ଅଫିସ୍ ହେୟାର ଷ୍ଟାଇଲ୍
ଅଫିସ୍ ଯିବା ସମୟରେ ଝିଅମାନଙ୍କ ପାଇଁ ଡ୍ରେସ ସହିତ ହେୟାର ଷ୍ଟାଇଲ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ସମୟ ଅଭାବରୁ ଏହି ସମୟରେ ସମସ୍ତେ କମ ସମୟରେ କିଛିୟୁନିକ୍ ଷ୍ଟାଇଲ୍ କରିବାକୁ ଚାହାନ୍ତି । ଯାହା ଷ୍ଟାଇଲିସ୍ ହେବା ସହିତ ଜଲଦି ମଧ୍ୟ ହେବା ଦରକାର । ଲୋ ବନ୍ ଏହା ଅଫିସ୍ ଗୋଇଂ ମହିଳାଙ୍କ ମଧ୍ୟରେ ଖୁବ ପପୁଲାର । ଏହା କରିବାକୁ ଖୁବ ସହଜ ହେଉଥିବାବେଳେ ବେଶ୍ କ୍ଲାସିକ୍ ହୋଇଥାଏ । ଏହାକୁ […]
ଅଫିସ୍ ଯିବା ସମୟରେ ଝିଅମାନଙ୍କ ପାଇଁ ଡ୍ରେସ ସହିତ ହେୟାର ଷ୍ଟାଇଲ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ସମୟ ଅଭାବରୁ ଏହି ସମୟରେ ସମସ୍ତେ କମ ସମୟରେ କିଛିୟୁନିକ୍ ଷ୍ଟାଇଲ୍ କରିବାକୁ ଚାହାନ୍ତି । ଯାହା ଷ୍ଟାଇଲିସ୍ ହେବା ସହିତ ଜଲଦି ମଧ୍ୟ ହେବା ଦରକାର ।
ଲୋ ବନ୍
ଏହା ଅଫିସ୍ ଗୋଇଂ ମହିଳାଙ୍କ ମଧ୍ୟରେ ଖୁବ ପପୁଲାର । ଏହା କରିବାକୁ ଖୁବ ସହଜ ହେଉଥିବାବେଳେ ବେଶ୍ କ୍ଲାସିକ୍ ହୋଇଥାଏ । ଏହାକୁ ଆପଣ ଫର୍ମାଲ ସହିତ ଟ୍ରାଏ କରିପାରିବେ, ଏହା ବେଶ୍ ସୁନ୍ଦର ଲାଗିଥାଏ । ଏହାର ବିଭିନ୍ନ ପ୍ରକାର ଥାଏ ନିଜ କେଶ ହିସାବରେ ଏହାକୁ ଟ୍ରାଏ କରିପାରିବେ ।
କ୍ରାଉନ୍ ଡଚ୍
ଏହା ବେଶ୍ୟୁନିକ୍ ହେୟାର ଷ୍ଟାଇଲ ହୋଇଥାଏ । ଏହା ଦେଖିବାକୁ ଅନ୍ୟ ହେୟାର ଷ୍ଟାଇଲ୍ ଠାରୁ ବେଶ୍ ଡିଫ୍ରେଣ୍ଟ୍ ହୋଇଥାଏ । ଏହି ହେୟାର ଷ୍ଟାଇଲ୍ ସମସ୍ତ କେଶ କର୍ଲି କିମ୍ବା ସିଧା ସବୁଥିରେ ଭଲ ଲାଗିଥାଏ । ଏହାକୁ ଅଫିସ୍ ଗଲାବେଳେ ଟ୍ରାଏ କରନ୍ତୁ ଆପଣଙ୍କୁ ଏକ ରିଫ୍ରେସିଂ ଲୁକ୍ ମିଳିବ ।
ହାଇଅର ବନ୍
ଲୋ ବନ୍ ଭଳି ହାଇଅର ବନ୍ ମଧ୍ୟ ଅଫିସ୍ ପାଇଁ ପରଫେକଫ ହେୟାର ଷ୍ଟାଇଲ । ଏହି ହେୟାର ଷ୍ଟାଇଲ୍ ଅଫିସ୍ରେ କାମ କରିବାରେ ଖୁବ ଆରାମ ପ୍ରଦାନ କରିଥାଏ । ଏହା ଆପଣଙ୍କୁ ଏକ ପ୍ରଫେସନାଲ ଲୁକ୍ ପ୍ରଦାନ କରିଥାଏ । ଏହା ଏକ କ୍ଲିନ୍ ଲୁକ୍ ପ୍ରଦାନ କରିଥାଏ ।
ଷ୍ଟ୍ରେଟ୍ ହେୟାର
ଯଦି ଆପଣଙ୍କୁ କେଶ ଖୋଲିବାର ସଉକ ଅଛି ତେବେ ଷ୍ଟ୍ରେଟ ହେୟାର ଷ୍ଟାଇଲ୍ ଆପଣଙ୍କ ପାଇଁ ପରଫେକଫ ଅପସନ୍ । ତେବେ ଯଦି ଆପଣ ଚାହିଁବେ ହେୟାର ଷ୍ଟ୍ରେଟନିଂ ମଧ୍ୟ କରାଇ ପାରିବେ । ଆଜିକାଲି ଏହା ବେଶି ଟ୍ରେଣ୍ଡ୍ରେ ରହିଛି । ଏହା ଆପଣଙ୍କୁ ଏକ ପ୍ରଫେସନାଲ ଲୁକ୍ ମଧ୍ୟ ଦେଇଥାଏ ।
ପୋନିଟଲ୍
ପୋନିଟେଲ୍ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ । ଏହି ହେୟାର ଷ୍ଟାଇଲ୍ କରିବାକୁ ଯେତିକି ସହଜ ଦେଖିବାକୁ ସେତିକି ଷ୍ଟାଇଲିସ୍ । ଏହାର ଅନେକ ପ୍ରକାର ରହିଛି ଯାହା ଆପଣଙ୍କୁ ଏକୟୁନିକ୍ ଲୁକ ଦେବାରେ ସାହାଯ୍ୟ କରିବ । ତେଣୁ ଅଫିସ୍ ଯିବାବେଳେ ଏହାକୁ ଟ୍ରାଏ କରିପାରିବେ ।




