କାଠୁରିଆ ଓ ଜଳଦେବତା
ଜେଜେମାର କାହାଣୀପେଡିରେ ଏଭଳି ଅନେକ ଗଳ୍ପ ଥାଏ ଯାହା ଆମର ବ୍ୟବହାରକୁ ମଧ୍ୟ ମାର୍ଜିତ କରିଥାଏ । ପିଲାଦିନୁ ସମାଜରେ କିଭଳି ଚଳିବ ଏହି ଗଳ୍ପ ସବୁ ଆମକୁ ଶିକ୍ଷା ଦେଇଥାଏ । କିଭଳି ସବୁବେଳେ ସତକୁ ପାଥେୟ କରି ଚଳିଲେ ଆମକୁ ସଫଳତା ମିଳିବ ଏହା ଏହି ଗଳ୍ପ ଗୁଡିକ ଶିଖାଇଥାଆନ୍ତି । ଏହିଭଳି ଅନେକ ଗଳ୍ପ ଜେଜେମାର କାହାଣୀ ତାଲିକାରେ ସାମିଲ ରହିଛି । ସେଥିରୁ ଗୋଟିଏ ହେଲା କାଠୁରିଆ ଜଳଦେବତା । ଆସନ୍ତୁ […]
ଜେଜେମାର କାହାଣୀପେଡିରେ ଏଭଳି ଅନେକ ଗଳ୍ପ ଥାଏ ଯାହା ଆମର ବ୍ୟବହାରକୁ ମଧ୍ୟ ମାର୍ଜିତ କରିଥାଏ । ପିଲାଦିନୁ ସମାଜରେ କିଭଳି ଚଳିବ ଏହି ଗଳ୍ପ ସବୁ ଆମକୁ ଶିକ୍ଷା ଦେଇଥାଏ । କିଭଳି ସବୁବେଳେ ସତକୁ ପାଥେୟ କରି ଚଳିଲେ ଆମକୁ ସଫଳତା ମିଳିବ ଏହା ଏହି ଗଳ୍ପ ଗୁଡିକ ଶିଖାଇଥାଆନ୍ତି ।
ଏହିଭଳି ଅନେକ ଗଳ୍ପ ଜେଜେମାର କାହାଣୀ ତାଲିକାରେ ସାମିଲ ରହିଛି । ସେଥିରୁ ଗୋଟିଏ ହେଲା କାଠୁରିଆ ଜଳଦେବତା । ଆସନ୍ତୁ ଜାଣିବା କଣ ଏହି ଗପର ବିସୟ ବସ୍ତୁ ଏବଂ ଏହାର ନୀତିଶିକ୍ଷା ସମ୍ପର୍କରେ । ଏକଦା ଜଣେ କାଠୁରିଆ ଗୋଟିଏ ଗ୍ରାମରେ ରହୁଥାଏ । ସେ ସବୁଦିନ ଜଙ୍ଗଲକୁ ଯାଇ ଶୁଖିଲା ଓ ମରିଯାଇଥିବା ଗଛକାଟି ତାକୁ ବିକ୍ରି କରି ଚଳିଥାଏ । କାଠ ବିକ୍ରି କରି ଯାହା ଅର୍ଥ ରୋଜଗାର କରେ ସେଥିରେ ତାର ପରିବାର ଭରଣ ପୋଷଣ ହୋଇଥାଏ । ଏହା ତାର ସବୁଦିନିଆ କାର୍ଯ୍ୟ । ସକାଳ ହେବାମାତ୍ରେ କୁରାଢି ଧରି ସେ ଜଙ୍ଗଲକୁ ବାହାରିଯାଏ । ଗୋଟିଏ ଦିନ ସକାଳୁ ସବୁଦିନ ପରି ସେ ନିଜର କୁରାଢି ଧରି ବାହାରିଲା । ଦେଖିଲା ନଦୀ କୂଳରେ ଏକ ଭଲ ଶୁଖିଲା ଗଛଟିଏ ମରିଯାଇଛି । ସେ ତାକୁ କାଟିବାକୁ ଗଛ ଉପରେ ଚଢିଲା । ଅଳ୍ପ କିଛି ଚୋଟ ମାରିବା ପରେ ହଠାତ୍ ଅସାବଧାନତା ହେତୁ ତାର କୁରାଢୀଟି ନଦୀରେ ଖସି ପଡିଲା । ଏହା ଦେଖି କାଠୁରିଆର ଭାଳେଣି ପଡିଗଲା । ସେ ଖୁବ ଗରିବ, ତାର ଆଉ ଦ୍ବିତୀୟ କୁରାଢୀ ନାହିଁ କି ଏହାକୁ କିଣିବାକୁ ମଧ୍ୟ ତାର ସମ୍ବଳ ନାହିଁ । ବର୍ତ୍ତମାନ ସେ କାଠ କିଭଳି କାଟିବ ଏହା ସେ ଭାବିବାରେ ଲାଗିଲା । ସେ ନଦୀକୂଳେ ବସି ଠାକୁରଙ୍କ ଆରାଧନା କରିବାକୁ ଲାଗିଲା ଏବଂ କାନ୍ଦିବାକୁ ଲାଗିଲା । ତେବେ କାଠୁରିଆର କାନ୍ଦ ଦେଖି ଜଳ ଦେବତା ତରଳି ଗଲେ । ହେଲେ ସେ ପ୍ରଥମେ କାଠୁରିଆକୁ ଟିକେ ପରୀକ୍ଷା କରିବାକୁ ଚାହିଁଲେ । ତେଣୁ ସେ ନଦୀରୁ ବାହାରି ହାତରେ ଏକ ସୁନାର କୁରାଢୀ ଧରି ତାକୁ କହିଲେ ନିଅ ତୁମ କୁରାଢୀ । ହେଲେ କାଠୁରିଆ ଏହା ନେବାକୁ ମନା କଲା କହିଲା ଏହା ମୋର ନୁହେଁ । ମୋତେ ମୋର କୁରାଢୀ ହିଁ ଦରକାର । ଏହାପରେ କିଛି ସମୟରେ ଜଳଦେବତା ପୁନର୍ବାର ଏକ ରୁପାର କୁରାଢୀ ଧରି ତାକୁ ଯାଚିଲେ, ହେଲେ ଏହାକୁ ମଧ୍ୟ କାଠୁରିଆ ମନା କରିଦେଲା । କହିଲା ଏହା ମଧ୍ୟ ମୋର ନୁହେଁ । ଏହାପରେ ଜଳଦେବତା ଲୁହାର କୁରାଢୀ ଧରି ତା ଆଗରେ ଠିଆ ହେଲେ । ସେହି କୁରାଢୀକୁ ଦେଖି କାଠୁରିଆର ଖୁସି କହିଲେ ନସରେ । ସେ ନିଜର କୁରାଢୀ ଦେଖି ଖୁବ ଖୁସି ହୋଇଗଲା । କହିଲା ଏହା ମୋର କୁରାଢୀ ଏହାକୁ ହିଁ ମୁଁ ନେବି । କାଠୁରିଆର ଉତ୍ତରରେ ଦଳଦେବତା ଖୁବ ଖୁସି ହୋଇଯାଇଥିଲେ ଏବଂ ତାକୁ ବର ଦାନ ଦେଇଥିଲେ । କାଠୁରିଆର ଲୋଭ ନଥିବା ଦେଖି ସେ ତାର ପ୍ରଶଂସା କରିବା ସହିତ ତାକୁ ଧନସମ୍ପତ୍ତିର ବରଦାନ ଦେଇଥିଲେ । ତେଣୁ ସବୁବେଳେ ଅନ୍ୟର ସାମଗ୍ରୀରେ ଲୋଭ ନକରି ନିଜ ସାମଗ୍ରୀକୁ ସତ ଉପାୟରେ ଭୋଗ କରିବାଦ୍ବାରା ସଫଳତା ମିଳିଥାଏ । କାରଣ ବେଳେବେଳେ ଲୋଭହିଁ ମୃତ୍ୟୁର କାରଣ ସାଜିଥାଏ ।




