ପଖାଳ ଦିବସ

ପଖାଳ ଦିବସ
Ipsita Picture
By: Ipsita
Published On

 

ଓଡ଼ିଆ ପରମ୍ପରାର ପ୍ରତୀକ ଭାବେ ପାଳନ ହୋଇଥାଏ  ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ ।  ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଏହି ପାରମ୍ପରିକ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗରୁ ଆରମ୍ଭ କରି ଗରିବର କୁଡ଼ିଆ ପର୍ଯ୍ୟନ୍ତ ସବୁଠି ପଖାଳର ଆଦୃତି ରହିଥିବା ବେଳେ, ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ପାଇଁ ଏହା ଏକ ଅମୃତ ସମାନ ଖାଦ୍ୟ । ଏହି ଦିବସରେ ସହର ଗାଁ ସବୁଠି ଦହି ପଖାଳ, ସଜ ପଖାଳ କିମ୍ବା ବାସି ପଖାଳ ସାଙ୍ଗକୁ ବଡ଼ି ଚୁରା, ଶାଗ ଭଜା, ଆଳୁ ଭର୍ତ୍ତା ଏବଂ ମାଛ ଭଜାର ଆସର ଜମୁଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ପଖାଳ କଂସାର ଫଟୋ ବେଶ୍ ଭାଇରାଲ ହୋଇଥାଏ । ଓଡ଼ିଶା ସରକାର ଏବଂ ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ଏହି ଦିବସକୁ ବିଶ୍ୱସ୍ତରୀୟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ, ଯାହା ଆମ ସଂସ୍କୃତିର ଏହି ଅନନ୍ୟ ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ଉଜ୍ଜୀବିତ କରି ରଖିବାରେ ସହାୟକ ହେବ ।

Tags: