ନ୍ୟୁୟର୍କ ମେୟରଙ୍କର ଓଡ଼ିଶା ଲିଙ୍କ
ନିକଟରେ ବିଦେଶମାଟିରେ ଜଣେ ଭାରତୀୟ ବଂଶଜଙ୍କ ଚମତ୍କାରିତା ଦେଖିବାକୁ ମିଳିଛି। ଆମେରିକାର ନ୍ୟୁୟର୍କ ସହରର ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଜୋହରାନ ମାମଦାନୀ । ଯାହାଙ୍କର କେବଳ ଭାରତ ନୁହେଁ ବରଂ ଓଡ଼ିଶା ସହିତ ମଧ୍ୟ ରହିଛି ସମ୍ପର୍କ ।
ନିକଟରେ ଆମେରିକାର ନ୍ୟୁୟର୍କ ସହର ତାର ମେୟରଙ୍କୁ ବାଛିଚି । ତେବେ ଏଥର କୌଣସି ଆମେରିକୀୟ ବଂଶଜ ନୁହେଁ ବରଂ ଭାରତୀୟ ବଂଶଜ ହୋଇଛନ୍ତି ମେୟର । ଜୋହରାନ ମମଦାନୀ ନୂଆ ମେୟର ଭାବେ ଶପଥ ନେବା ପରେ ତାଙ୍କୁ ନେଇ ଭାରତରେ ଖୁବ ଚର୍ଚ୍ଚା ହେଉଛି । ତେବେ ତାଙ୍କର ସମ୍ପର୍କ ଓଡ଼ିଶା ସହିତ ମଧ୍ୟ ରହିଛି । ଜୋହରାନଙ୍କର ଅଜା ଅମ୍ରିତଲାଲ ନାୟର ସୁନ୍ଦରଗଡର ଜିଲ୍ଲାପାଳ ଭାବେ ଅନେକ ଦିନ କାର୍ଯ୍ୟରତ ଥିଲେ । ତାଙ୍କ ମା ମିରା ନାୟର ଓଡ଼ିଶାର କୋରାପୁଟରେ ଜନ୍ମ ହେବା ସହିତ ଭୁବନେଶ୍ବରରେ ବଢିଛନ୍ତି । ଯାହାପରେ ଓଡ଼ିଶାରେ ମଧ୍ୟ ଜୋହାରନଙ୍କୁ ନେଇ ଖୁବ ଆଲୋଚନା ହେଉଛି । ସୂଚନା ଅନୁସାରେ ମିରା ନାୟର ପେଶାରେ ଜଣେ ଅନ୍ତର୍ଜାତୀୟ ସ୍ତରର ସିନେମା ନିର୍ମାତା । ତାଙ୍କର ଫିଲ୍ମ ସଲାମ ବମ୍ବେ ଖୁବ ସଫଳତା ସାଉଁଟିଥିଲା । ମିରା ନାୟରଙ୍କୁ ତାଙ୍କ କାର୍ଯ୍ୟପାଇଁ ପଦ୍ମଭୂଷଣ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ସେହିଭଳି ତାଙ୍କ ପିତା ମହମଦ ମମଦାନୀଙ୍କ ଜନ୍ମ ମହାରାଷ୍ଟ୍ରରେ ହୋଇଥିଲା । ହେଲେ ତାଙ୍କ ପିତା ନିଜର କ୍ୟାରିୟର ପାଇଁ ପ୍ରଥମେ ଉଗାଣ୍ଡା ଓ ପରେ କେପଟାଉନ ସ୍ଥାନାନ୍ତରିତ ହୋଇଥିଲେ । ଜୋହରାନଙ୍କ ଜନ୍ମ ଉଗାଣ୍ଡାରେ ୧୯୯୧ ଅକ୍ଟୋବର ୧୮ରେ ହୋଇଥିଲା । ଜଣେ ଡେମୋକ୍ରାଟିକ ପ୍ରାର୍ଥୀଭାବେ ସେ ଆଣ୍ଡ୍ରୁ କୁଓମୋଙ୍କୁ ନିର୍ବାଚନରେ ପରାଜିତ କରି ବିଜୟୀ ହୋଇଛନ୍ତି । ୨୦୨୬ ଜାନୁଆରୀ ୧ ତାରିଖରୁ ସେ ଔପଚାରିକ ଭାବେ କାର୍ଯ୍ୟ ଆରମ୍ଭ କରିବେ । ତାଙ୍କ ନିର୍ବାଚନୀ ପ୍ରଚାରରେ ସାମାଜିକ ସମାନତା ଏବଂ ସୁଲଭତାକୁ ଗୁରୁତ୍ବତା ଦିଆଯାଇଥିଲା । ତାଙ୍କ ବିଜୟରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କଲାବୋଲି ଆଲୋଚନା ହେଉଛି । ସେ ନାଗରିକଙ୍କ କିଛି ମୌଳିକ ସମସ୍ୟା ଉପରେ ଗୁରୁତ୍ବାରୋପ କରିବା ସହିତ ସେଗୁଡିକୁ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ଯାହାର ପ୍ରଭାବ ନାଗରିକଙ୍କ ଉପରେ ଦେଖିବାକୁ ମିଳିଥିଲା ଏବଂ ସେ ବିଜେତା ହୋଇଥିଲେ । ନିଜ ସ୍କୁଲ ସମୟରୁ ସେ ସାମାଜିକ ସୁରକ୍ଷାକୁ ଗୁରୁତ୍ବତା ଦେଉଥିଲେ । ସେ ବିଭିନ୍ନ କାମ୍ପାନିଂରେ ନିଜର ଛାତ୍ରା ଜୀବନରୁ ଭାଗନେଇଛନ୍ତି । ତେବେ ତାଙ୍କ କ୍ୟାରିୟର ପ୍ରଥମରୁ ରାଜନୀତି ନଥିଲା । ସେ ନିଜ କ୍ୟାରିୟର ପ୍ରଥମେ ମ୍ୟୁଜିକରେ କରିଥିଲେ ସେ ନିଜ ସାଙ୍ଗଙ୍କ ସହ ମିଶି ଅନେକ ମ୍ୟୁଜିକ ଭିଡିଓ ମଧ୍ୟ ଲଞ୍ଚ କରିଛନ୍ତି । ତାଙ୍କର ପ୍ରତିଟି ଗୀତରେ ଭାରତୀୟ ପରମ୍ପରାର ଓ ଚଳଣିର ଝଲକ ଦେଖିବାକୁ ମିଳେ । ସେ ଭାରତ ପରମ୍ପରାକୁ ଖୁବ ଅଧିକ ଭଲ ପାଉଥିବା ଏଥିରୁ ପ୍ରମାଣିତ ହୋଇଥାଏ । ସେହିଭଳି ସେ ମ୍ୟୁଜିକକୁ ବ୍ୟବହାର କରି ଉଗାଣ୍ଡାର ବିଭିନ୍ନ ସମସ୍ୟାକୁ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଉଥିଲେ । ତାଙ୍କ ରାଜନୈତିକ ଜୀବନର ଆରମ୍ଭ ଅଲ୍ଲି ନିଜାମଙ୍କର କାମ୍ପାନିଂରେ ଜଣେ ଭଲ୍ୟୁଣ୍ଟରରୁ ଆରମ୍ଭ ହୋଇଥିଲା । ଏହାପରେ ଧୀରେଧୀରେ ତାଙ୍କର ରାଜନୀତିରେ ପ୍ରବେଶ ହୋଇଥିଲା । ୨୦୨୦ରେ ସେ ନ୍ୟୁୟର୍କ ଷ୍ଟେଟ ଆସେମ୍ବଲିକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୨୨ ସହ ୨୪ରେ ମଧ୍ୟ ଲଗାତାର ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ଅନେକ ଏଭଳି କାର୍ଯ୍ୟ କରିଥିଲେ , ଯାହା ତାଙ୍କୁ ଖୁବ ପରିଚିତ କରାଇଥିଲା ।




