ବିମାନ ଉଡାଇ ମୋନାସିଲା ଚିତ୍ର ଅଙ୍କନ

ବିମାନ ଉଡାଇ ମୋନାସିଲା ଚିତ୍ର ଅଙ୍କନ
Ipsita Picture
By: Ipsita
Published On

 

ଆମେରିକାର ଜଣେ ପାଇଲଟ୍ ଆକାଶରେ ନିଜ ବିମାନକୁ ଏକ ତୁଳୀ ଭାବରେ ବ୍ୟବହାର କରି ଲିଓନାର୍ଡୋ ଦା ଭିନ୍ଚିଙ୍କ ପ୍ରସିଦ୍ଧ ଚିତ୍ରକଳା 'ମୋନାଲିସା'ର ଏକ ଆକର୍ଷଣୀୟ ପ୍ରତିକୃତି ଆଙ୍କିଛନ୍ତି । ଆରକାନସାସର ବେଣ୍ଟନଭିଲରୁ ଏକ ସେସନା ଆର୧୮୨ ବିମାନରେ ଉଡ଼ାଣ ଭରି ସେ ଆରକାନସାସ-ଓକଲାହୋମା ସୀମା ନିକଟରେ ନିଜ ଜିପିଏସ ରୁଟକୁ ଖୁବ ସୂକ୍ଷ୍ମ ଭାବେ ନିୟନ୍ତ୍ରଣ କରିଥିଲେ ।  ବିମାନର ସମ୍ପୂର୍ଣ୍ଣ ଉଡ଼ାଣ ପଥ ମୋନାଲିସାଙ୍କ ଚେହେରା, ଚୁଟି ଏବଂ ସମ୍ପୂର୍ଣ୍ଣ ଆକୃତିର ରୂପ ନେଇଥିଲା । ପ୍ରାୟ ୫୬ କିଲୋମିଟର ଦୀର୍ଘ ଏହି ଉଡ଼ାଣ ପଥକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା । ଯେଉଁଥିରେ ସାମାନ୍ୟତମ ଦିଗ ପରିବର୍ତ୍ତନ ମଧ୍ୟ ଏହି ଚିତ୍ରକୁ ବିଗାଡ଼ି ଦେବାର ବିପଦ ଥିଲା । ଏହି ସମୟରେ ୭୩,୦୦୦ରୁ ଅଧିକ ଲୋକ ଏକ ଫ୍ଲାଇଟ୍-ଟ୍ରାକିଂ ୱେବସାଇଟ୍ରେ ଏହି ଲାଇଭ୍ ଉଡ଼ାଣକୁ ଦେଖୁଥିଲେ । ବିମାନଟି ଅବତରଣ କରିବା ପରେ ଜିପିଏସ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଅଦ୍ଭୁତ 'ମୋନାଲିସା' ଉଡ଼ାଣ ପଥଟି ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହେବା ସହ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

Tags: