ଏଆଇଠାରୁ ଲୁଚିବାକୁ ବଙ୍କର

ନିକଟରେ ଏକ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏଆଇର ପରବର୍ତ୍ତୀ ପିଢିକୁ ଡରି ଅରବପତି ମାନେ ଗୁପ୍ତସ୍ଥାନରେ ବଙ୍କର ନିର୍ମାଣ କରୁଛନ୍ତି । ବିଶ୍ୱରେ ବର୍ତ୍ତମାନ ଏଆଇର ଆତଙ୍କରୁ ନିଜକୁ ତଥା ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ସେମାନେ ଏଭଳି କରୁଥିବା ଜଣା ପଡିଛି । ଏହାପଛରେ ଏଆଇର ଅପକମିଂ ଆଡଭାନ୍ସ ଭର୍ସନ ଆର୍ଟିଫିସିଆଲ ଜେନାରାଲ ଇଣ୍ଟେନିଜେନ୍ସି(ଏଆଇଜି)କୁ ଦାୟୀ କରାଯାଉଛି । ସେମାନଙ୍କ ମତରେ ଏଆଇଜି ଆସିବା ପରେ ଅନେକ ସମସ୍ୟା […]

ଏଆଇଠାରୁ ଲୁଚିବାକୁ ବଙ୍କର
Samaya Live Picture
Published On

ନିକଟରେ ଏକ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏଆଇର ପରବର୍ତ୍ତୀ ପିଢିକୁ ଡରି ଅରବପତି ମାନେ ଗୁପ୍ତସ୍ଥାନରେ ବଙ୍କର ନିର୍ମାଣ କରୁଛନ୍ତି । ବିଶ୍ୱରେ ବର୍ତ୍ତମାନ ଏଆଇର ଆତଙ୍କରୁ ନିଜକୁ ତଥା ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ସେମାନେ ଏଭଳି କରୁଥିବା ଜଣା ପଡିଛି । ଏହାପଛରେ ଏଆଇର ଅପକମିଂ ଆଡଭାନ୍ସ ଭର୍ସନ ଆର୍ଟିଫିସିଆଲ ଜେନାରାଲ ଇଣ୍ଟେନିଜେନ୍ସି(ଏଆଇଜି)କୁ ଦାୟୀ କରାଯାଉଛି । ସେମାନଙ୍କ ମତରେ ଏଆଇଜି ଆସିବା ପରେ ଅନେକ ସମସ୍ୟା ଉପୁଜିପାରେ, ଯାହା ବିଭିନ୍ନ ବିପଦର କାରଣ ସାଜିପାରେ । ଏହି ତାଲିକାରେ ଫେସ୍‌ବୁକର ଫାଉଣ୍ଡର ମାର୍କ ଜୁକରବର୍ଗ ମଧ୍ୟ ସାମିଲ ଅଛନ୍ତି । ସେ ମଧ୍ୟ ନିଜ ପରିବାର ପାଇଁ ବଙ୍କର ନିର୍ମାଣ କରୁଥିବା ସୂଚନା ମିଳିଛି । ଅଧିକାଂଶ ଅରବପତି ନ୍ୟୁଜିଲାଣ୍ଡରେ ନିଜର ସେଫହାଉସ ବା ବଙ୍କର ନିର୍ମାଣ କରୁଥିବା ଜଣା ପଡିଛି । ସୂଚନା ଅନୁସାରେ ଏଆଇଜି ଆଗକୁ ମଣିଷର ମସ୍ତିଷ୍କ ଭଳି କାର୍ଯ୍ୟ କରିବ । ଏହା ପାଖରେ ମଣିଷ ଭଳି ସାଧାରଣଜ୍ଞାନ, ତର୍କ ବିତର୍କ କରିବାର ଶକ୍ତି ସହିତ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ରହିବ । ତେଣୁ ସମସ୍ତଙ୍କୁ ଭୟ ରହିଛି କି ଏହି ଏଆଇଜି ମଣିଷଙ୍କ ଠାରୁ ମଧ୍ୟ ଆଗକୁ ନ ପଳଉ । ସେଥିନିମନ୍ତେ ସୁରକ୍ଷା ଦୃଷ୍ଟିରୁ ସମସ୍ତେ ଏହି ବଙ୍କର ସବୁ ନିର୍ମାଣ କରୁଥିବା ଜଣା ପଡିଛି ।

Tags: