ବିଜୁଳି ପ୍ରସ୍ତୁତିର ନୂଆ ଉପାୟ

ବିଜୁଳି ପ୍ରସ୍ତୁତିର ନୂଆ ଉପାୟ
Ipsita Picture
By: Ipsita


ବିଜୁଳି ବଞ୍ଚାଇବା ପାଇଁ ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପ୍ରକାରର ନୂଆ ଉପାୟକୁ ଆପଣା ଯାଉଛି । ସେହିଭଳି ଏକ ଉପାୟ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ପୃଥିବୀର ଘୂର୍ଣ୍ଣିୟ ଅବସ୍ଥାରୁ ବିଜୁଳି ପ୍ରସ୍ତୁତ କରାଯାଇ ପାରିବ । ଆମେରିକାର ବୈଜ୍ଞାନିକମାନେ ଏଭଳି ଏକ ମେସିନର ଉଦ୍ଭୁାବନ କରିଛନ୍ତି ଯାହା ପୃଥିବୀର ଏହି ଅବସ୍ଥାକୁ ବ୍ୟବହାର କରି ବିଜୁଳି ପ୍ରସ୍ତୁତ କରିପାରିବ । ବୈଜ୍ଞାନିକଙ୍କ ଦାବି ପୃଥିବୀ ବୁଲିବା ସମୟରେ ମ୍ୟାଗ୍ନେଟିକ ଫିଲ୍ଡ ବା ଚୁମ୍ବକୀୟ କ୍ଷେତ୍ରରୁ ଏହି ମେସିନ ମାଗଣାରେ ବିଜୁଳି ପ୍ରସ୍ତୁତ କରିବ । ପୃଥିବୀ ଭିତରେ ଥିବା ଗରମ ଧାତୁମାନଙ୍କର ସ୍ଥାନ ପରିବର୍ତ୍ତନ କାରଣରୁ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଥାଏ । ଏହାକୁ ବ୍ୟବହାର କରି ବୈଜ୍ଞାନିକମାନେ ବିଦ୍ୟୁତ୍‌ ଉତ୍ପନ୍ନ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଏହି ପରୀକ୍ଷଣ ଖୁବ ଛୋଟ ସ୍ତରରେ କରାଯାଇଛି । ହେଲେ ଭବିଷ୍ୟତରେ ଏହି ପ୍ରକ୍ରିୟାକୁ ବଡ କରାଯିବାନେଇ ବୈଜ୍ଞାନିକମାନେ ପରୀକ୍ଷଣ ଜାରି ରଖିଥିବା ଜଣା ପଡିଛି ।

ସମ୍ବନ୍ଧିତ ଖବର ବିଶ୍ବ ବ୍ରେଲ ଦିବସ

Tags:

Related Posts

କଳା ଆଳୁ

କଳା ଆଳୁ

ଆସ ବୁଲିଯିବା

ଆସ ବୁଲିଯିବା

ଶାମ୍ବ ଦଶମୀ 

ଶାମ୍ବ ଦଶମୀ