କେଉଁ ଦିନ ପାଳନ ହୁଏ ରାମନବମୀ
ପ୍ରତିବର୍ଷ ୨ ଟି ଲେଖାଏଁ ନବରାତ୍ରୀ ପର୍ବ ପାଳନ ହୋଇଥାଏ I ପ୍ରଥମଟି ଚୈତ୍ର ନବରାତ୍ରୀ ଏବଂ ଆଉ ଗୋଟିଏ ଆଶ୍ୱିନ ନାବରାତ୍ରୀ I ଚୈତ୍ର ନାବରାତ୍ରୀ ଶେଷ ଦିନରେ ଅର୍ଥାତ ଚୈତ୍ର ନବମୀ ତିଥିକୁ ରାମ ନବମୀ ଉତ୍ସବ ପାଳନ କରାଯାଉଥିବା ବେଳେ,ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ଦୁର୍ଗା ପୂଜା ପାଳନ କରାଯାଇଥାଏ I ତ୍ରେତୟା ଯୁଗ ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ହୋଇଥିବାରୁ ଏହାକୁ ରାମ ନବମୀ […]
ପ୍ରତିବର୍ଷ ୨ ଟି ଲେଖାଏଁ ନବରାତ୍ରୀ ପର୍ବ ପାଳନ ହୋଇଥାଏ I ପ୍ରଥମଟି ଚୈତ୍ର ନବରାତ୍ରୀ ଏବଂ ଆଉ ଗୋଟିଏ ଆଶ୍ୱିନ ନାବରାତ୍ରୀ I ଚୈତ୍ର ନାବରାତ୍ରୀ ଶେଷ ଦିନରେ ଅର୍ଥାତ ଚୈତ୍ର ନବମୀ ତିଥିକୁ ରାମ ନବମୀ ଉତ୍ସବ ପାଳନ କରାଯାଉଥିବା ବେଳେ,ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ଦୁର୍ଗା ପୂଜା ପାଳନ କରାଯାଇଥାଏ I ତ୍ରେତୟା ଯୁଗ ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ହୋଇଥିବାରୁ ଏହାକୁ ରାମ ନବମୀ କୁହାଯାଏ I ପ୍ରଭୁ ଶ୍ରୀ ରାମଙ୍କ ଏହି ଜନ୍ମ ତିଥି ବିଷୟରେ ମହର୍ଷି ବାଲ୍ମିକୀଙ୍କ ‘ବାଳକାଣ୍ଡ’ଓ ସନ୍ଥ ‘ତୁଳସୀ ଦାସଙ୍କ ‘ଶ୍ରୀ ରାମଚରିତ ମାନସରେ, ଉଲ୍ଲେଖ ରହିଛି I
ପୌରାଣିକ ମାନ୍ୟତା ଅନୁସାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଅବତାରୀ ପୁରୁଷ ଥିଲେ I ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କୁ ଭଗବାନ ବିଷ୍ଣୁଙ୍କର ୭ମ ଅବତାର ବୋଲି କୁହାଯାଏ I ପ୍ରଭୁ ଶ୍ରୀ ରାମଚନ୍ଦ୍ର ଧରା ପୃଷ୍ଠରେ ମର୍ଯ୍ୟାଦା ଓ ଆତ୍ମ ସଂଯମତା ରକ୍ଷା କରିବାକୁ ସନ୍ଦେଶ ଦେଇଥିଲେ I ତେଣୁ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ବୋଲି କୁହାଯାଏ I
ଶ୍ରୀରାମ ଚନ୍ଦ୍ର ଅବତାରୀ ପୁରୁଷ ଥିଲେ ମଧ୍ୟ ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କର ଜ୍ୟୋଷ୍ଠ ସନ୍ତାନ ରୂପେ ଜନ୍ମ ନେଇଥିଲେ I ଶ୍ରୀ ରାମଙ୍କ ଜନ୍ମ ପରେ ସ୍ୱର୍ଗରୁ ପୁଷ୍ପ ବୃଷ୍ଟି ହେବା ସହିତ ଅପସରା ମାନେ ନୃତ୍ୟ ପରିବେଷଣ କରିଥିଲେ I ଶ୍ରୀ ରାମଙ୍କ ଜନ୍ମ ପରେ ଦଶରଥଙ୍କର ଅନ୍ୟ ଦୁଇ ରାଣୀ କୈକେୟୀ ଭରତ ଓ ସୁମିତ୍ରାଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘନ ଜନ୍ମ ନେଇଥିଲେ I ଶ୍ରୀ ରାମଚନ୍ଦ୍ର ନିଜର ଭାଇ ମାନଙ୍କ ସହିତ ବାଲ୍ୟଲୀଳା ସାରି ଉପନୀତ ବୟସରେ ଗୁରୁ ବଶିଷ୍ଠ ଙ୍କ ନିକଟରୁ ବିଦ୍ୟା ଲାଭ କରିଥିଲେ I
ବୟସ ବୃଦ୍ଧି ହେବା ସଂଗେ ସଂଗେ ଶ୍ରୀ ରାମଚନ୍ଦ୍ରଙ୍କର ତେଜସ୍ୱୀ ରୂପ ସାଙ୍ଗକୁ ଗୁଣ ଗାରିମା ବଢି ଚାଲିଲା I ଏହା ଦେଖି ଅନ୍ୟ ୩ ଭାଇ ମଧ୍ୟ ଶ୍ରେଷ୍ଠ ଭ୍ରାତାଙ୍କ ଅନୁସରଣ କଲେ I ୪ ଭାଇଙ୍କର ଗୁଣ ଗାରିମା ତେଜସ୍ୱି ରୂପ ଦେଖି ଅଯୋଦ୍ଧା ବାସୀ ଆନନ୍ଦିତ ହେଲେ I ସେମାନେ ବିଦ୍ୟା ଲାଭ କରିବା ସହିତ ଅସ୍ତ୍ର ଚାଳନା,ରାଜପାଠ ସହିତ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ସବୁଥିରେ ପାରଙ୍ଗମ ହୋଇ ଉଠିଲେ I ରାଜା ଦଶରଥଙ୍କ ହୃଦୟ ତାଙ୍କର ଚାରିପୁଅଙ୍କୁ ଦେଖି ଗର୍ବ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲା I




