ପଥର ତରକାରୀ
ଅନେକ ସମୟରେ ଗପରେ ଗପରେ ଆମ ବଡ ମାନେ ଆମକୁ ଜୀବନ ପାଇଁ ପ୍ରସ୍ତୁତ କରିଥାଆନ୍ତି । କିଭଳି କୌଣସି କଷ୍ଟ ପରିସ୍ଥିତିରେ ନିଜର ବୁଦ୍ଧି ଖଟାଇ ତାର ସମାଧାନ କାଢିହେବ ସନେଇ ସେମାନେ ଗପ ମାଧ୍ୟମରେ ବତାଇ ଥାଆନ୍ତି । ଆସନ୍ତୁ ପଢିବା ସେହିଭଳି ଏକ ଗପ ସମ୍ପର୍କରେ ।
ଏକଦା ଜଣେ ବ୍ୟକ୍ତି ଜଙ୍ଗଲରେ ଯିବା ସମୟରେ ରାତି ହୋଇଯାଇଥିଲା । ଯାହା ଫଳରେ ସେ ନିଜ ଘରକୁ ଫେରି ପାରି ନଥିଲେ । ଏହାପରେ ସେ ଜଙ୍ଗଲରେ ଘୁରିବାକୁ ଲାଗିଲେ, ଠିକ ଏହି ସମୟରେ ଖୁବ ଜୋରରେ ବର୍ଷା ହେବାକୁ ଲାଗିଲା । ଏହି ସମୟରେ ତାଙ୍କୁ କିଛି ଦୂରରୁ ଏକ ଆଲୋକ ଦେଖାଯାଇଥିଲା । ସେହି ଆଲୋକ ଦେଖା ଯାଉଥିବା ଦିଗକୁ ଯିବାପରେ ସେ ଜାଣିବାକୁ ପାଇଲେ ସେଠାରେ ଏକ ଛୋଟ ଘର ରହିଛି । ଉକ୍ତ ବ୍ୟକ୍ତି ଜଣଙ୍କ ଘରକୁ ଦେଖି ଖୁବ ଖୁସି ହୋଇଯାଇଥିଲେ । ତେବେ ସେ ଘରର କବାଟ ବାଡେଇଥିଲେ ହେଲେ କେହି ଖୋଲି ନଥିଲେ । କିଛି ସମୟ ପରେ ଜଣେ ବୁଢି ମାଉସୀ ଝରକା ଖୋଲି ବ୍ୟକ୍ତିଙ୍କୁ ସେଠାରୁ ଯିବା ପାଇଁ କହିଲେ । ବ୍ୟକ୍ତି ଜଣଙ୍କ ଅନେକ ନେହୁରା ହେବା ପରେ ସେ ତାଙ୍କୁ କବାଟ ଖୋଲିଥିଲେ ହେଲେ ସର୍ତ୍ତ ଥିଲା ସେ ତାଙ୍କୁ କିଛି ଖାଇବାକୁ ମାଗିବେ ନାହିଁ । ଏହାପରେ ବ୍ୟକ୍ତି ଜଣଙ୍କ ଭିତରକୁ ଗଲେ । ତେବେ ତାଙ୍କୁ ଖୁବ ଭୋକ ଲାଗୁଥିଲା । ଏହାପରେ ବୁଢୀ ମାଉସୀଙ୍କ ସହ କଥାହେବା ସମୟରେ ସେ ଜାଣିଥିବା ପଥର ତରକାରୀ କଥା ସେ ମାଉସୀଙ୍କୁ କହିଥିଲେ । ମାଉସୀଙ୍କର ପଥର ତରକାରୀ ଖାଇବାକୁ ଇଚ୍ଛା ହେଲା । ତେଣୁ ସେ ଉକ୍ତ ବ୍ୟକ୍ତିଙ୍କୁ କହିଲେ ପଥରରୁ କିଭଳି ତରକାରୀ ହୋଇ ପାରିବ ।
ବ୍ୟକ୍ତି ଜଣଙ୍କ କହିଲେ ତାଙ୍କୁ କିଛି ସାମଗ୍ରୀ ଦେଲେ ସେ ଏହାକୁ ପ୍ରସ୍ତୁତ କରି ଦେଖାଇ ପାରିବେ । ଏହାପରେ ବୃଦ୍ଧା ଜଣଙ୍କ ସମସ୍ତ ସାମଗ୍ରୀ ଉକ୍ତ ବ୍ୟକ୍ତିଙ୍କୁ ଦେଇଥିଲେ । ଏହାପରେ ଏକ ପାତ୍ର ବସାଇ ସେଥିରେ କିଛି ପଥର ସହିତ ଅନ୍ୟ ସାମଗ୍ରୀ ମିଶାଇ ବ୍ୟକ୍ତି ଜଣଙ୍କ ପଥର ତରକାରୀ ପ୍ରସ୍ତୁତ କଲେ । ଯାହାକୁ ଉଭୟ ଖାଇଥିଲେ । ହେଲେ ବୃଦ୍ଧାଙ୍କୁ ସେଥିରେ କିଛି ପଥର ମିଳି ନଥିଲା ତେଣୁ ସେ ଉକ୍ତ ବ୍ୟକ୍ତିଙ୍କୁ ପଥର କାଇ ପଚାରିଥିଲେ । ପଥରଟି ମିଳାଇ ଯାଇଥିବା ଉକ୍ତ ବ୍ୟକ୍ତି ପ୍ରକାଶ କରିଥିଲେ ଏବଂ ବୃଦ୍ଧା ମଧ୍ୟ ଏହାକୁ ସତ ଭାବିଲେ କାରଣ ତାଙ୍କର ଆଗରେ ହିଁ ବ୍ୟକ୍ତି ଜଣଙ୍କ ତରକାରୀରେ ପଥର ପକାଇଥିଲେ । ହେଲେ ଅସଲ କଥା ହେଲା ବୃଦ୍ଧାଙ୍କ ଅଗଚୋରରେ ବ୍ୟକ୍ତି ଜଣଙ୍କ ପଥରକୁ ତରକାରୀରୁ କାଢି ଦେଇଥିଲେ । ପଥରକୁ ଆଳ କରି ସେ ଅନ୍ୟ ସାମଗ୍ରୀ ବୃଦ୍ଧାଙ୍କଠାରୁ ଆଣି ତରକାରୀ ପ୍ରସ୍ତୁତ କରିଥିଲେ । ତାଙ୍କୁ ଖୁବ ଅଧିକ ଭୋକ ଲାଗୁଥିବାରୁ ସେ ଏଭଳି ଉପାୟ ପାଞ୍ଚିଥିଲେ । ଯାହା ତାଙ୍କୁ ଭୋକରୁ ମୁକ୍ତି ଦେଇଥିଲା । ତେଣୁ କୌଣସି କଷ୍ଟ ସମୟରେ ବ୍ୟସ୍ତ ନହୋଇ ଏହାର ଉପାୟ ସମ୍ପର୍କରେ ଭାବି ଚିନ୍ତି ନିଷ୍ପତ୍ତି ଗ୍ରହଣ କରିଲେ ସଫଳତା ନିଶ୍ଚିନ୍ତ ମିଳିବ ବୋଲି ଏହି ଗପ ଶିକ୍ଷା ଦେଇଥାଏ ।




