ପ୍ରାକୃତିକ ଉପାୟରେ କୀଟନାଶକ
ଆଗକାଳରେ କୃଷିରେ ବର୍ତ୍ତମାନଭଳି ଏତେମାତ୍ରାରେ କୀଟନାଶକ ବ୍ୟବହାର ହେଉନଥିଲା । ସେତେବେଳେ କୃଷକମାନେ ବିଭିନ୍ନ ପ୍ରକାରର ପ୍ରାକୃତିକ ଉପାୟ ବ୍ୟବହାର କରି ଗଛପତ୍ରଙ୍କୁ ପୋକ ଦାଉରୁ ରକ୍ଷା କରୁଥିଲେ । କୃଷକଙ୍କର ଏକ ସମସ୍ୟା ହୋଇଥାଏ ନିଜ ଫସଲକୁ ପୋକ ଦାଉରୁ ରକ୍ଷା କରିବା । ଯେଉଁଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ତେବେ ବର୍ତ୍ତମାନ ବହୂଳମାତ୍ରାରେ ବ୍ୟବହାର ହେଉଥିବା କୀଟନାଶକ ସେତେବେଳେ ନଥିଲା । ତେବେ ସେତେବେଳେ ସେମାନେ ବିଭିନ୍ନ ପ୍ରକାରର ଘରୋଇ […]
ଆଗକାଳରେ କୃଷିରେ ବର୍ତ୍ତମାନଭଳି ଏତେମାତ୍ରାରେ କୀଟନାଶକ ବ୍ୟବହାର ହେଉନଥିଲା । ସେତେବେଳେ କୃଷକମାନେ ବିଭିନ୍ନ ପ୍ରକାରର ପ୍ରାକୃତିକ ଉପାୟ ବ୍ୟବହାର କରି ଗଛପତ୍ରଙ୍କୁ ପୋକ ଦାଉରୁ ରକ୍ଷା କରୁଥିଲେ ।
କୃଷକଙ୍କର ଏକ ସମସ୍ୟା ହୋଇଥାଏ ନିଜ ଫସଲକୁ ପୋକ ଦାଉରୁ ରକ୍ଷା କରିବା । ଯେଉଁଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ତେବେ ବର୍ତ୍ତମାନ ବହୂଳମାତ୍ରାରେ ବ୍ୟବହାର ହେଉଥିବା କୀଟନାଶକ ସେତେବେଳେ ନଥିଲା । ତେବେ ସେତେବେଳେ ସେମାନେ ବିଭିନ୍ନ ପ୍ରକାରର ଘରୋଇ ସାମଗ୍ରୀ ବ୍ୟବହାର କରି ନିଜ ଫସଲକୁ ପୋକ ଦାଉରୁ ରକ୍ଷା କରୁଥିଲେ । ଆସନ୍ତୁ ସେହିଭଳି କିଛି ପ୍ରାକୃତିକ ସାମଗ୍ରୀ ବିଷୟରେ ଜାଣିବା ।
ନିମ
ପ୍ରତ୍ୟେକ ଭାରତୀୟଙ୍କ ଘରେ ନିମ ପତ୍ର ବ୍ୟବହାର ଖୁବ ଅଧିକ ଥାଏ । ଖାଇବା ଠାରୁ ଆରମ୍ଭ କରି ଘରେ କୌଣସି ଶସ୍ୟ ସାଇତି ରଖିବା ପାଇଁ ଏହାକୁ ବ୍ୟବହାର କରାଯାଏ । ଘରେ ଯେତେବେଳେ ଚାଉଳ, ବିରି, ମୁଗ ଭଳି ଶସ୍ୟକୁ ରଖାଯାଏ, ସେଥିରେ ଏହି ପତ୍ରକୁ ପକାଯାଇଥାଏ ଯାହାଫଳରେ ଏଥିରେ ପୋକ ଲାଗିବ ନାହିଁ । କେବେଳ ଏତିକି ନୁହେଁ ବିଭିନ୍ନ ରୋଗରୁ ଯେପରି ବିଶେଷଭାବେ ଚର୍ମ ସଂକ୍ରମଣକୁ ଭଲ କରିବାରେ ଏହା ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିବ୍ୟାକେଫରିଆଲ ଓ ଆଣ୍ଟିଫଙ୍ଗାଲ ଗୁଣ ବିଭିନ୍ନ ପ୍ରକାର ସମସ୍ୟାକୁ ଦୂର କରିଥାଏ । ତେଣୁ ଏହି ପ୍ରାକୃତିକ ଉପାୟକୁ ବର୍ତ୍ତମାନ ମଧ୍ୟ ବ୍ୟବହାର କରିହେବ ।
ପାଉଁଶ
ଆଗରୁ ବାସନ ମାଜିବା ପାଇଁ ସାବୁନ ବଦଳରେ ପାଉଁଶ ବ୍ୟବହାର କରାଯାଏ । ତେବେ ଏହି ପାଉଁଶକୁ ଆଗ କାଳରେ ଗଛ ମାନଙ୍କ ପାଖରୁ ପୋକ ଦୂର କରିବାପାଇଁ ବ୍ୟବହାର କରାଯାଇଥାଏ । ସେହିଭଳି ଏହାକୁ ପକାଇବା ଫଳରେ ପିମ୍ପୁଡି ହୋଇ ନଥାଆନ୍ତି । ସେହିଭଳି ଘରେ ବିଭିନ୍ନ କାର୍ଯ୍ୟପାଇଁ ମଧ୍ୟ ଏହାକୁ ବ୍ୟବହାର ହୋଇଥାଏ । ଏହାକୁ ବ୍ୟବହାର କରି ବାସନ ସଫା ମଧ୍ୟ କରିହେବ । ଏହାକୁ କୃଷକମାନେ ବିଲରେ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତି ।
ଚାଷ ବଦଳାଇବା
ପୁରୁଣା ସମୟରେ କୃଷକମାନେ ନିଜର ଚାଷକୁ ବଦଳାଉଥିଲେ, କାରଣ ଏହି ଗଛ ବଦଳାଇବା ଫଳରେ ମାଟିର ଉର୍ବରତା ରହିବା ସହିତ ମାଟିରେ ଆଉ ପୋକ ବଢି ପାରିବେ ନାହିଁ । ଗୋଟିଏ ପ୍ରକାରର ଚାଷ କରିବା ଫଳରେ ମାଟିରେ ଗୋଟିଏ ପ୍ରକାରର ପୋକ ରହିବାର ସମ୍ଭାବନା ବଢିଥାଏ, ଯାହା ଗଛ ବଦଳାଇବା ଫଳରେ ସମ୍ଭାବନା କମିଥାଏ ।

କଣ୍ଟ୍ରୋଲ୍ଡ ବର୍ଣ୍ଣିଂ
ଆଗକାଳର କୃଷକମାନେ ପ୍ରଥମେ ଗଛ କାଟିବା ପରେ ଏହାକୁ ବିଲରେ ପକାଇ ଜଳାଇଦେଇଥାଆନ୍ତି । ଏହାଦ୍ୱାରା ମାଟିର ଉର୍ବରତା ବଢିବା ସହିତ ମାଟରେ ଥିବା ପୋକ ମଧ୍ୟ ମରିଥାଆନ୍ତି, ଯାହା ଏହାକୁ ଚାଷ ପାଇଁ ପ୍ରସ୍ତୁତ କରିଥାଏ ।
ପ୍ରାକୃତିକ ସାରର ପ୍ରୟୋଗ
ସବୁଠାରୁ ବଡ ପ୍ରକ୍ରିୟା ହୋଇଥାଏ ମାଟିରେ ପ୍ରାକୃତିକ ସାର ବ୍ୟବହାର କରିବା । ଆଗକାଳରେ କୃଷକମାନେ ଜମିରେ ଗୋବର ଖତରୁ ପ୍ରସ୍ତୁତ ସାର ବ୍ୟବହାର କରୁଥିଲେ, ଯାହା ମାଟିର ଉର୍ବରତାକୁ ବଢାଇବା ସହିତ ଜମିକୁ ବିଭିନ୍ନ ପୋକ ଦାଉରୁ ମଧ୍ୟ ରକ୍ଷା କରିଥାଏ । ଏବେ ମଧ୍ୟ ଏଗୁଡିକୁ ବ୍ୟବହାର କରି ଆମେ ଉନ୍ନତମାନର ଫସଲ କରିପାରିବା ।




