ରହସ୍ୟପୂର୍ଣ୍ଣ ବ୍ରିଜ୍
ସ୍କଟ୍ଲାଣ୍ଡ୍ରେ ଓଭରଟନ୍ ନାମକ ଗୋଟିଏ ବ୍ରିଜ୍ ଅଛି, ଯାହା କୁକୁରମାନଙ୍କ ପାଇଁ ସୁଇସାଇଡ୍ ପଏଣ୍ଟ୍ ନାମରେ ଜଣାଯାଇଥାଏ । ଏହି ବ୍ରିଜ୍ ଏତେ ରହସ୍ୟମୟ ଯେ ଏଠାରେ ପହଞ୍ଚିବା ମାତ୍ରକେ କୁକୁରଗୁଡ଼ିକ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରିଥାଆନ୍ତି । ଯାହାଫଳରେ ଏମାନଙ୍କର ମୃତୁ୍ୟ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦୦ଟି କୁକୁର ଏଠାରେ ବ୍ରିଜ୍ ତଳକୁ ଡେଇଁ ଆତ୍ମହତ୍ୟା କରିସାରିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ବ୍ରିଜ୍ଟି ସ୍କଟ୍ଲାଣ୍ଡ୍ର ଡମ୍ବାର୍ଟନ୍ରେ ରହିଥିବାବେଳେ […]
ସ୍କଟ୍ଲାଣ୍ଡ୍ରେ ଓଭରଟନ୍ ନାମକ ଗୋଟିଏ ବ୍ରିଜ୍ ଅଛି, ଯାହା କୁକୁରମାନଙ୍କ ପାଇଁ ସୁଇସାଇଡ୍ ପଏଣ୍ଟ୍ ନାମରେ ଜଣାଯାଇଥାଏ । ଏହି ବ୍ରିଜ୍ ଏତେ ରହସ୍ୟମୟ ଯେ ଏଠାରେ ପହଞ୍ଚିବା ମାତ୍ରକେ କୁକୁରଗୁଡ଼ିକ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରିଥାଆନ୍ତି । ଯାହାଫଳରେ ଏମାନଙ୍କର ମୃତୁ୍ୟ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦୦ଟି କୁକୁର ଏଠାରେ ବ୍ରିଜ୍ ତଳକୁ ଡେଇଁ ଆତ୍ମହତ୍ୟା କରିସାରିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ବ୍ରିଜ୍ଟି ସ୍କଟ୍ଲାଣ୍ଡ୍ର ଡମ୍ବାର୍ଟନ୍ରେ ରହିଥିବାବେଳେ ଏହାର ନæô ହେଉଛି ଓଭରଟନ୍ । ୧୮୫୯ ମସିହାରେ ଏହି ବ୍ରିଜ୍କୁ ନିର୍ମାଣ କରାଯାଇଥିଲା । ହେଲେ କୁକୁରମାନେ ଏଠାକୁ ଆସି ଆତ୍ମହତ୍ୟା କରୁଛନ୍ତି ବୋଲି ୧୯୫୦ରୁ ୧୯୬୦ ଦଶକରେ ପ୍ରଥମ ଥର ପାଇଁ ନୋଟିସ୍ କରାଯାଇଥିଲା । ତେଣୁ ସେବେଠାରୁ ଏହି ବ୍ରିଜ୍କୁ କୁକୁରମାନଙ୍କ ପାଇଁ ଆତ୍ମଘାତି ବୋଲି କୁହାଗଲା । ବର୍ତ୍ତମାନ ସୁଦ୍ଧା ୬୦୦ରୁ ଅଧିକ ଏଭଳି ମାମଲା ସାମନାକୁ ଆସିସାରିଛି । ତେବେ ଏହି ବ୍ରିଜ୍ର ରହସ୍ୟକୁ ନେଇ ଅନେକ କାହାଣୀ ରହିଛି । କୁହାଯାଏ ଯେ ୧୯୯୪ ମସିହାରେ ଜଣେ ବ୍ୟକ୍ତି ତାଙ୍କ ନବଜନ୍ମିତ ସନ୍ତାନକୁ ଏହି ବ୍ରିଜ୍ ତଳକୁ ଫୋପାଡ଼ି ମାରିଦେଇଥିଲେ । ତାଙ୍କ ମତରେ ତାଙ୍କ ସନ୍ତାନ ଠାରେ ଭୂତପ୍ରେତର ସାୟା ଥିଲା । ତେଣୁ କୁକୁରମାନେ ସେହି ଶିଶୁର ଭୂତକୁ ଦେଖିବା ପରେ ଭୟଭୀତ ହୋଇ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରିଥାଆନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି । ତେବେ କୁକୁରଗୁଡ଼ିକ କେବଳ ବ୍ରିଜ୍ର ଗୋଟିଏ ପଟେ ହିଁ ଡିଅନ୍ତି । ଯଦି ବି କୌଣସିମତେ କୁକୁରଟିଏ ଡେଇଁବା ପରେ ବି ବଞ୍ଚିଯାଏ ତେବେ ସେ ଆଉଥରେ ବ୍ରିଜ୍ ଉପରୁ ତଳକୁ ଡେଇଁ ଜୀବନ ହାରିଦିଏ । ଅପରପକ୍ଷେ ବିଶେଷଜ୍ଞଙ୍କ କହିବା ମୁତାବକ ଏଠାରେ ପୁରୁଷ ମିଙ୍କ୍ (ପଶୁ)ର ମୂତ୍ର ଏବଂ ପାଇନ୍ ମାର୍ଟେନ୍ସ (ପଶୁ)ର ସୁଗନ୍ଧ ମିଶି ଏକ ଦୁର୍ଲଭ ଗନ୍ଧ ହୁଏ, ଯାହାଫଳରେ ଏହି ଗନ୍ଧ ସୁଙ୍ଘିବା ପରେ କୁକୁରଟିଏ ଉତ୍ତେଜିତ ହୋଇ ପାଗଳ ହୋଇଯାଏ ଏବଂ ଆତ୍ମହତ୍ୟା କରିଦିଏ ।




