୨୦୦୦ ଦିଅ, ଜେଲରେ ରୁହ

୨୦୦୦ ଦିଅ, ଜେଲରେ ରୁହ
Ipsita Picture
By: Ipsita
Published On

 

ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ ସାଧାରଣ ଲୋକଙ୍କ ପାଇଁ ଏକ ନିଆରା ସୁଯୋଗ ସୃଷ୍ଟି କରାଯାଇଛି । ଯେଉଁଠାରେ ସେମାନେ ନିର୍ଦ୍ଧାରିତ ଶୁଳ୍କ ଦେଇ କଏଦୀଙ୍କ ଭଳି ଜୀବନ ବିତାଇପାରିବେ । ଏଠାରେ ଜେଲ୍ ମ୍ୟୁଜିୟମ ସହିତ ଏହି ଫିଲ୍ ଦ ଜେଲ୍କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ତେଲେଙ୍ଗାନା ଜେଲ୍ ବିଭାଗ ଅନୁଯାୟୀ, ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଶୃଙ୍ଖଳା ଶିଖାଇବା, କଏଦୀଙ୍କ ଜୀବନ ସହ ପରିଚିତ କରାଇବା ଏବଂ ସେମାନଙ୍କୁ ସ୍ୱାଧୀନତାର ମୂଲ୍ୟ ବୁଝାଇବା । ଏଥିପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଆବେଦନ କରିବାକୁ ପଡ଼ିବ, ଯେଉଁଥିରେ ୨୪ ଘଣ୍ଟା ରହିବା ପାଇଁ ୨୦୦୦ ଟଙ୍କା ଏବଂ ୧୨ ଘଣ୍ଟା ପାଇଁ ୧୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଜେଲରେ ରହିବା ସମୟରେ ଲୋକଙ୍କୁ କଏଦୀଙ୍କ ପୋଷାକ ପିନ୍ଧିବାକୁ ହେବ, ସେମାନେ ଲୁହା ରଡ୍ ଥିବା ବାରାକରେ ରହିବେ, ଲୁହା ବେଡ୍ରେ ଶୋଇବେ ଏବଂ କଏଦୀଙ୍କୁ ଦିଆଯାଉଥିବା ଖାଦ୍ୟ ହିଁ ଖାଇବେ । ଏଥିସହିତ ସେମାନଙ୍କୁ ସକାଳୁ ଶୀଘ୍ର ଉଠି ଜେଲର ଦୈନନ୍ଦିନ ନିୟମ ପାଳନ କରିବାକୁ ପଡ଼ିବ । ଏହାସହ ନିଜର ମୋବାଇଲ୍ ଫୋନ୍ ମଧ୍ୟ ଜମା କରିବାକୁ ପଡ଼ିପାରେ । ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମକୁ ୟୁଜର୍ସମାନେ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Tags: