଲୱା ଦେଖାଉଛନ୍ତି । ଏହି କ୍ରମରେ ମର୍ଲିନ୍ନାମକ ଏକ ଘୁଷୁରି ନିଜର ଅସାଧାରଣ ପ୍ରତିଭା ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏହା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଟକିଂ ପିଗ୍ବା କଥା କୁହା ଘୁଷୁରି ଭାବେ ପରିଚିତ ହୋଇପାରିଛି । ଇନଷ୍ଟାଗ୍ରାମରେ ୧୨ ଲକ୍ଷରୁ ଅଧିକ ଫଲୋଅର୍ସ ଥିବା ମର୍ଲିନ୍ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ସେ ବଟନ୍ ଦବାଇ ନିଜ ମନର କଥା ପ୍ରକାଶ କରିପାରେ । ଏଥିପାଇଁ ତାପାଖରେ ୨୫ଟି ଭିନ୍ନ ଭିନ୍ନ ସାଉଣ୍ଡ ବଟନ୍ ରହିଛି, ଯାହା ମାଧ୍ୟମରେ ସେ ତାକୁ ଭୋକ ଲାଗିବା, ବାହାରକୁ ଯିବା କିମ୍ବା ସେ ରାଗିଥିବା ବିଷୟରେ ସୂଚନା ଦେଇଥାଏ । ମର୍ଲିନ୍ର ମାଲିକାଣୀ ମିନା ଅଲାଲି ୨୦୨୨ ମସିହାରୁ ତାକୁ ଏହି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ସେ ବଟନ୍ ସାହାଯ୍ୟରେ ନିଜର ଭାବନା ପ୍ରକାଶ କରିବା ଶିଖିଗଲା । ମିନାଙ୍କ ପାଇଁ ମର୍ଲିନ୍ ତାଙ୍କ ସନ୍ତାନ ଏବଂ ସେ ପ୍ରତିଦିନ ବଟନ୍ ଦବାଇ ମମି ସହିତ ବାହାରକୁ ଯିବାକିମ୍ବା ସ୍ନାକ୍ସ ଦରକାରଭଳି ମଜାଦାର କଥାମାନ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ସୋସିଆଲ ମିଡିଆରେ ସମସ୍ତେ ତାକୁ ଖୁବ ଭଲ ପାଇବା ଦେଉଥିବା ଦେଖିବାକୁ ମିଳୁଛି ।

Tags: