ନୂଆ ପ୍ରଜାତିର ବେଙ୍ଗ

ନୂଆ ପ୍ରଜାତିର ବେଙ୍ଗ
Ipsita Picture
By: Ipsita
Published On

 

ଦକ୍ଷିଣ ଆମେରିକାର ପେରୁସ୍ଥିତ ସାନ୍ ମାର୍ଟିନ୍ ଅଞ୍ଚଳର କ୍ଲାଉଡ୍ ଫରେଷ୍ଟରୁ ବୈଜ୍ଞାନିକମାନେ ଏକ ନୂତନ ପ୍ରଜାତିର ବେଙ୍ଗ ଆବିଷ୍କାର କରିଛନ୍ତି, ଯାହାର ନାମ 'ଓରିଓବେଟସ୍ ଶଙ୍କୁସାଚା' ରଖାଯାଇଛି। ପେରୁ ଏବଂ ଫ୍ରାନ୍ସର ବୈଜ୍ଞାନିକମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ସଫଳତା ପାଇଛନ୍ତି। ପ୍ରାୟ ଏକ ଇଞ୍ଚ ଲମ୍ବର ଏହି କ୍ଷୁଦ୍ର ଜୀବଟି ଗାଢ଼ ବାଦାମୀ ରଙ୍ଗର ଏବଂ ଏହାର ଆଖିର ରଙ୍ଗ ସୁନେଲି ।  ଏହା ସମୁଦ୍ର ପତ୍ତନରୁ ୪,୪୩୦ ଫୁଟ ଉଚ୍ଚତାରେ ଥିବା ଜଙ୍ଗଲର ଶୁଖିଲା ପତ୍ର ଓ ଶୈବାଳ ମଧ୍ୟରେ ଲୁଚି ରହିଥାଏ। ତେବେ ଏକ ରିପୋର୍ଟ ଅନୁଯାୟୀ, ଆବିଷ୍କାର ହେବା କ୍ଷଣି ଏହି ପ୍ରଜାତି ପ୍ରତି ବିଲୁପ୍ତ ହେବାର ଭୟ ଦେଖାଦେଇଛି। କଫି ଚାଷ, ଗାଇ ଚରା ଏବଂ ବେଆଇନ କାଠ କଟା ଯୋଗୁଁ ଏହି ଅଞ୍ଚଳର ପ୍ରାୟ ୬୦ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇସାରିଥିବାରୁ ଏହି ସମସ୍ୟା ଉପୁଜୁଛି ।  ସୋସିଆଲ ମିଡିଆରେ ବେଙ୍ଗଟି ଖୁବ ଭାଇରାଲ ହେବାରେ ଲାଗିଛି ।

Tags: