ଗଞ୍ଜା ପାଇଁ ନୋଟିସ

ଗଞ୍ଜା ପାଇଁ ନୋଟିସ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଲୋଭି ବାଘ

ଇଂଲଣ୍ଡରେ ଗୋଟିଏ ଗଞ୍ଜାକୁ ଚୁପ କରାଇବା ପାଇଁ ନୋଟିସ ପଠାଯାଇଥିବା ଘଟଣା ସାମନାକୁ ଆସିଛି । ଏହାକୁ ଅସାମାଜିକ ବ୍ୟବହାର ପାଇଁ ଏହି ନୋଟିସ ପଠାଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ଗୋଟିଏ କୁକୁଡା ସମ୍ପର୍କରେ ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ କି ଉକ୍ତ ଗଞ୍ଜାଟି ତାଙ୍କ ମାନସିକ ସ୍ବାସ୍ଥ୍ୟକୁ ନଷ୍ଟ କରୁଛି । ତାର ଶବ୍ଦରେ ତାଙ୍କୁ ନିଦ ଆସୁନାହିଁ ଯାହାର ପ୍ରଭାବ ତାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି । ଗଞ୍ଜାଟି ପ୍ରତ୍ୟେକଦିନ ୪.୩୦ରେ ରାବିବାରୁ ତାଙ୍କ ନିଦରେ ବାଧା ଉପୁଜୁଛି । ତେବେ ଏହି ମାମଲାର ଶୁଣାଣି କରି ଉକ୍ତ ଗଞ୍ଜାକୁ ଦିନ ୮ଟା ପର୍ଯ୍ୟନ୍ତ ଚୁପ କରାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏପଟେ ଗଞ୍ଜାର ସପୋର୍ଟରେ ଅନେକ ଗ୍ରାମବାସୀ ବାହାରିଥିବା ଦେଖିବାକୁ ମିଳିଛି । ସମସ୍ତେ ଗଞ୍ଜାକୁ ସମର୍ଥନ କରିବା ସହିତ ଗଞ୍ଜାର ଶବ୍ଦ ତାଙ୍କ ଗ୍ରାମର ପ୍ରତୀକ ଅଟେ ।

ସମ୍ବନ୍ଧିତ ଖବର ଫିଲ୍ମ ଦେଖିବାରୁ ଫାଶୀ !

Tags: