ଝିଟିପିଟିର ନୂଆ ପ୍ରଜାତି 

ଝିଟିପିଟିର ନୂଆ ପ୍ରଜାତି 
Ipsita Picture
By: Ipsita
Published On

 

ପଶ୍ଚିମ ଥାଇଲ୍ୟାଣ୍ଡର ମେ ୱଙ୍ଗ୍  ଉଚ୍ଚ ଆଲ୍ଟିଚ୍ୟୁଡ୍ ଜଙ୍ଗଲରେ ବୈଜ୍ଞାନିକମାନେ ଏକ ନୂତନ ଜାତିର ଝିଟିପିଟି ପ୍ରଜାତି ଆବିଷ୍କାର କରିଛନ୍ତି । ଯାହାର ନାମ ପ୍ରସିଦ୍ଧ ଏଚବିଓ ସିରିଜ୍ 'ହାଉସ୍ ଅଫ୍ ଦି ଡ୍ରାଗନ୍'ର ଲୋକପ୍ରିୟ ଡ୍ରାଗନ୍ 'ସାଇରାକ୍ସ' ଆଧାରରେ ରଖାଯାଇଛି ।  ଏହି ଗବେଷଣାନୁଯାୟୀ, ଏହି ନୂତନ ପ୍ରଜାତିର ବୈଜ୍ଞାନିକ ନାମ 'ଆକାନ୍ଥୋସାଉରା ସିରାକ୍ସ' ରଖାଯାଇଛି ଏବଂ ଏହାକୁ ସାଧାରଣତଃ 'ସାଇରାକ୍ସ ମାଉଣ୍ଟେନ୍ ହୋର୍ଣ୍ଣଡ୍ ଡ୍ରାଗନ୍' କୁହାଯାଉଛି । ହାଉସ୍ ଅଫ୍ ଦି ଡ୍ରାଗନ୍ ସୋ'ରେ ସାଇରାକ୍ସ ହେଉଛି ରାଣୀ ରେନିରା ଟାର୍ଗାରିୟନ୍ଙ୍କ ହଳଦିଆ ରଙ୍ଗର ଏକ ଛୋଟ ଆକାରର ଡ୍ରାଗନ୍, ଯିଏ ଅନେକ ଛୋଟ ଡ୍ରାଗନ୍ମାନଙ୍କର ମା' ଅଟେ । ଏହି ନୂତନ ସରୀସୃପର ଈଷତ୍ ହଳଦିଆ ରଙ୍ଗ, ସମାନ ବର୍ଗର ଅନ୍ୟ ପ୍ରଜାତି ତୁଳନାରେ ଛୋଟ ଆକାର ଏବଂ ଅଧିକ ସଂଖ୍ୟାରେ ଅଣ୍ଡା ଦେବାର କ୍ଷମତାକୁ ଲକ୍ଷ୍ୟ କରି ଗବେଷକମାନେ ଏହି କାଳ୍ପନିକ ଡ୍ରାଗନ୍ ନାମରେ ଏହାର ନାମକରଣ କରିଛନ୍ତି । ପିଠି ଓ ବେକରେ କଣ୍ଟା ଭଳି ଚୂଳ ଥିବା ଏହି ମାଉଣ୍ଟେନ୍ ହୋର୍ଣ୍ଣଡ୍ ଡ୍ରାଗନ୍ ଶ୍ରେଣୀରେ 'ଏ. ସିରାକ୍ସ'ର ସାମିଲ ହେବା ପରେ ଏହି ଗ୍ରୁପ୍ରେ ମୋଟ ପ୍ରଜାତି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଏହି ସ୍ୱତନ୍ତ୍ର ଜୀବଟି କେବଳ ମେ ୱଙ୍ଗ୍ର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ହିଁ ଦେଖିବାକୁ ମିଳୁଥିବାରୁ ଏବଂ ସେମାନଙ୍କ ବାସସ୍ଥଳୀ ଖଣ୍ଡବିଖଣ୍ଡିତ ହେଉଥିବାରୁ, ଏହି ସମ୍ପୂର୍ଣ୍ଣ ଆଞ୍ଚଳିକ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବୈଜ୍ଞାନିକମାନେ ଦାବି କରିଛନ୍ତି ।

Tags: