ନୂଆ ନିୟମ 

ନୂଆ ନିୟମ 
Ipsita Picture
By: Ipsita
Published On


ସାଧାରଣତଃ ସୋସିଆଲ ମିଡିଆରେ କୌଣସି ଲୋକର ଫଟୋ ଦେଖିଲେ ସମସ୍ତେ ଲାଇକ କରିଥାଆନ୍ତି ହେଲେ । ତୁର୍କିରେ କୌଣସି ଅଜଣା ମହିଳାଙ୍କ ଫଟୋକୁ ଲାଇକ କରିବା ଏକ ଅପରାଧ । ଯଦି କୌଣସି ସ୍ୱାମୀ ବାରମ୍ବାର ଅଜଣା ମହିଳାଙ୍କ ଫଟୋକୁ ଲାଇକ କରୁଛନ୍ତି ତେବେ ଏହାକୁ ସ୍ତ୍ରୀଙ୍କ ପ୍ରତି ଧୋକା ବୋଲି ଗଣାଯିବ । ଏଭଳି ନିୟମକୁ ତୁର୍କିର ସବୁଠାରୁ ବଡ ଅଦାଲତ ଲାଗୁ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ସ୍ତ୍ରୀମାନେ ବିବାହ ବିଚ୍ଛେଦ ମାମଲାର ଶୁଣାଣି ସମୟରେ ଏହି ସ୍କ୍ରିନସଟକୁ ପ୍ରମାଣ ଭଳି କୋର୍ଟରେ ବ୍ୟବହାର କରିପାରିବେ । ଥରେ କିମ୍ବା ଦୁଇଥର ଲାଇକ କରିବାକ ଭୁଲ ବୋଲି ଧରାଯିବ ହେଲେ ଏହାଠାରୁ ଅଧିକ ଥର ଲାଇକ କରିବାକୁ ଧୋକା ଭାବେ ଗଣାଯିବ । ବର୍ତ୍ତମାନର ନୂଆ ନିୟମ ଅନୁସାରେ ବିବାହ ପରେ ଅନ୍ୟ ମହିଳାଙ୍କୁ ଧ୍ୟାନଦେବା ଧୋକାର ନୂଆ ପରିଭାଷା ଭାବେ ଗଣା ହେବ ।

Tags: