ସ୍ମାର୍ଟ ଫୋନକୁ ନା
ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓ ଅନୁସାରେ ମୋବାଇଲ୍ ନିଶା ଏବଂ ଦୈନନ୍ଦିନ ଜୀବନରେ ଏହାର ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ଏକ ଗାଁର ଲୋକମାନେ ନିଜ ସ୍ମାର୍ଟଫୋନ୍ଗୁଡ଼ିକୁ ଇଟାରେ ଛେଚି ଭାଙ୍ଗି ଦେଇଛନ୍ତି । ଗ୍ରାମବାସୀଙ୍କ ମତ ଅନୁସାରେ, ସ୍ମାର୍ଟଫୋନ୍ ଯୋଗୁଁ ସେମାନଙ୍କର ସାମାଜିକ ଜୀବନ ପ୍ରଭାବିତ ହେଉଥିଲା, ତେଣୁ ସେମାନେ ସ୍ମାର୍ଟଫୋନ୍ ଛାଡ଼ି ପୁଣିଥରେ ସାଧାରଣ କିପ୍ୟାଡ୍ ଫୋନ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଗ୍ରାମବାସୀଙ୍କର ଏହି ପଦକ୍ଷେପକୁ ନେଇ ସୋସିଆଲ୍ ମିଡିଆରେ ଦୁଇ ପ୍ରକାରର ମତ ପ୍ରକାଶ ପାଇଛି । କିଛି ଲୋକ ଏହାକୁ ମୋବାଇଲ୍ ନିଶା ବିରୋଧରେ ଏକ ସାହସିକ ସନ୍ଦେଶ ବୋଲି ପ୍ରଶଂସା କରୁଥିବା ବେଳେ ଅନ୍ୟ କେତେକ ୟୁଜର୍ସଙ୍କ ମତରେ ଟେକ୍ନୋଲୋଜିକୁ ସମ୍ପୂର୍ଣ୍ଣ ଛାଡ଼ିବା ସମାଧାନ ନୁହେଁ । ବରଂ ସ୍ମାର୍ଟଫୋନ୍ର ସୀମିତ ଓ ସଠିକ୍ ବ୍ୟବହାର କରିବା ହିଁ ଶ୍ରେଷ୍ଠ ବିକଳ୍ପ ଅଟେ ।
Tags:




