ବିଜୁଳି ମାରୁଥିଲେ ଗାଧାନ୍ତୁ ନାହିଁ
ଏବେ ଆମ ଦେଶରେ ବର୍ଷା ଋତୁ ଚାଲିଛି । ବିଜୁଳି ଓ ଘଡଘଡି ମାରିବା ସହ ଠାଏ ଠାଏ ଭୀଷଣ ବର୍ଷା ହେଉଛି । ତେବେ ବିଜୁଳି ବା ବଜ୍ରପାତରୁ କିପରି ରକ୍ଷା ପାଇହେବ ଏ ବିଷୟରେ ସମସ୍ତଙ୍କର ଅଳ୍ପ ବହୁତ ଜ୍ଞାନ ଥିବା ଉଚିତ । କାରଣ ଆମେ ଜାଣୁ ପ୍ରତି ବର୍ଷ ବଜ୍ରପାତରେ ପ୍ରାୟ ୨୪,୦୦୦ ଲୋକ ମୃତୁ୍ୟମୁଖରେ ପଡୁଥିବା ବେଳେ ୨, ୪୦,୦୦୦ ଲୋକ ଗୁରୁତର ହେଉଛନ୍ତି । ଆମେ ସମସ୍ତେ ଜାଣୁ […]
ଏବେ ଆମ ଦେଶରେ ବର୍ଷା ଋତୁ ଚାଲିଛି । ବିଜୁଳି ଓ ଘଡଘଡି ମାରିବା ସହ ଠାଏ ଠାଏ ଭୀଷଣ ବର୍ଷା ହେଉଛି । ତେବେ ବିଜୁଳି ବା ବଜ୍ରପାତରୁ କିପରି ରକ୍ଷା ପାଇହେବ ଏ ବିଷୟରେ ସମସ୍ତଙ୍କର ଅଳ୍ପ ବହୁତ ଜ୍ଞାନ ଥିବା ଉଚିତ । କାରଣ ଆମେ ଜାଣୁ ପ୍ରତି ବର୍ଷ ବଜ୍ରପାତରେ ପ୍ରାୟ ୨୪,୦୦୦ ଲୋକ ମୃତୁ୍ୟମୁଖରେ ପଡୁଥିବା ବେଳେ ୨, ୪୦,୦୦୦ ଲୋକ ଗୁରୁତର ହେଉଛନ୍ତି । ଆମେ ସମସ୍ତେ ଜାଣୁ ବର୍ଷା ସହ ବିଜୁଳି ମାରୁଥିଲେ ଗଛ ତଳେ କିମ୍ବା ଦ୍ୱାର ମୁହଁରେ ଛିଡା ହେବା ଅନୁଚିତ ।

କିନ୍ତୁ ଆପଣ ଜାଣନ୍ତି କି ଘଡଘଡି ସହ ବର୍ଷା ହେଉଥିବା ସମୟରେ ଗାଧୋଇବା କିମ୍ବା ବାସନ ଧୋଇବା ବି ଅନୁଚିତ । ମୁଖ୍ୟତଃ ଦୁଇଟି କାରଣରୁ ବିଜୁଳି ବା ଘଡଘଡି ମାରିଥାଏ । ଆର୍ଦ୍ରତା ଓ ଉତ୍ତପ୍ତ ବାୟୁ । ଗରମ ବଢିବା ସହ ଏହି ଦୁଇ ତତ୍ତ୍ୱ ବୃଦ୍ଧି ପାଇଥାଏ । ଅଧିକ ତାପମାତ୍ରା ଓ ଆର୍ଦ୍ରତା ଆଦ୍ର ଜଳବାୟୁ ସୃଷ୍ଟି କରିଥାଏ ଯାହା ବାୟୁ ମଣ୍ଡଳରେ ଉପରକୁ ଉଠି ଗର୍ଜନ ଶବ୍ଦ ସୃଷ୍ଟି ହୋଇଥାଏ । ବାଦଲରେ ବହୁତ ପାଣି ଓ ବରଫର ବୁନ୍ଦା ରହିଥାଏ ।

ଯେତେବେଳେ ଏହି ବାଦଲ ପରସ୍ପର ସହ ପିଟି ହୋଇଥାନ୍ତି ସେତେବେଳେ ବିଜୁଳି ସୃଷ୍ଟି ହୁଏ । ଯେତେବେଳେ ଘଡଘଡି ସହ ବର୍ଷା ହୋଇଥାଏ ସେତେବେଳେ ବାଦଲ ଏକ ଭାନ ଡେ ଗ୍ରାଫ ଜେନେରେଟର ପରି କାମ କରିଥାଏ ଯାହା ବାଦଲ ମଧ୍ୟରେ ବଡ ମାତ୍ରାରେ ପଜିଟିଭ୍ ଓ ନେଗେଟିଭ୍ ଚାର୍ଜକୁ ଅଲଗା ଅଲଗା କରିଥାଏ । ଏହି ବିଜୁଳି ଯେତେବେଳେ ପୃଥିବୀ ଉପର ଦେଇ ଗତି କରିଥାଏ ସେତେବେଳେ ଭୂମିରେ ଏକ ବିପରୀତ ଚାର୍ଜ ଉତ୍ପନ୍ନ ହୋଇଥାଏ ଓ ଭୂମି ଉପରେ ଏକ ଉଜ୍ଜ୍ୱଳ ରଶ୍ମୀ ପ୍ରହାର କଲା ଭଳି ନଜର ଆସିଥାଏ ।

ଏହା ଭୂମି ଉପରେ ଏକ ସନ୍ତୁଳିତ ଅବସ୍ଥାକୁ ଆସିବା ପାଇଁ ପଜିଟିଭ୍ ଓ ନେଗେଟିଭ୍ ଅଞ୍ଚଳ ମଧ୍ୟରେ ଡିସଚାର୍ଜ ହୋଇଥାଏ । ଏଣୁ ଯେଉଁ ଜିନିଷ ଅଧିକ ସୁପରିବାହୀ ହୋଇଥାଏ ଯେପରିକି ଧାତବ ପଦାର୍ଥ ଯେଉଁଥିରେ ବିଜୁଳି ପଡିବାର ସମ୍ଭାବନା ଅଧିକ ରହିଥାଏ । ତେବେ ବର୍ଷା ସମୟରେ ଆପଣ ବାହାରେ ଗାଧୋଉଥିଲେ କିମ୍ବା ବର୍ଷାରେ ଭିଜି ଯାଇଥିଲେ ଆପଣଙ୍କ ଉପରେ ବଜ୍ରପାତ ହେବାର କୌଣସି ଭୟ ନାହିଁ । କିନ୍ତୁ ଆପଣଙ୍କ ଘର ଉପରେ ବିଜୁଳି ପଡିଲେ ଏହା ମେଟାଲ ପାଇପ୍ର ତାର କିମ୍ବା ପାଣି ମାଧ୍ୟମରେ ଭୂମିକୁ ଆସିବାକୁ ରାସ୍ତା ତିଆରି କରିଥାଏ ।

ସାୱାର କିମ୍ବା ପାଣି ଟ୍ୟାପ୍ରେ ଧାତୁ ଓ ପାଣି ଉଭୟ ରହିଥିବାରୁ ଏହା ବିଜୁଳି ଲାଗି ଏକ ଉତ୍ତମ ମାର୍ଗ ହୋଇଥାଏ । ଏଣୁ ବର୍ଷା ସହିତ ବିଜୁଳି ମାରୁଥିଲେ ଘରେ ପାଣି ଟ୍ୟାପ୍ ତଳେ ଗାଧାନ୍ତୁ ନାହିଁ କି ଅନ୍ୟ କିଛି ବି ସଫାସଫି କାମ ବି କରନ୍ତୁ ନାହିଁ ।




