ରିଲ୍ସର ନକରାତ୍ମକ ପ୍ରଭାବ

ସୋସିଆଲ ମିଡିଆରେ ବର୍ତ୍ତମାନ ବହୁଳମାତ୍ରାରେ ରିଲ୍ସର ବ୍ୟବହାର ଦେଖିବାକୁ ମିଳୁଛି । ଛୋଟଠାରୁ ବଡ ବିଭିନ୍ନ ବର୍ଗର ଲୋକମାନେ ରିଲ୍ସ ଦେଖୁଥିବାର ଘଟଣା ସାମନାକୁ ଆସୁଛି । ବିଶେଷଭାବେ ଶିଶୁମାନଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା ଆଗ ଦୌନନ୍ଦିନ ଜୀବନଉପରେ ଏହାର କଣ ସବୁ ନକରାତ୍ମକ ପ୍ରଭାବ ରହିଛି । କମାଇଥାଏ ଏକାଗ୍ରତା ସବୁସମୟରେ ରିଲ୍ସ ଦେଖିବା ବିଶେଷଭାବେ ଆମ ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି । ଏହା […]

ରିଲ୍ସର ନକରାତ୍ମକ ପ୍ରଭାବ
Samaya Live Picture
Published On

ସୋସିଆଲ ମିଡିଆରେ ବର୍ତ୍ତମାନ ବହୁଳମାତ୍ରାରେ ରିଲ୍ସର ବ୍ୟବହାର ଦେଖିବାକୁ ମିଳୁଛି । ଛୋଟଠାରୁ ବଡ ବିଭିନ୍ନ ବର୍ଗର ଲୋକମାନେ ରିଲ୍ସ ଦେଖୁଥିବାର ଘଟଣା ସାମନାକୁ ଆସୁଛି । ବିଶେଷଭାବେ ଶିଶୁମାନଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା ଆଗ ଦୌନନ୍ଦିନ ଜୀବନଉପରେ ଏହାର କଣ ସବୁ ନକରାତ୍ମକ ପ୍ରଭାବ ରହିଛି ।

କମାଇଥାଏ ଏକାଗ୍ରତା
ସବୁସମୟରେ ରିଲ୍ସ ଦେଖିବା ବିଶେଷଭାବେ ଆମ ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି । ଏହା ସମସ୍ତଙ୍କର ଏକାଗ୍ରତା କମାଉଥିବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । କ୍ରମାଗତ ଭାବେ ଖୁବ କମ ସମୟର ଛୋଟଛୋଟ ଭିଡିଓ ଦେଖିବା ଆମ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଯାହାଦ୍ବାରା ଗୋଟିଏ ଅଧିକ ସମୟ କାମ କରିବା ଉପରେ ଆଉ ଏକାଗ୍ରତା ରହିନଥାଏ । ଏପରିକି ଯେଉଁମାନେ ଅଧିକ ସମୟ ରିଲ୍ସ ଦେଖନ୍ତି ସେମାନେ ଅଧିକ ସମୟ ଧରି କଥା ମଧ୍ୟ ହୋଇପାରନ୍ତି ନାହିଁ । ଏହାର ପ୍ରଭାବ ମସ୍ତିଷ୍କ ଉପରେ ଖୁବ ଅଧିକ ରହିଥାଏ । ସେମାନେ ଗୋଟିଏ କାମ ଉପରେ ମନଧ୍ୟାନ ଦେଇ ପାରନ୍ତି ନାହିଁ, ଯାହା ଫଳରେ ଦୌନନ୍ଦିନ ଜୀବନରେ ସେମାନଙ୍କୁ ସମସ୍ୟାରେ ସମସ୍ୟାରେ ପକାଇଥାଏ ।

କମିଥାଏ ଉତ୍ପାଦକତା
ସବୁଠାରୁ ଅଧିକ ପ୍ରଭାବ ଆମର ଉତ୍ପାଦକତା ଉପରେ ପଡିଥାଏ । ଯେଉଁମାନେ ଅଧିକ ରିଲ୍ସ ଦେଖିଥାଆନ୍ତି ସେମାନଙ୍କର ଉତ୍ପାଦକ ବା ସୌଜନ୍ୟଶୀଳତା କମିଥାଏ ବୋଲି ଅନେକ ଉଦାହରଣ ରହିଛି । ଅନେକ ସମୟରେ ରିଲ୍ସ ଦେଖିବା ଏକ ନିଶାରେ ପରିଣତ ହୋଇଥାଏ, ଯାହାପରେ ଆମ ମସ୍ତିଷ୍କରେ ଏହି ସମ୍ପର୍କିତ ତଥ୍ୟ ଘୁରିବୁଲିଥାଏ । ତେଣୁ ଆମର ଉତ୍ପାଦକତା ବା ସୌଜନ୍ୟଶୀଳତା କମିବାରେ ଲାଗିଥାଏ । ବେଳେବେଳେ ଅଳ୍ପ ସମୟର ବ୍ରେକ ନେଇ ରିଲ୍ସ ଦେଖା ଆରମ୍ଭ ହେବା ପରେ ଏହା ଘଣ୍ଟାଘଣ୍ଟାରେ ପରିଣତ ହୋଇଥାଏ । ତେବେ ଏହା କାର୍ଯ୍ୟଶୈଳୀ ଓ ଦକ୍ଷତା ଉପରେ ପ୍ରଭାବ ପକାଇଥାଏ । ଲୋକଙ୍କର ସ୍କୁଲ, କଲେଜ, ପାଠପଢା, ଅଫିସ କାମ, ଏପରିକି ଘର କାମ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ । ରିଲ୍ସ ଦେଖିବା ଫଳରେ ସେମାନଙ୍କର ଅନେକ ସମୟ ନଷ୍ଟ ହୋଇଥାଏ, ଯାହା କାମକୁ ନଷ୍ଟ କରିଥାଏ । ଏହି କାରଣରୁ ଅନେକ କାମ ଅଧାରେ ମଧ୍ୟ ଅଟକି ରହିଥାଏ । ଲୋକମାନେ ନିଜ ଦାୟିତ୍ବ ଭୁଲି ରିଲ୍ସ ଦେଖାରେ ଲାଗିଯାଆନ୍ତି, ଯାହା କାମକୁ ଖରାପ କରିଥାଏ ।

ବଢୁଛି ନିଃସଙ୍ଗତା
ବିଶେଷଭାବେ ରିଲ୍ସ ଦେଖିବାପରେ ଛୋଟଛୁଆଙ୍କର ନଃସଙ୍ଗତା ବଢୁଥିବା ଦେଖିବାକୁ ମିଳୁଛି । ସେମାନେ ସବୁବେଳେ ଫୋନରେ ରହିବାକୁ ପସନ୍ଦ କରୁଛନ୍ତି । ନିଜ ପାଠପଢା ଓ ଅନ୍ୟ କାର୍ଯ୍ୟରୁ ଫୁରସତ ମିଳିଲେ ସଙ୍ଗେସଙ୍ଗେ ଫୋନରେ ରିଲ୍ସ ଦେଖିବାରେ ଲାଗିଯାଉଛନ୍ତି, ଯାହାଫଳରେ ବାସ୍ତବ ଦୁନିଆରୁ ଦୂରେଇ ଯାଉଛନ୍ତି । ଏପରିକି ନିଜ ସାଙ୍ଗ ସାଥୀଙ୍କ ସହିତ ମଧ୍ୟ ସମୟ ବିତାଉନାହାନ୍ତି । ଖେଳ କୁଦ ପ୍ରତି ଆଗ୍ରହ ରହୁନାହିଁ, ଯାହା ସେମାନଙ୍କର ମାନସିକ ଓ ଶାରିରୀକ ଉଭୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଧୀରେଧୀରେ ସେମାନେ ନିଜର ଏକ ଦୁନିଆ ନିର୍ମାଣ କରୁଛନ୍ତି, ଯେଉଥିରେ ନିଜେ ଏକା ବଞ୍ଚୁଛନ୍ତି । ରିଲ୍ସ ଦେଖି ନିଜ ଜୀବନକୁ ସବୁବେଳେ ଅନ୍ୟମାନଙ୍କ ସହିତ ତୁଳନା କରୁଛନ୍ତି, ଯାହା ସେମାନଙ୍କ ଜୀବନର ଗତିପଥ ବଦଳାଇଦେଉଛି । ସମସ୍ତଙ୍କ ଠାରୁ ସେମାନଙ୍କୁ ଅଲଗା କରିଦେଉଛି । ଏହିପରି ରହିବା ଫଳରେ ସେମାନଙ୍କ ଭିତରେ ନିଶା ଓ ଡିପ୍ରେସନ ଭଳି ସମସ୍ୟା ଦେଖିବାକୁ ମିଳୁଛି । ତେଣୁ ଆଜିକାଲି ମୋବାଇଲ ଠାରୁ ଦୂରରେ ରହି ବାସ୍ତବ ଜୀବନ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ବିପଦକୁ ଆମନ୍ତ୍ରଣ
ଆଜିକାଲି ରିଲ୍ସର ଖୁବ ଅଧିକ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଯିଏ ଯେତେ ଭଲ ରିଲ୍ସ କରୁଛି ସେ ସେତେ ଫେମସ ହେଉଛି । ତେଣୁ ବର୍ତ୍ତମାନ ଏହା ଏକ ପ୍ରକାର ଜିଦିରେ ପରିଣତ ହୋଇଛି । ସେଥିପାଇଁ ବିଭିନ୍ନ ପ୍ରକାର ବିପଦ ମଧ୍ୟ ଦେଖିବାକୁ ମିଳୁଛି । ରିଲ୍ସରେ ଲାଇକ୍ ପାଇବା ଆଶାରେ ପିଲାମାନେ ବିପଦକୁ ନିମନ୍ତ୍ରଣ କରୁଥିବା ଦେଖିବାକୁ ମିଳୁଛି । କେଉଁଠି ଟ୍ରେନଟ୍ରାକରେ ଶୋଇ ରିଲ୍ସ କରିଲେଣି ତ ଆଉ କେଉଁଠି ପାହାଡ ଉପରେ ବିପଦ ଅବସ୍ଥାରେ । ଏମିତି ଅନେକ ଘଟଣା ସାମନାକୁ ଆସୁଛି । ଏଭଳି ଅନେକ ଘଟଣା ପ୍ରତିଟି ସମୟରେ ଗଣମାଧ୍ୟମ ଓ ଖବରକାଗଜରେ ଦେଖିବାକୁ ମିଳୁଛି । ଏହା ବର୍ତ୍ତମାନ ଏକ ବଡ ସମସ୍ୟାରେ ପରିଣତ ହୋଇଛି । ପିଲାମାନଙ୍କୁ ସେଥିରୁ ନିବୃତ୍ତ କରିବାର ଆବଶ୍ୟକତା ଖୁବ ଅଧିକ ରହିଛି ନହେଲେ ଆଗକୁ ସ୍ଥିତି ବିଗିଡିପାରେ । ଧୀରେଧୀରେ ପିଲାମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବିପଦରେ ପକାଇବା ବଢିଗଲାଣି, ତେଣୁ ଏଦିଗରେ ଆଗ ଅଭିଭାବକଙ୍କୁ ପଦକ୍ଷେପ ନେବାର ଅଛି ।

ବଢୁଚି ମାନସିକ ଚାପ
ପ୍ରଥମେ ରିଲ୍ସ କରିବା ମନୋରଞ୍ଜନ ପାଇଁ ଆରମ୍ଭ ହୋଇଥାଏ ହେଲେ ଧୀରେଧୀରେ ଏହାର ମାନସିକ ଚାପ ପିଲାଙ୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି । ସବୁବେଳେ କିଭଳି ଭଲ କଣ୍ଟେଣ୍ଟରେ ରିଲ୍ସ ତିଆରି କରିବେ ସେନେଇ ଚାପରେ ରହୁଛନ୍ତି । କିଭଳି ସେମାନଙ୍କ ରିଲ୍ସ ସମସ୍ତଙ୍କୁ ଠାରୁ ଭିନ୍ନ ହେବ ଏବଂ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେବ ସେଥିପାଇଁ ସେମାନେ ଚେଷ୍ଟିତ ରହୁଛନ୍ତି । ହେଲେ କିଛି ପିଲାଙ୍କ କ୍ଷେତ୍ରରେ ଏହି ଚେଷ୍ଟା ଡିପ୍ରେସନରେ ପରିଣତ ହେଉଛି ଏବଂ ସେମାନେ ରୋଗୀ ହୋଇଯାଉଛନ୍ତି । ସେମାନଙ୍କ ନିକଟରେ ବିଭିନ୍ନ ମାନସିକ ସମସ୍ୟାର ଲକ୍ଷଣ ଦେଖିବାକୁ ମିଳୁଛି । ତେଣୁ ମନୋରଞ୍ଜନ ପାଇଁ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟ ମୁଣ୍ଡବିନ୍ଧାର କାରଣ ସାଜୁଛି ।