କ୍ରିଏଟର୍ସମାନଙ୍କ ପାଇଁ ନୂଆ ଯୋଜନା

କ୍ରିଏଟର୍ସମାନଙ୍କ ପାଇଁ ନୂଆ ଯୋଜନା
Ipsita Picture
By: Ipsita
Published On

 

ବିହାର ସରକାର କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ସୋସିଆଲ୍ ମିଡିଆରେ ରିଲ୍ସ ବନାଇ କ୍ରିଏଟର୍ସମାନେ ୧ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏବେ ରିଲ୍ସ ପ୍ରସ୍ତୁତ କରିବା କେବଳ ଭ୍ୟୁଜ୍ ପାଇବାର ମାଧ୍ୟମ ହୋଇ ରହିବ ନାହିଁ, ବରଂ ଏହା ମାଧ୍ୟମରେ ଭ୍ୟୁଜ୍ ଆଧାରରେ ଭଲ ଆୟ ମଧ୍ୟ ହୋଇପାରିବ। ଅର୍ଥାତ୍ ଯେତେ ଅଧିକ ଭ୍ୟୁଜ୍ ମିଳିବ, ସେତେ ଅଧିକ ରୋଜଗାର ହେବ । ଏହି ଯୋଜନା ଅଧୀନରେ ୩୦ ଦିନ ମଧ୍ୟରେ ୧ ଲକ୍ଷ ଭ୍ୟୁଜ୍ ଆସିଲେ ୧୦ ହଜାର ଏବଂ ଗୋଟିଏ ରିଲ୍ରେ ୧୦ ଲକ୍ଷ ଭ୍ୟୁଜ୍ ଆସିଲେ ସରକାର ୧ ଲକ୍ଷ ପ୍ରଦାନ କରିବେ । ତେବେ ଏହି ଭିଡିଓଗୁଡ଼ିକ ବିହାର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ ହୋଇଥିବା ଆବଶ୍ୟକ । କେଉଁ କ୍ରିଏଟର୍ସମାନେ ଏଥିପାଇଁ ଯୋଗ୍ୟ ହେବେ, ସେ ସମ୍ପର୍କିତ ବିସ୍ତୃତ ତଥ୍ୟ ଶୀଘ୍ର ପ୍ରକାଶ ପାଇବ ।

Tags: