ପରମାଣୁ ଡଷ୍ଟବିନ୍

ପରମାଣୁ ଡଷ୍ଟବିନ୍
Ipsita Picture
By: Ipsita
Published On

ବୈଜ୍ଞାନିକମାନେ ପୃଥିବୀର ପ୍ରଥମ ପରମାଣୁ ଡଷ୍ଟବିନ୍ନିର୍ମାଣ କରିବା ପ୍ରକ୍ରିୟାରେ ଧୀରେଧୀରେ ସଫଳତାର ସହ ଅଗ୍ରସର ହେଉଛନ୍ତି । ଏହି ଡଷ୍ଟବିନରେ ବିପଜ୍ଜନକ ରେଡିଓଆକ୍ଟିଭ୍ବର୍ଜ୍ୟବସ୍ତୁକୁ ପ୍ରାୟ ୧ ଲକ୍ଷ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ରଖାଯାଇପାରିବ। ଫିନଲ୍ୟାଣ୍ଡର ୟୁରାଜୋକି ଜଙ୍ଗଲରେ ଭୂପୃଷ୍ଠରୁ ୪୩୩ ମିଟର ଗଭୀରରେ ଆରବ ବର୍ଷର ପୁରୁଣା ଶକ୍ତ ପଥର ଚଟାଣ ମଧ୍ୟରେ ଏହି ବିଶେଷ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ପରମାଣୁ ବିଦ୍ୟୁତ କେନ୍ଦ୍ରଗୁଡ଼ିକରୁ ନିର୍ଗତ ବର୍ଜ୍ୟବସ୍ତୁ ହଜାର ହଜାର ବର୍ଷ ଧରି ବିକିରଣ ସୃଷ୍ଟି କରିଆସୁଛି । ୧୯୬୦ ଦଶକରୁ ଦୁନିଆର ଅନେକ ଦେଶ ଏହାର ସୁରକ୍ଷିତ ବ୍ୟବସ୍ଥାପନା ପାଇଁ ସଂଘର୍ଷ କରୁଥିବାରୁ ଏଭଳି ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ପଡ଼ିଥିଲା । କାରଣ ଏପର୍ଯ୍ୟନ୍ତ ଅଧିକାଂଶ ପରମାଣୁ କଚରାକୁ କେବଳ ଅସ୍ଥାୟୀ ରୂପେ ପାଣିର ବଡ଼ ବଡ଼ କୁଣ୍ଡରେ ଥଣ୍ଡା ହେବା ପାଇଁ ରଖାଯାଉଥିଲା। ଫିନଲ୍ୟାଣ୍ଡର ପରମାଣୁ ସୁରକ୍ଷା ଏଜେନ୍ସି ପକ୍ଷରୁ ଖୁବ୍ ଶୀଘ୍ର ଏହାକୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିବା ପରେ ଏହାର ପରିଚାଳନା ଲାଇସେନ୍ସ ଜାରି କରାଯିବ । ଅଧିକାରୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭରୁ ଏଠାରେ ବର୍ଜ୍ୟବସ୍ତୁ ଜମା କରିବା କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯିବ । ଯାହା ପରମାଣୁ ଶକ୍ତିର ସୁରକ୍ଷିତ ବ୍ୟବହାର ଦିଗରେ ଏକ ଐତିହାସିକ ପଦକ୍ଷେପ ସାଜିବ ।

Tags: