ପେଙ୍ଗୁଇନ ପରେଡ

ପେଙ୍ଗୁଇନ ପରେଡ
Ipsita Picture
By: Ipsita
Published On

 

ଜାପାନରେ  ହ୍ୟାଲୋୱିନ୍ ଅବସରରେ ଏକ ଅନନ୍ୟ ଏବଂ ମନୋରମ ପେଙ୍ଗୁଇନ୍ ପରେଡ଼ର ଆୟୋଜନ କରାଯାଇଛି । ଯେଉଁଥିରେ ପ୍ରାୟ ୬୦ ସେଣ୍ଟିମିଟର ଲମ୍ବା ଛଅଟି ପେଙ୍ଗୁଇନ୍‌ଙ୍କୁ ପାର୍କର ଷ୍ଟାଫ୍ ମାନେ ନିଜ ହାତରେ ପ୍ରସ୍ତୁତ କରିଥିବା କଖାରୁ ଏବଂ ବାଦୁଡି ଭଳି ଆକର୍ଷକ କଷ୍ଟ୍ୟୁମ ପିନ୍ଧାଇ ଫୁଲ ଓ ପକ୍ଷୀଙ୍କ ମଧ୍ୟରେ ବୁଲାଉଛନ୍ତି । ହ୍ୟାଲୋୱିନ୍ ପର୍ବ ପଶ୍ଚିମ ଦେଶମାନଙ୍କରେ ଭୂତ - ପ୍ରେତ ଓ ଭୟାନକ ପୋଷାକ ପିନ୍ଧି ପାଳନ କରାଯାଇଥାଏ । ତେବେ  ଏହି ଆୟୋଜନରେ ପେଙ୍ଗୁଇନ୍‌ଙ୍କ ଚାଲି ଓ ସେମାନଙ୍କର ଏପରି ସାଜସଜ୍ଜା ଦେଖି ପାର୍କ୍‌କୁ ବୁଲିବାକୁ ଆସୁଥିବା ଲୋକମାନେ ଖୁବ ଖୁସି ହେଉଥିବା ଦେଖିବାକୁ ମିଳୁଛି ।  ଏହି ନିଆରା ପରେଡ ଆସନ୍ତା ଅକ୍ଟୋବର ୩୧ ଅର୍ଥାତ୍ ହ୍ୟାଲୋୱିନ୍ ପର୍ଯ୍ୟନ୍ତ ଜାରି ରହିବ । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: