ଶାକାହାରୀ ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ  

ଶାକାହାରୀ ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ  
Ipsita Picture
By: Ipsita

 
ଅନେକ ଭାବନ୍ତି ଯେ ଶାକାହାରୀ ଆହାରରେ ଆବଶ୍ୟକ ପୋଷକତତ୍ୱର ଅଭାବ ହୋଇପାରେ, କିନ୍ତୁ ସଠିକ୍‌ ଯୋଜନାବଦ୍ଧ ଆହାର ସହିତ ସନ୍ତୁଳିତ ଏବଂ ପୋଷଣ ସମୃଦ୍ଧ ଭୋଜନ ଗ୍ରହଣ କରିବା ସମ୍ପୂର୍ଣ୍ଣ ଭାବରେ ସମ୍ଭବ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ମ୍ୟାକ୍ସ ହେଲ‘କେୟାରର ରିଜିଓନାଲ୍‌ ହେଡ୍‌ ଅଫ୍‌ ଡାଏଟେଟିକ୍ସ୍‌ ଋତିକା ସମଦ୍ଦାର ଭେଗନ୍‌ ବା ଶାକାହାରୀ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପାଇଁ କିଛି ପରାମର୍ଶ ପ୍ରଦାନ କରିଛନ୍ତି । ଏକ ସୁସ୍ଥ ଭେଗାନ୍‌ ଡାଏଟର ମୁଳଦୂଆ ହେଉଛି ସମ୍ପୂର୍ଣ୍ଣ, ସର୍ବନିମ୍ନ ପ୍ରକ୍ରିୟାକୃତ ଖାଦ୍ୟ । ସୁସ୍ଥ ଚର୍ବିର ଏକ ଭଲ ଉତ୍ସ ଭାବରେ ନଟ୍ସ- ବିଶେଷକରି କାଲିଫର୍ନିଆ ଆଲମଣ୍ଡ ସାମିଲ କରିପାରିବା । ଆଲମଣ୍ଡରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ । ଏହା ସହିତ ଖାଦ୍ୟ ପ୍ଲେଟର ଅଧା ଅଂଶ ରଙ୍ଗୀନ ଫଳ ଏବଂ ବିଭିନ୍ନ ପନିପରିବା, ଏକ ଚତୁର୍ଥାଂଶ ଡାଲି ପରି ସୁସ୍ଥ ପ୍ରୋଟିନ୍‌ ଉତ୍ସ ଏବଂ ଅନ୍ୟ ଏକ ଚତୁର୍ଥାଂଶ ବ୍ରାଉନ୍‌ ଚାଉଳ, ସମ୍ପୂର୍ଣ୍ଣ ଗହମ ଏବଂ ବାଜରା ପରି ସମ୍ପୂର୍ଣ୍ଣ ଶସ୍ୟରେ ପୂରଣ କରିବା ଦ୍ୱାରା ଆମକୁ ଲାଭ ମିଳିଥାଏ । ପ୍ରୋଟିନ୍‌ ଆବଶ୍ୟକତା ପୂରା କରିବା ପାଇଁ, ସାରା ଦିନରେ ଡାଲି, ଛୁଇଁ ଜାତୀୟ ଖାଦ୍ୟ, ନଟ୍ସ ଏବଂ ସିଡ୍ସ ଭଳି ବିଭିନ୍ନ ଉଦ୍ଭୁିଦ ଆଧାରିତ ଉତ୍ସଙ୍କୁ ସାମିଲ କରିବା ହୋଇଥାଏ । ସେହିଭଳି କ୍ୟାଲସିୟମ ଏବଂ ଆଇରନ ପାଇଁ ପାଳଙ୍ଗ ଶାଗ, ଆଣ୍ଟି ଅକ୍ସିଡାଣ୍ଟ ପାଇଁ କମଳା ଓ ଲାଲ୍‌ ରଙ୍ଗର ପନିପରିବା, ଶକ୍ତି ପାଇଁ ଗୋଟା ଶସ୍ୟଜାତୀୟ ଖାଦ୍ୟ ଏବଂ ପୋଷଣ ପାଇଁ ଆଲମଣ୍ଡ ଭଳି ନଟ୍ସକୁ ସାମିଲ କରିପାରିବା । ପ୍ରତି ୧୦୦ ଗ୍ରାମ ଆଲମଣ୍ଡରେ ୧୮.୪ ଗ୍ରାମ୍‌ ପ୍ରୋଟିନ୍‌ ରହିଛି ଏବଂ ସେଥିରେ ଡାଏଟ୍ରି ଫାଇବର୍‌ ମଧ୍ୟ ରହିଛି, ଯାହା ସ୍ୱସ୍ଥ ରକ୍ତ ସୁଗର୍‌ ସ୍ତରରେ ସହାୟକ । ଓମେଗା-୩ ଏବଂ କ୍ୟାଲସିୟମ୍‌ ପାଇଁ ବାଦାମ ମିá, ସୋୟାବିନ୍‌ ଏବଂ ଟୋଫୁ ଭଳି ଫୋର୍ଟିଫାଇଡ୍‌ ପ୍ଲାଂଟ ମିá ସହିତ ବ୍ରୋକୋଲି ବ୍ୟବହାର କରିପାରିବେ ।

ସମ୍ବନ୍ଧିତ ଖବର ଚୁଗୁଲି କଲେ ଗଣିବେ ତଣ୍ଡ

Tags: