ଭିଡିଓକଲ ସମୟରେ ଦିଅନ୍ତୁ ଧ୍ୟାନ

ଭିଡିଓକଲ ସମୟରେ ଦିଅନ୍ତୁ ଧ୍ୟାନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବଢୁଛି ବ୍ରହ୍ମାଣ୍ଡ

ବର୍ତ୍ତମାନ ଆମ ଜୀବନର ଅଧାରୁ ଅଧିକା କାର୍ଯ୍ୟ ଅନ୍ଲାଇନ୍ରେ ହେଉଛି । ଅଫିସ୍ମିଟିଂ ହେଉ କିମ୍ବା ସ୍କୁଲ କଲେଜ୍ର ପାଠ ପଢା, ଅଧିକାଂଶ କାର୍ଯ୍ୟ ପାଇଁ ଭିଡିଓ କନ୍ଫରେସିଂର ବ୍ୟବହାର କରାଯାଉଛି । ତେବେ କେତେକ ଲୋକଙ୍କ ପାଇଁ ଭିଡିଓ କଲ୍ରେ କିଭଳି ଆକର୍ଷଣୀୟ ଦେଖାଯିବେ ତାହା ଚିନ୍ତାର ବିଷୟ ପାଲଟିଥାଏ । ସେମାନେ ନିଜର ପୋଷାକଠୁ ନେଇ ଘରର ଲାଇଟ୍ଆଦି ବିଷୟରେ ଦ୍ୱନ୍ଦରେ ଥାଆନ୍ତି । ଏହି ସମୟରେ କିଛିଟା ଛୋଟଛୋଟ କଥାରେ ଧ୍ୟାନ ଦେଲେ ଆପଣଙ୍କର ଭିଡିଓ କଲ୍ବେଶ୍ଆକର୍ଷଣୀୟ ହୋଇପାରିବ ।

ସମ୍ବନ୍ଧିତ ଖବର ଜାତୀୟ ବିଜ୍ଞାନ ଦିବସ

ଭଲ ଆଲୋକ - ଭିଡିଓ କଲ୍ରେ ଲୁକ୍ଯେତିକି ଗୁରୁତ୍ୱ ପୂର୍ଣ୍ଣ ଆଖପାଖ ପରିବେଶ ମଧ୍ୟ ସେତିକି । ଏହି ସମୟରେ ଘରର ଆଲୋକ ବେଶ୍ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଥାଏ । ସର୍ବଦା ଭିଡିଓ କଲ୍କରୁଥିବା ସ୍ଥାନରେ କିଭଳି ଭଲ ଆଲୋକର ବ୍ୟବସ୍ଥା ହୋଇପାରିବ ସେ ନେଇ ବ୍ୟବସ୍ଥା କରନ୍ତୁ । ସେହିଭଳି ସର୍ବଦା ଆଲୋକକୁ ନିଜ ପଛରେ ନରଖି ଆଗରେ ରଖନ୍ତୁ ।

ସମ୍ବନ୍ଧିତ ଖବର ଚକୋଲେଟ ଟ୍ରେନ

ପୋଷାକ- ଭିଡିଓ କଲ୍କରିବା ସମୟରେ ସର୍ବଦା ଭଲ ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ । ତେଣୁ ଟିକେ ଅଧିକ ସମୟ ଦେଇ ପୋଷାକ ଚୟନ କରନ୍ତୁ । ଘରେ ଅଛନ୍ତି ବୋଲି ଯେ କୌଣସି ପୋଷାକ ପିନ୍ଧି କଲ୍ରେ ବସନ୍ତୁ ନାହିଁ । ଏହା ନକରାତ୍ମକ ପ୍ରଭାବ ପକାଇଥାଏ ।

ଫିଲ୍ଟରର ବ୍ୟବହାର - ଆଜିକାଲି ବିଭିନ୍ନ ଆପ୍ରେ ଭିଡିଓ କଲ୍ସମୟରେ ଭିନ୍ନଭିନ୍ନ ଫିଲ୍ଟର୍ର ବ୍ୟବହାର ହେଉଛି । ତେଣୁ ସେ ସବୁକୁ ବ୍ୟବହାର କରି ଆପଣ ଭିଡିଓ କଲ ସମୟରେ ଏକ ଭଲ ଲୁକ୍ମଧ୍ୟ ପାଇପାରିବେ ।

ସଠିକ୍ସ୍ଥାନ - ଭିଡିଓ କଲ୍ରେ ଅନ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ସଠିକ୍ସ୍ଥାନରେ ନିଜେ ବସିବା ସହିତ କ୍ୟାମେରା, ଫୋନ୍କିମ୍ବା ଲାପଟପ୍କୁ ରଖିବା । ତେଣୁ କ୍ୟାମେରାକୁ ସର୍ବଦା ସଠିକ୍ସ୍ଥାନରେ ରଖନ୍ତୁ, ଯେପରି ଆପଣ ଭଲ ଦେଖାଯିବା ସହିତ ଅନ୍ୟ ପାଇଁ ଆପଣଙ୍କୁ ଦେଖିବାରେ କିଛି କଷ୍ଟ ହେବ ନାହିଁ । ଏହାସହ କ୍ୟାମେରାଠାରୁ ସଠିକ୍ଦୂରତାରେ ବସନ୍ତୁ, ଯାହା ଆପଣଙ୍କ ଚିତ୍ରକୁ ସଠିକ୍ଭାବେ ଉତ୍ତୋଳନ କରିବ ।

Tags:

Related Posts

ପ୍ରାଗ୍

ପ୍ରାଗ୍

ମହାକାଶରେ ଟମାଟୋ

ମହାକାଶରେ ଟମାଟୋ