ରହସ୍ୟମୟୀ ଜୀବ
ଗଭୀର ସମୁଦ୍ର ମଧ୍ୟରେ ଏଭଳି ଅନେକ ଜୀବ ଅଛନ୍ତି, ଯେଉଁମାନଙ୍କ ସମ୍ପର୍କରେ ଅନେକ ଲୋକ ହୁଏତ ଜାଣିନଥିବେ । ଏମାନେ ଅତ୍ୟନ୍ତ ଅଜବ ପ୍ରକାରର ହୋଇଥାଆନ୍ତି । ବର୍ତ୍ତମାନ ଏଭଳି ଏକ ସାମୁଦ୍ରିକ ଜୀବର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଦେଖିବାକୁ ଏହା ବିଲ୍କୁଲ୍ ଟ୍ରାନ୍ସପରେଣ୍ଟ୍ ହୋଇଥିବାବେଳେ ଏହାର ଭିତର ଭାଗଟି ଉଜ୍ଜ୍ୱଳ ଚେନ୍ ସଦୃଶ ହୋଇଛି । ଟ୍ୱିଟରରେ ମାସିମୋ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ […]
ଗଭୀର ସମୁଦ୍ର ମଧ୍ୟରେ ଏଭଳି ଅନେକ ଜୀବ ଅଛନ୍ତି, ଯେଉଁମାନଙ୍କ ସମ୍ପର୍କରେ ଅନେକ ଲୋକ ହୁଏତ ଜାଣିନଥିବେ । ଏମାନେ ଅତ୍ୟନ୍ତ ଅଜବ ପ୍ରକାରର ହୋଇଥାଆନ୍ତି । ବର୍ତ୍ତମାନ ଏଭଳି ଏକ ସାମୁଦ୍ରିକ ଜୀବର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଦେଖିବାକୁ ଏହା ବିଲ୍କୁଲ୍ ଟ୍ରାନ୍ସପରେଣ୍ଟ୍ ହୋଇଥିବାବେଳେ ଏହାର ଭିତର ଭାଗଟି ଉଜ୍ଜ୍ୱଳ ଚେନ୍ ସଦୃଶ ହୋଇଛି । ଟ୍ୱିଟରରେ ମାସିମୋ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ ସମୁଦ୍ରର ଗଭୀର ଜଳରେ ସାପ ଭଳି ଗୋଟିଏ ଜୀବ ବୁଲୁଥିବାର ଦୃଶ୍ୟ ରହିଛି । ଏହାକୁ ସାପର ଏକ ପ୍ରଜାତି ଜେନସ୍ ହେଲିକୋସାଲ୍ପା ବୋଲି କୁହାଯାଉଛି । ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୮୧ ହଜାରରୁ ଅଧିକ ଲୋକ ଦେଖିଥିବାବେଳେ ଏହାକୁ ଖିବ୍ ପସନ୍ଦ କରାଯାଉଛି ।




