ସୂର୍ଯ୍ୟଙ୍କୁ ନେଇ ନୂଆ ତଥ୍ୟ
ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଇଥାଏ । ବୈଜ୍ଞାନିକ ମାନେ ସୂର୍ଯ୍ୟଙ୍କୁ ନେଇ ନିଜର ଗବେଷଣା ଜାରିି ରଖିଛନ୍ତି, ଯାହା ବିଭିନ୍ନ ନୂଆନୂଆ ତଥ୍ୟକୁ ଲୋକଲୋଚନକୁ ଆଣୁଛି । ସେହିକ୍ରମରେ ଏକ ନୂଆ ତଥ୍ୟ ସୂର୍ଯ୍ୟଙ୍କୁ ନେଇ ଜଣାପଡିଛି । ସୂର୍ଯ୍ୟରେ ଏଭଳି ଏକ େଓ୍ୱବ୍ ମିଳିଛି ଯାହାର ଗତି ଢେର ଅଧିକା ରହିଛି । ଏହି ଗତି ବୈଜ୍ଞାନିକ ମାନେ ଆକଳନ କରିଥିବା ଗତିଠାରୁ ଢେର ଅଧିକା । ଏହି େଓ୍ୱବ୍ ସୂର୍ଯ୍ୟଙ୍କ ପ୍ଲାଜମାର ମଧ୍ୟ ଦେଇ ବୀପରିତ ଦିଗରେ ପ୍ରବାହିତ ହେଉଛି । ଆବୁଦାବିରେ ଥିବା ନ୍ୟୁୟର୍କ ବିଶ୍ୱ ବିଦ୍ୟାଳୟର କ୍ରିସ୍ ହନ୍ସନ୍ ଏବଂ ତାଙ୍କ ଟିମ୍ମେମ୍ବର ଏହି ନୂତନ େଓ୍ୱବ୍ର ଆବିଷ୍କାର କରିଛନ୍ତି । ବୈଜ୍ଞାନିକ ଭାଷାରେ ଏହି େଓ୍ୱବ୍କୁ ହାଇ ଫ୍ରିକ୍ୟୁଏନ୍ସି ରେଟ୍ରୋଗ୍ରେଡ୍ ଭୋର୍ଟିସିଟି େଓ୍ୱବ୍ କୁହାଯାଉଛି । ଅନେକ ଦିନ ଧରି ଗ୍ରାଉଣ୍ଡ ଓ ସ୍ପେସ୍ ଟେଲିସ୍କୋପ ଜରିଆରେ ମିଳିଥିବା ତଥ୍ୟକୁ ଆଧାର କରି ବୈଜ୍ଞାନିକମାନେ ଏହି େଓ୍ୱବର ଆବିଷ୍କାର କରିଛନ୍ତି । ଏହି େଓ୍ୱବ୍ରେ ଅନେକ ଛୋଟ ଛୋଟ ଘୂର୍ଣ୍ଣି ରହିଥାଏ, ଯାହା ସୂର୍ଯ୍ୟଙ୍କର ବୀପରିତ ଦିଗରେ ଗତି କରିଥାଏ । ତେବେ ଏହି ମିଳିଥିବା ନୂଆ ଘୂର୍ଣ୍ଣି ଗୁଡିକ ସୂର୍ଯ୍ୟଙ୍କ ଗତିଠାରୁ ତିନି ଗୁଣା ଅଧିକ ବେଗରେ ଗତି କରୁଛି । ତେବେ ଏହା ପଛରେ ବୈଜ୍ଞାନିକ ମାନେ ତିନୋଟି କାରଣକୁ ଦାୟି କରିଛନ୍ତି । ପ୍ରଥମ ଏହା ସୂର୍ଯ୍ୟଙ୍କର ଚୁମ୍ବକୀୟ କ୍ଷେତ୍ର କାରଣରୁ ସୃଷ୍ଟି ହେଉଛି । ସେହିଭଳି ଏହା ସୂର୍ଯ୍ୟରେ ଥିବା ମାଧ୍ୟାକର୍ଷଣ ତରଙ୍ଗ କାରଣରୁ ମଧ୍ୟ ସୃଷ୍ଟି ହୋଇଥାଇ ପାରେ ବୋଲି ବୈଜ୍ଞାନିକ ମାନେ ଆକଳନ କରୁଛନ୍ତି । ଅଥବା ଏହା ପ୍ଲାଜମା ସଙ୍କୋଚନ କାରଣରୁ ମଧ୍ୟ ସୃଷ୍ଟି ହୋଇପାରେ ।


