ତିଆରି କରିଥିଲେ ନିଜର ସେନା
By: Ipsita
ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଭାଇରାଲ ହୋଇଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆମେରିକାର ସେହିଭଳି ଏକ ଘଟଣା ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ସୂଚନା ଅନୁସାରେ ଆମେରିକା ଟେକସାସ୍ର ଦୁଇଜଣ ଯୁବକ ଯେଉଁମାନେ ହଲିଉଡ ଫିଲ୍ମ ଭଳି ନିଜର ଏକ ସେନା ନିର୍ମାଣ କରିଛନ୍ତି । ଏହି ସେନା ସାହାଯ୍ୟରେ ସେମାନେ ଏକ ଆଇଲାଣ୍ଡ ଉପରେ କବଜା କରିବେ ବୋଲି ମଧ୍ୟ ସୂଚନା ରହିଛି । ଜଣେ ଯୁବକଙ୍କର ବୟସ ୨୧ ବର୍ଷ ହୋଇଥିବାବେଳେ ଜଣଙ୍କର ୨୦ ବର୍ଷ । ସେହିଭଳି ଏମାନଙ୍କ ଟାର୍ଗେଟରେ ଗୌନାବ ଆଇଲାଣ୍ଡ ରହିଥିଲା, ଯାହାର ଜନସଂଖ୍ୟା ପାଖାପାଖି ୮୭ ହଜାର । ପୋଲିସର ସୂଚନା ହିସାବରେ ଓ୍ୱାଶିଂଟନ ଡିସିର ଯେଉଁ ଲୋକଙ୍କ ପାଖରେ ଘର ନାହିଁ ସେମାନଙ୍କୁ ପଇସାର ଲୋଭ ଦେଖାଇ ନିଜ ଆର୍ମି ଗଠନ କରିଥିଲେ । ତେବେ ବର୍ତ୍ତମାନ ଏହି ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
Read More ପର୍ଯ୍ୟଟକ ଚୋରି କରୁଛନ୍ତି ପଥର
Tags:


