ଚାଷକୁ ନେଇ ନୂଆ ନିୟମ
ଘାନା ସଂସଦରେ ପାରିତ ଏକ ନୂତନ ବିଲ୍ ଅନୁଯାୟୀ, କୃଷକମାନେ ସରକାରଙ୍କ ଅନୁମତି ବିନା କୋକୋ ବା ଚକୋଲେଟ୍ ଚାଷ ଛାଡିପାରିବେ ନାହିଁ । ଯଦି ସେମାନେ କୋକୋ ଛଡା ଅନ୍ୟ କୌଣସି ଫସଲ ଅମଳ କରନ୍ତି କିମ୍ବା ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରନ୍ତି, ତେବେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହ ଜରିମାନା ଭୋଗିବାକୁ ପଡ଼ିପାରେ । ଯାହାକି ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଆଇନରେ ପରିଣତ ହେବବୋଲି ଜଣା ପଡିଛି । ସେହିଭଳି ଏହି ବିଲ୍ରେ ବେଆଇନ ସୁନା ଖନନକାରୀଙ୍କ ପାଇଁ ମଧ୍ୟ ୧୦ ରୁ ୨୦ ବର୍ଷର ଦଣ୍ଡ ନିର୍ଦ୍ଧାରଣ କରାଯାଇଛି। ଘାନାରେ ଲକ୍ଷ ଲକ୍ଷ ପରିବାର କୋକୋ ଚାଷ ଉପରେ ନିର୍ଭରଶୀଳ ଏବଂ ଏହା ଦେଶର ଅର୍ଥବ୍ୟବସ୍ଥାରେ ବଡ଼ ଯୋଗଦାନ ଦେଇଥାଏ । ମାତ୍ର କୃଷକମାନେ ଏହି ବିଲ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ଅନୁଯାୟୀ ଜମି କିଣିବାଠାରୁ ଆରମ୍ଭ କରି ଚାଷ କାର୍ଯ୍ୟ ପାଇଁ ସମସ୍ତ ଖର୍ଚ୍ଚ ସେମାନେ ନିଜେ ବହନ କରୁଥିବା ବେଳେ ସରକାରୀ ସାହାଯ୍ୟ ଖୁବ୍ କମ୍ ମିଳିଥାଏ । ତେଣୁ ନିଜ ଜମିରେ କେଉଁ ଫସଲ କରିବେ ସେହି ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ସେମାନଙ୍କର ହିଁ ରହିବା ଉଚିତ୍ ।




