ଓଡ଼ିଶାରେ ପୟାଶାଦ୍ଧ

ଓଡ଼ିଶାରେ ପୟାଶାଦ୍ଧ
Ipsita Picture
By: Ipsita
Published On

 

ଓଡ଼ିଶାରେ ଦୀପାବଳିର ମୁଖ୍ୟ ପରମ୍ପରା ହେଲା ପୟାଶ୍ରାଦ୍ଧ। ଏହିଦିନ ପ୍ରତ୍ୟେକ ଘରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଇଥାଏ । ଏହି ଶ୍ରାଦ୍ଧ ଦିନ ଘରର କର୍ତ୍ତା ଉପବାସ ରହିବା ସହ ସନ୍ଧ୍ୟା ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ଏହି ଶ୍ରାଦ୍ଧ ପରେ କାଉଁରିଆ ଜାଳିବାର ଅନନ୍ୟ ପ୍ରଥା ରହିଛି । ଏହି କାଉଁରିଆ କାଠି ଜାଳି ପିତୃପୁରୁଷଙ୍କୁ ସ୍ବର୍ଗ ଯିବାର ରାସ୍ତା ଦେଖାଇଥାଆନ୍ତି । ବିଶ୍ବାସ ରହିଛି ମହାଳୟା ସମୟରେ ମର୍ତ୍ତ୍ୟକୁ ଆସିଥିବା ପିତୃପୁରୁଷ ଏହି ଦିନ ପୁଣି ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । କାଉଁରିଆ କାଠି ଜଳା ସହିତ ପ୍ରତିଟି ଘରକୁ ଦୀପରେ ସଜାଯାଇଥାଏ । ସେହିଭଳି ଏହି ଦିନ ବିଭିନ୍ନ ସ୍ଥାନରେ କାଳୀଙ୍କର ଆରାଧନା ମଧ୍ୟ କରାଯାଇଥାଏ । କାଳୀଙ୍କର ପୀଠ ସହ ବଡବଡ ମେଢ କରାଯାଇ ମାଆଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ ।

 

Tags: