ଜନ୍ମ ଦେଇ ମରିଯାଏ ଅକ୍ଟୋପାସ
ଦୁନିଆରେ ଏଭଳି ଅନେକ ଜୀବଜନ୍ତୁ ରହିଛନ୍ତି, ଯେଉଁମାନଙ୍କ ସମ୍ପର୍କରେ ହୁଏତ ଆମେ ସବିଶେଷ ତଥ୍ୟ ଜାଣିନଥାଉ । ତେଣୁ ଗବେଷକମାନେ ସେମାନଙ୍କ ଉପରେ ଅଧିକ ଗବେଷଣା କରୁଛନ୍ତି ଏବଂ ଅନେକ ରୋଚକ ତଥ୍ୟର ଖୁଲାସା କରୁଛନ୍ତି । ଠିକ୍ ସେହିଭଳି ଅକେଫାପସ୍ ବିଷୟରେ ବର୍ତ୍ତମାନ ଏକ ରୋଚକ ଖବର ଜଣାପଡିଛି । ସଦ୍ୟ ରିପୋର୍ଟ ମୁତାବକ ମହିଳା ଅକେଫାପସ୍ମାନେ କେବେ ବି ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚନ୍ତି ନାହିଁ । ଏମାନଙ୍କର ପ୍ରଜନନ କ୍ଷମତା କେବଳ ଥରକ […]
ଦୁନିଆରେ ଏଭଳି ଅନେକ ଜୀବଜନ୍ତୁ ରହିଛନ୍ତି, ଯେଉଁମାନଙ୍କ ସମ୍ପର୍କରେ ହୁଏତ ଆମେ ସବିଶେଷ ତଥ୍ୟ ଜାଣିନଥାଉ । ତେଣୁ ଗବେଷକମାନେ ସେମାନଙ୍କ ଉପରେ ଅଧିକ ଗବେଷଣା କରୁଛନ୍ତି ଏବଂ ଅନେକ ରୋଚକ ତଥ୍ୟର ଖୁଲାସା କରୁଛନ୍ତି । ଠିକ୍ ସେହିଭଳି ଅକେଫାପସ୍ ବିଷୟରେ ବର୍ତ୍ତମାନ ଏକ ରୋଚକ ଖବର ଜଣାପଡିଛି । ସଦ୍ୟ ରିପୋର୍ଟ ମୁତାବକ ମହିଳା ଅକେଫାପସ୍ମାନେ କେବେ ବି ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚନ୍ତି ନାହିଁ । ଏମାନଙ୍କର ପ୍ରଜନନ କ୍ଷମତା କେବଳ ଥରକ ପାଇଁ ରହିଥାଏ । ଏହା ଅନ୍ତର୍ଗତ ଏମାନେ ଜନ୍ମ ଦେବାର ତୁରନ୍ତ ପରେ ମରିଯାଆନ୍ତି । ଗୋଟିଏ ମହିଳା ଅକେଫାପସ୍ ଥରକେ ଏକାଧିକ ଅଣ୍ଡା ଦେଇଥାଏ । ଏହାପରେ ସେ ତା’ ଅଣ୍ଡାକୁ ନେଇ ଗୁମ୍ଫାକୁ ପଳାଏ ଏବଂ ସୁରକ୍ଷା ଦେବାରେ ଯଥାସମ୍ଭବ ଲାଗିଯାଏ । କ୍ଷଣକ ପାଇଁ ମଧ୍ୟ ସେ ତା’ ଅଣ୍ଡାକୁ ନିଜ ପାଖରୁ ଦୂରାଏ ନାହିଁ । ଅଣ୍ଡାରୁ ଛୁଆ ଜନ୍ମ ହେବା ପ୍ରକ୍ରିୟାରେ ଅନେକ ମାସ କିମ୍ବା ବର୍ଷ ଲାଗିଯାଏ, ଯାହାଫଳରେ ଖାଦ୍ୟ ଖାଇନପାରି ମା’ ଅକ୍ଟୋପାସର ପ୍ରାଣବାୟୁ ଉଡ଼ିଯାଏ । ମାତ୍ର ସମସ୍ତ ମହିଳା ଅକ୍ଟୋପାସ ନିକଟରେ ଏଭଳି ହୁଏ ନାହିଁ । କେହି କେହି ଅଣ୍ଡାକୁ ଛାଡ଼ି ଶିକାର ଅଭିମୁଖେ ପଳାନ୍ତି ଏବଂ ପୁନଶ୍ଚ ଅଣ୍ଡା ପାଖକୁ ଫେରନ୍ତି ନାହିଁ ।




