ବିବାହର ନୂଆ ନିୟମ

ବିବାହର ନୂଆ ନିୟମ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମୃତ ବ୍ୟକ୍ତି ଚଳାଇବେ ଗାଡି !

ସାଧାରଣତଃ ହିନ୍ଦୁଧର୍ମର ବିବାହରେ ବିଭିନ୍ନ ପ୍ରକାରର ନିୟମ ରହିଥାଏ, ଯାହାକୁ ପରମ୍ପରାଭାବେ ସମସ୍ତେ ଅନୁକରଣ କରିଥାଆନ୍ତି । ହେଲେ ନିକଟରେ ଛତିଶଗଡରେ ବିବାହର କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଛତିଶଗଡର ସେନ ସମାଜର କିଛି ଲୋକ ବିବାହରେ ହେଉଥିବା ଜୋତା ଚୋରି ନୀତିକୁ ବାରଣ କରିଛନ୍ତି । ସେହିଭଳି ଏଠାରେ ବିବାହର ନିର୍ବନ୍ଧ ହେବାପରେ ପୁଅ ଝିଅ ମଧ୍ୟ ମୋବାଇଲରେ କିମ୍ବା ଏକୁଟିଆ ଦେଖା କି କଥା ମଧ୍ୟ ହୋଇ ପାରିବେ ନାହିଁ ବୋଲି ନୂଆ ନିୟମ କରାଯାଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ନିର୍ବନ୍ଧ ପରେ ବିବାହ ଭାଙ୍ଗିବା ଘଟଣା ବଢିବାରେ ଲାଗିଛି ତେଣୁ ଏଭଳି ନିୟମ ନିଆଯାଇଥିବା ଜଣା ପଡିଛି । ତେଣୁ ଯଦି ଏକୁଟିଆ କଥାବାର୍ତ୍ତା ବିବାହ ଆଗରୁ ନହୁଏ ତେବେ ଏହି ସମସ୍ୟାକୁ ରୋକାଯାଇପାରିବ ବୋଲି ସେମାନଙ୍କର ବିଶ୍ବାସ ରହିଛି । ହେଲେ ସୋସିଆଲ ମିଡିଆରେ ଏଭଳି ନିୟମକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି । ବିବାହ  ପୂର୍ବରୁ କଥାହେବା ଫଳରେ ଅନେକ ସମସ୍ୟା ସମ୍ବନ୍ଧରେ ଜଣାପଡିଥାଏ, ଯାହା ପୁଅଝିଅ ଉଭୟଙ୍କ ପାଇଁ ଦରକାର ହୋଇଥାଏ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର ଗ୍ରୀନ ରିକ୍ସା 

Tags: