ଓଡିଆ ସାମ୍ବାଦିକତା ଦିବସ

ଆଜି ପ୍ରତ୍ୟେକ ଓଡିଆ ସାମ୍ବାଦିକଙ୍କ ପାଇଁ ଗର୍ବ ଓ ଗୌରବର ଦିନ ।୧୮୬୬ ମସିହା ଅଗଷ୍ଟ ୪କୁ ଓଡିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ । ଆଜି ୧୫୩ ବର୍ଷରେ ପାଦଥାପିଛି ଓଡ଼ିଆ ସାମ୍ବାଦିକତା । ପ୍ରଥମ ଓଡ଼ିଆ ଖବରକାଗଜ ଭାବରେ ପ୍ରକାଶିତ ହୋଇଥିଲା ଉତ୍କଳ ଦୀପିକା ।ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ କର୍ମବୀର ଗୌରୀଶଙ୍କର ରାୟ l ଏହା ପ୍ରଥମେ ଓଡିଆ ସାପ୍ତାହିକ ଓ ପରେ ଦୈନିକ ଭାବେ ପ୍ରକାଶିତ ହେଉଥିଲା । […]

Samaya Live Picture
Published On

ଆଜି ପ୍ରତ୍ୟେକ ଓଡିଆ ସାମ୍ବାଦିକଙ୍କ ପାଇଁ ଗର୍ବ ଓ ଗୌରବର ଦିନ ।୧୮୬୬ ମସିହା ଅଗଷ୍ଟ ୪କୁ ଓଡିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ ।

ଆଜି ୧୫୩ ବର୍ଷରେ ପାଦଥାପିଛି ଓଡ଼ିଆ ସାମ୍ବାଦିକତା । ପ୍ରଥମ ଓଡ଼ିଆ ଖବରକାଗଜ ଭାବରେ ପ୍ରକାଶିତ ହୋଇଥିଲା ଉତ୍କଳ ଦୀପିକା ।ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ କର୍ମବୀର ଗୌରୀଶଙ୍କର ରାୟ l ଏହା ପ୍ରଥମେ ଓଡିଆ ସାପ୍ତାହିକ ଓ ପରେ ଦୈନିକ ଭାବେ ପ୍ରକାଶିତ ହେଉଥିଲା । ଗୌରୀଶଙ୍କର ରାୟ ଏବଂ ତାଙ୍କର ଘନିଷ୍ଠ ବନ୍ଧୁ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକ ଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ ପ୍ରେସ୍‌ ଦ୍ୱାରା ଏହି ଖବରକାଗଜ ପ୍ରକାଶ ପାଉଥଲା । ଉତ୍କଳ ଦୀପିକା ସେତେବେଳେ ରାଜନୈତିକ ତଥା ସାମାଜିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଏବଂ ଓଡିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ଠାରେ ଦୃଢ ଦାବି ଉପସ୍ଥାପନ କରୁଥିଲା ।ଉତ୍କଳ ଦୀପିକାର ସଫଳତା ଓଡିଶାରେ ଖବରକାଗଜ ପ୍ରକାଶନରେ ଏକ ଧାରା ସୃଷ୍ଟି କରିଥିଲା ।

Tags: