ଜାତୀୟ ଅପସ୍ମାର ଦିବସ

ଜାତୀୟ ଅପସ୍ମାର ଦିବସ
Ipsita Picture
By: Ipsita
Published On


ପ୍ରତିବର୍ଷ ନଭେମ୍ବର ୧୭ ତାରିଖକୁ ଭାରତରେ 'ଜାତୀୟ ଅପସ୍ମାର ଦିବସ' ଭାବରେ ପାଳନ କରାଯାଉଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମସ୍ତିଷ୍କ ସମ୍ବନ୍ଧୀୟ ଏହି ସ୍ନାୟୁଗତ ରୋଗ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଏହାକୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ତଥା ଭ୍ରାନ୍ତଧାରାକୁ ଦୂର କରିବା ଏବଂ ରୋଗୀମାନଙ୍କୁ ସଠିକ୍ ଚିକିତ୍ସା ଓ ସହଯୋଗ ଯୋଗାଇବା ।  ଭାରତୀୟ ଏପିଲେପ୍ସି ଆସୋସିଏସନ୍ ଦ୍ୱାରା ୧୯୯୦ ମସିହା ଡିସେମ୍ବର ୧୭ ତାରିଖରେ ଇନ୍ଦୋରଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ପ୍ରତିବର୍ଷ ନଭେମ୍ବର ୧୭ କୁ ଜାତୀୟ ବାତ ଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଜନସଚେତନତା ଅଭିଯାନର ଏକ ପ୍ରମୁଖ ଅଙ୍ଗ ପାଲଟିଛି । ଏହି ଦିବସର ଗୁରୁତ୍ୱ ଅତ୍ୟନ୍ତ ଅଧିକ, କାରଣ ଏପିଲେପ୍ସି ବା ଅପସ୍ମାର ରୋଗ ହେଉଛି ମସ୍ତିଷ୍କର ଏକ କ୍ରୋନିକ୍ ସ୍ନାୟୁଗତ ସମସ୍ୟା । ଯେଉଁଥିରେ ମସ୍ତିଷ୍କରେ ହଠାତ୍ ଅତ୍ୟଧିକ ବୈଦ୍ୟୁତିକ କାର୍ଯ୍ୟକଳାପ କାରଣରୁ ବାରମ୍ବାର ବାତ କିମ୍ବା ଲୋକ ମୂଚ୍ଛା ଯାଇଥାଆନ୍ତି । ସାଧାରଣତଃ ଏହି ରୋଗକୁ ଅନେକେ ଅଭିଶାପ କିମ୍ବା ମନୋରୋଗ ଭାବେ ଭୁଲ୍ ଧାରଣା ରଖିଥାନ୍ତି ।  ତେଣୁ ଏହି ଦିବସ ଜରିଆରେ ଲୋକଙ୍କୁ ବୁଝାଯାଏ ଯେ ଏହା ଏକ ଚିକିତ୍ସାଯୋଗ୍ୟ ରୋଗ ଏବଂ ସଠିକ୍ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶ ଦ୍ୱାରା ରୋଗୀମାନେ ଏକ ସ୍ୱାଭାବିକ ଜୀବନଯାପନ କରିପାରିବେ । ତେଣୁ, ସମାଜରୁ ଅପସ୍ମାର ସମ୍ବନ୍ଧୀୟ କଳଙ୍କ ଓ ଭୟକୁ ମେଣ୍ଟାଇବା ପାଇଁ ଏହି ଦିବସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।

Tags: