ଅନ୍ୟାନ୍ୟ ସାମଗ୍ରୀ
ତେବେ ହସ୍ତତନ୍ତ କହିଲେ କେବଳ ଶାଢ଼ୀ ନୁହେଁ, ଓଡ଼ିଶାରେ ଅନେକ ପ୍ରକାରର ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତ ହୁଏ । ଏହି ତାଲିକାରେ ବିଭିନ୍ନ ଅଞ୍ଚଳର ପାରମ୍ପରିକ ସୂତା ଗାମୁଛା, ସମ୍ବଲପୁରୀ ଓ ଖଣ୍ଡୁଆ କପଡ଼ାରେ ପ୍ରସ୍ତୁତ ଆଧୁନିକ ପୋଷାକ ଯେପରି କୁର୍ତ୍ତା ସାମିଲ ରହିଛି । ଏହାସହ ପର୍ଦ୍ଦା ଓ ବେଡ୍-ସିଟ୍ ମଧ୍ୟ ଏହି ତାଲିକାରେ ସାମିଲ । ପଶ୍ଚିମ ଓଡ଼ିଶାର ସୂତା ବୁଣା ଘରକରଣା ସାମଗ୍ରୀମଧ୍ୟ ହସ୍ତତନ୍ତର ଏକ ଅନନ୍ୟ ଉଦାହରଣ । ଓଡ଼ିଶାର ହସ୍ତତନ୍ତ କେବଳ ଏକ ବ୍ୟବସାୟ ନୁହେଁ, ଏହା ହେଉଛି ରାଜ୍ୟର ଅସ୍ମିତା । ଏହି କଳାକୁ ବଞ୍ଚାଇ ରଖିବା ପାଇଁ ଆମକୁ ଏହି ସାମଗ୍ରୀଗୁଡ଼ିକର ଅଧିକ ବ୍ୟବହାର କରିବା ଉଚିତ୍ । ଯାହାଦ୍ବାରା ଏହାର ପ୍ରଚାର ପ୍ରସାର ହୋଇପାରିବ ।
Tags:



