ପୁଣି ଚର୍ଚ୍ଚାରେ ପାଲି

ପୁଣି ଚର୍ଚ୍ଚାରେ ପାଲି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅଫିସରେ ସୁଟ ପିନ୍ଧିବାକୁ ବାରଣ

ଇଚ୍ଛାମୃତ୍ୟୁ ବା ପାସିଭ୍ ଇଉଥାନେସିଆକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ରାଜସ୍ଥାନର ପାଲି ଜିଲ୍ଲା ପୁଣି ଥରେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପାଲିର ଆଦର୍ଶ ନଗର ନିବାସୀ ସାମାଜିକ କର୍ମୀ ଡାକ୍ତର ବୈଭବ ଭଣ୍ଡାରୀ ଦେଶର ସେହି କେତେଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଯିଏ ପୂର୍ବରୁ ନିଜର ଲିଭିଙ୍ଗ୍ ଉଇଲ୍ବା ସମ୍ମାନର ସହ ମୃତ୍ୟୁବରଣ କରିବାର ଅଧିକାର ସମ୍ବନ୍ଧୀୟ ଇଚ୍ଛାପତ୍ର ପଞ୍ଜିକୃତ କରିସାରିଛନ୍ତି । ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ୩୬ ବର୍ଷୀୟ ଡାକ୍ତର ଭଣ୍ଡାରୀ ପ୍ରାୟ ୧୦ ମାସର ଆଇନଗତ ପ୍ରକ୍ରିୟା ପରେ ଜୁନ୍ ୨୦୨୨ରେ ନିଜର ଏହି ଉଇଲ୍ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ଭବିଷ୍ୟତରେ ସେ କୌଣସି ଅସାଧ୍ୟ ରୋଗରେ ପୀଡ଼ିତ ହୁଅନ୍ତି କିମ୍ବା କେବଳ ମେସିନ୍ ସାହାଯ୍ୟରେ ତାଙ୍କ ଜୀବନ ବଞ୍ଚି ରହେ, ତେବେ ତାଙ୍କ କ୍ଷେତ୍ରରେ ଇଚ୍ଛାମୃତ୍ୟୁ ପ୍ରକ୍ରିୟା ଆପଣାଯାଇପାରିବ । ଉଲ୍ଲେଖଯୋଗ୍ୟ ଯେ, ଇଚ୍ଛାମୃତ୍ୟୁ ସହ ପାଲିର ସମ୍ପର୍କ ବହୁ ପୁରୁଣା, କାରଣ ୧୯୮୨ ମସିହାରେ ତତ୍କାଳୀନ ସାଂସଦ ମୂଳଚାନ୍ଦ ଡାଗା ପ୍ରଥମ କରି ସଂସଦରେ ଏହି ପ୍ରସଙ୍ଗ ଉଠାଇ ଜାତୀୟ ସ୍ତରରେ ବିତର୍କ ସୃଷ୍ଟି କରିଥିଲେ; ପରବର୍ତ୍ତୀ ସମୟରେ ୯ ମାର୍ଚ୍ଚ ୨୦୧୮ରେ ସୁପ୍ରିମକୋର୍ଟ ସମ୍ମାନର ସହ ମୃତ୍ୟୁବରଣ କରିବାକୁ ଏକ ମୌଳିକ ଅଧିକାର ଭାବେ ମାନ୍ୟତା ଦେଇ ଲିଭିଙ୍ଗ୍ ଉଇଲ୍ପାଇଁ ବାଟ ଫିଟାଇଥିଲେ ।

ସମ୍ବନ୍ଧିତ ଖବର ଆାରାମ ସହ ଷ୍ଟାଇଲିସ

Tags: