ଆଞ୍ଚଳିକ ଫିଲ୍ମ ପାଇଁ ନିଆରା ଅଭିଯାନ
ଧର୍ମା ପ୍ରଯୋଜନା ସଂସ୍ଥାର ବୋଉ ବୁଟୁ ଭୂତକୁ ରିମେକ କରିବା ପରେ ଏହି ସଂସ୍ଥାର ନିଆରା ଯୋଜନା ବିଶେଷଭାବେ ଚର୍ଚ୍ଚାକୁ ଆସିଛି । ଗତ କିଛି ମାସ ତଳେ ସଂସ୍ଥା ପକ୍ଷରୁ ଏକ ପ୍ରକଳ୍ପର ଘୋଷଣା କରାଯାଇଥିଲା, ଯାହା ଅଧିନରେ ସଂସ୍ଥା ଭାରତର କିଛି ଆଞ୍ଚଳିକ ଫିଲ୍ମକୁ ସଂସ୍ଥା ରିମେକ କରିବାର ଯୋଜନା ଆରମ୍ଭ କରିଥିଲା । ଏହି ପ୍ରକଳ୍ପରେ ସାମିଲ ହୋଇଛି ଓଡିଆ ଫିଲ୍ମ ବୋଉ ବୁଟୁ ଭୂତ । ଏହି ପ୍ରକଳ୍ପରେ କରଣ ଜୋହରଙ୍କ […]
ଧର୍ମା ପ୍ରଯୋଜନା ସଂସ୍ଥାର ବୋଉ ବୁଟୁ ଭୂତକୁ ରିମେକ କରିବା ପରେ ଏହି ସଂସ୍ଥାର ନିଆରା ଯୋଜନା ବିଶେଷଭାବେ ଚର୍ଚ୍ଚାକୁ ଆସିଛି । ଗତ କିଛି ମାସ ତଳେ ସଂସ୍ଥା ପକ୍ଷରୁ ଏକ ପ୍ରକଳ୍ପର ଘୋଷଣା କରାଯାଇଥିଲା, ଯାହା ଅଧିନରେ ସଂସ୍ଥା ଭାରତର କିଛି ଆଞ୍ଚଳିକ ଫିଲ୍ମକୁ ସଂସ୍ଥା ରିମେକ କରିବାର ଯୋଜନା ଆରମ୍ଭ କରିଥିଲା । ଏହି ପ୍ରକଳ୍ପରେ ସାମିଲ ହୋଇଛି ଓଡିଆ ଫିଲ୍ମ ବୋଉ ବୁଟୁ ଭୂତ । ଏହି ପ୍ରକଳ୍ପରେ କରଣ ଜୋହରଙ୍କ ସହିତ କାମ କରୁଛନ୍ତି ଆଦର ପୁନାୱାଲା । ଧର୍ମା ପ୍ରଡକସନ୍ ବଲିଉଡ ଫିଲ୍ମକୁ ବିଶ୍ବସ୍ତରରେ ପରିଚିତ କରାଇବାପରେ ଆଞ୍ଚଳିକ ସିନେମାକୁ ଆଗକୁ ନେବାକୁ ଅଣ୍ଟା ଭିଡିଛନ୍ତି । ସେଥିପାଇଁ ଏହି ପ୍ରକଳ୍ପର ଆରମ୍ଭ କରାଯାଇଛି । ଆଞ୍ଚଳିକ ସିନେମାରେ ଥିବା ନିଚ୍ଛକ ଭାରତୀୟ କାହାଣୀକୁ ବିଶ୍ବ ତଥା ଜାତୀୟ ସ୍ତରରେ ପରିଚୟ ଦେବାର ଏହା ହେଉଛି ଏକ ଖୁବ ଭଲ ମାଧ୍ୟମ । ଏହାଫଳରେ ଯେଉଁ ଆଞ୍ଚଳିକ ଚଳଚ୍ଚିତ୍ର ଗୁଡିକ ଭଲ ପ୍ଲାଟଫର୍ମ ଅଭାବରୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର ହେବାରୁ ବଞ୍ଚିଯାଉଛନ୍ତି, ସେଗୁଡିକ ଖୁବ ଉପକୃତ ହେବେ । ସେଥିପାଇଁ ସଂସ୍ଥା ପକ୍ଷରୁ ଏକ ନୂଆ ଯୋଜନା କରାଯାଇଛି ଯେଉଁଥିରେ ବିଭିନ୍ନ ଆଞ୍ଚଳିକ ଭାଷା ଯେପରି ତେଲୁଗୁ, ତାମିଲ, ମରାଠି, ମାଲାୟଲମ, ପଞ୍ଜାବି, କନ୍ନଡ, ଓଡିଆ ଆଦି ସାମିଲ ରହିଛି । ଏହାସହିତ ଧର୍ମା କମ୍ପାନୀ ପକ୍ଷରୁ କିଛି ବଡ ସିଟି ଯେପରି ଦିଲ୍ଲୀ, ପଞ୍ଜାବ, ହାଇଦ୍ରାବାଦ ଓ ଚେନ୍ନାଇ ଭଳି ସହରରେ ନିଜର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବାର ଯୋଜନା ମଧ୍ୟ କରାଯାଉଛି । ଏହାସହ କିଛି ବରିଷ୍ଠ କର୍ମକର୍ତ୍ତାଙ୍କୁ ମଧ୍ୟ ନିୟୋଜିତ କରାଯାଉଛି ଯେଉଁମାନେ ଏହି ପ୍ରକ୍ରିୟାକୁ ସଠିକ ଢଙ୍ଗରେ ଆଗକୁ ନେଇପାରିବେ । ତେବେ ଏଥିରେ ଧର୍ମା ପ୍ରଡକସନ୍ ହାଉସର ମଧ୍ୟ ଖୁବ ଲାଭ ରହିଛି । ବର୍ତ୍ତମାନ ଯୁଗକୁ ଓଟିଟିର ଯୁଗ କହିଲେ ଭୁଲ ହେବା ନାହିଁ । ଲୋକମାନେ ହଲ ଠାରୁ ବେଶି ଓଟିଟିରେ ଫିଲ୍ମ ଦେଖିବାକୁ ଭଲ ପାଉଛନ୍ତି । ଘରେ ବସି ମୋବାଇଲରେ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ବିଭିନ୍ନ ଫିଲ୍ମ ଓ କଣ୍ଟେଣ୍ଟ ଦେଖିପାରୁଛନ୍ତି । ଯାହାଫଳରେ ଆଞ୍ଚଳିକ ସିନେମାକୁ ବର୍ତ୍ତମାନ ଖୁବ ଅଧିକମାତ୍ରାରେ ଦର୍ଶକ ମିଳିବାରେ ଲାଗିଛନ୍ତି । ସବ୍ ଟାଇଟଲ ସହାୟତାରେ ଭିନ୍ନଭିନ୍ନ ଆଞ୍ଚଳିକ ଭାଷାର ଦର୍ଶକ ବଢିବାରେ ଲାଗିଛନ୍ତି । ଯାହାର ବ୍ୟବହାର ବଲିଉଡର ଏଭଳି ବଡବଡ ପ୍ରଯୋଜନା ସଂସ୍ଥା କରିବା ପାଇଁ ଆଗକୁ ଆସିଛନ୍ତି ।




