ନିଜ ରକ୍ତଦେଇ ପାଳୁଛନ୍ତି ଛାରପୋକ
ୟୁକେର ଗ୍ଲୋସେଷ୍ଟରଶାୟାରରେ ରହୁଥିବା କୀଟବିଜ୍ଞାନୀ ଡକ୍ଟର ରିଚାର୍ଡ ନେଲର୍ ନୂତନ ଉତ୍ପାଦ ଏବଂ କୀଟନାଶକ ପରୀକ୍ଷା କରିବା ପାଇଁ ଗତ ପାଞ୍ଚ ବର୍ଷ ଧରି ପ୍ରାୟ ୨୦,୦୦୦ ଓଡଶ ବା ଛାରପୋକଙ୍କୁ ନିଜ ରକ୍ତ ପିଆଇ ଆସୁଛନ୍ତି । ନିଜ ଘର ବଗିଚାରେ ଥିବା ଏକ ଲାବୋରେଟୋରୀରେ ପ୍ରାୟ ୬୦,୦୦୦ ଓଡଶ ପାଳନ କରୁଥିବା ଡକ୍ଟର ନେଲର୍ ସପ୍ତାହକୁ ଦୁଇଥର ହାତରେ ଏକ ସ୍ବତନ୍ତ୍ର ପାତ୍ର ବାନ୍ଧି କୀଟମାନଙ୍କୁ ରକ୍ତ ଶୋଷିବାକୁ ଦିଅନ୍ତି । ଏପରିକି ସେମାନଙ୍କ ସହ ଗୋଟିଏ ବିଛଣାରେ ଶୋଇ ପରୀକ୍ଷା ନିରୀକ୍ଷା କରନ୍ତି । ବାରମ୍ବାର କାମୁଡ଼ା ଯୋଗୁଁ ତାଙ୍କ ହାତରେ ଲାଲ୍ ଚିହ୍ନ ସୃଷ୍ଟି ହେଉଥିଲେ ବି ତାହା ୩୦ ମିନିଟ୍ ମଧ୍ୟରେ ଲିଭିଯାଏ । ବର୍ତ୍ତମାନ ସାଧାରଣ କୀଟନାଶକ ପ୍ରତି ଓଡଶଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାରୁ, ସାରା ବିଶ୍ୱର ବିଭିନ୍ନ କମ୍ପାନୀ ପାଇଁ ଓଡଶ ଦମନ କରିବାର ନୂତନ ଓ ପ୍ରଭାବଶାଳୀ ଉପାୟ ଖୋଜିବା ଉଦ୍ଦେଶ୍ୟରେ ସେ ଏହି ଅନୁସନ୍ଧାନ ଜାରି ରଖିଛନ୍ତି ।
Tags:




