ଡିଏନକୁ ନେଇ ନୂଆ ଗବେଷଣା

ଡିଏନକୁ ନେଇ ନୂଆ ଗବେଷଣା
Ipsita Picture
By: Ipsita
Published On

 

ମାନବ ବିକାଶବାଦ ଏବଂ କ୍ରମବିକାଶକୁ ନେଇ ଏକ ନୂତନ ଗବେଷଣାରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । 'ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆ, ବର୍କଲେ' ଏବଂ 'ଜନ୍ସ ହପକିନ୍ସ ୟୁନିଭରସିଟି'ର ବିଜ୍ଞାନୀମାନେ ବିଶ୍ୱସାରା ୫୦୩ ଜଣ ଲୋକଙ୍କ ଆଧୁନିକ ଜିନୋମକୁ ଅଧ୍ୟୟନ କରିବା ପାଇଁ 'ଟିଆରଏସିଇ' ନାମକ ଏକ ନୂଆ ପଦ୍ଧତି ବିକଶିତ କରିଛନ୍ତି ।  ଏହି ଅଧ୍ୟୟନ ଅନୁଯାୟୀ, ଆଫ୍ରିକା ବାହାରେ ରହୁଥିବା ଜନସଂଖ୍ୟାର ପ୍ରାୟ ୨ ପ୍ରତିଶତ ଡିଏନ୍ଏ ପ୍ରାଚୀନ ମାନବ ପ୍ରଜାତିରୁ ଆସିଛି । ଏହାର ଅଧା ଭାଗ ନିଆଣ୍ଡରଥାଲ୍‌  ଏବଂ କିଛି ଭାଗ ଡେନିସୋଭାନ୍‌  ସହ ମିଶୁଛି । ସେହିଭଳି ପ୍ରାୟ ୦.୫ ରୁ ୧ ପ୍ରତିଶତ ଜେନେଟିକ୍ ସାମଗ୍ରୀ କୌଣସି ଜଣାଶୁଣା ପ୍ରାଚୀନ ମାନବ ସହ ମିଳିପାରି ନାହିଁ । ବୈଜ୍ଞାନିକମାନେ ଏହାକୁ ଏକ 'ଭୂତ' ଲାଇନେଜ୍ ବା ଅଜଣା ପ୍ରାଚୀନ ପୂର୍ବପୁରୁଷଙ୍କ ଗୋଷ୍ଠୀ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ପ୍ରାୟ ୫ ଲକ୍ଷ ବର୍ଷ ପୂର୍ବରୁ ମାନବ ବଂଶବୃକ୍ଷରୁ ଅଲଗା ହୋଇଥିଲା । ଏହି ଗୁପ୍ତ ଡିଏନ୍ଏ ଅଧ୍ୟୟନ କରାଯାଇଥିବା ପ୍ରତ୍ୟେକ ପ୍ରଜାତିଙ୍କଠାରେ ଦେଖିବାକୁ ମିଳିଛି । ବିଶେଷ କରି କଥାବାର୍ତ୍ତା ଓ ଭାଷା ସହ ଜଡ଼ିତ 'ଫକ୍ସପି୨ ' ଜିନ୍ନିକଟରେ ଏହି ଅଂଶ ଦେଖି ଗବେଷକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ତେବେ ଏହି ଗବେଷଣାକୁ ନେଇ ସେମାନେ ଆହୁରି ଗବେଷଣା ଜାରି ରଖିଛନ୍ତି ।

Tags: