ଶନି ଗ୍ରହ ସମ୍ପର୍କରେ ନୂଆ ପରୀକ୍ଷା

ଶନି ଗ୍ରହ ସମ୍ପର୍କରେ ନୂଆ ପରୀକ୍ଷା
Ipsita Picture
By: Ipsita
Published On

 

ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନି ଗ୍ରହର ବଳୟ ସମ୍ପର୍କିତ ବହୁ ପୁରୁଣା ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବିଜ୍ଞାନୀମାନେ 'ପ୍ରାକ୍ସିସ' ନାମକ ଏକ ନୂତନ ମିଶନ୍ କନ୍ସେପ୍ଟ ଉପରେ କାମ କରୁଛନ୍ତି । ଯାହା ମାଧ୍ୟମରେ ପ୍ରଥମ ଥର ପାଇଁ ବଳୟର କଣିକାଗୁଡ଼ିକୁ ସିଧାସଳଖ ସଂଗ୍ରହ କରି ଅଧ୍ୟୟନ କରାଯାଇପାରିବ । କାସିନି ମିଶନ୍ ଶନି ଗ୍ରହ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ବି, ବଳୟଗୁଡ଼ିକର ସୃଷ୍ଟି, ଗତିବିଧି ଓ ବିକାଶକୁ ନେଇ ଏବେ ବି ଅନେକ ପ୍ରଶ୍ନ  ରହିଛି ।  ପ୍ରାକ୍ସିସ ପ୍ରଥମ ଥର ପାଇଁ ମିଲିମିଟରରୁ ସେଣ୍ଟିମିଟର ଆକାରର କଣିକାଗୁଡ଼ିକର ପ୍ରତ୍ୟକ୍ଷ ନିରୀକ୍ଷଣ କରିବ, ଯାହା ଶନି, ୟୁରେନସ୍ ଓ ନେପଚ୍ୟୁନ୍ର ବଳୟ ସମେତ ଗ୍ରହ ଓ ନକ୍ଷତ୍ର ସୃଷ୍ଟି କରୁଥିବା ଆଦ୍ୟ ଡିସ୍କଗୁଡ଼ିକୁ ବୁଝିବାରେ ସାହାଯ୍ୟ କରିବ । ଏଆଇ ଏବଂ ପ୍ରକୃତିରୁ ପ୍ରେରିତ ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏହି ମହାକାଶଯାନ ସୁରକ୍ଷିତ ଦୂରତାରେ ରହି ଏକ ନରମ ତଥା ଲମ୍ବା ବୁମ୍  ସାହାଯ୍ୟରେ ସାମ୍ପୁଲ୍ ସଂଗ୍ରହ କରିବ ଏବଂ ସେଗୁଡ଼ିକର ଆକାର, ସନ୍ଧ୍ରତା ଓ ଗଠନର ତତ୍କାଳ ଆନାଲିସିସ୍ କରିବ । 'ସାଟର୍ଣ୍ଣ ରିଙ୍ଗ୍ ଅବଜର୍ଭର' ଅଧ୍ୟୟନ ଉପରେ ଆଧାରିତ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ସିମୁଲେସନ୍ ମାଧ୍ୟମରେ ଏହାର କାର୍ଯ୍ୟକ୍ଷମତା ପରୀକ୍ଷା କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଏହାର ଏକ ପ୍ରୋଟୋଟାଇପ୍ ପ୍ରସ୍ତୁତ କରାଯିବ; ଯାହା ଭବିଷ୍ୟତରେ ଆସିବାକୁ ଥିବା 'ୟୁରେନସ୍ ପ୍ରୋବ୍' ଭଳି ଅନ୍ୟାନ୍ୟ ଗ୍ରହ ଅଭିଯାନରେ ମଧ୍ୟ ସହାୟକ ହେବ ।

Tags: