ବଢିବନି ବୟସ !

ବଢିବନି ବୟସ !
Ipsita Picture
By: Ipsita
Published On

 

ଶୀର୍ଷକଟି ଅଡୁଆ ଲାଗିପାରେ, ହେଲେ ବୈଜ୍ଞାନିକମାନେ ବର୍ତ୍ତମାନ ଏଭଳି ଅନେକ ପରୀକ୍ଷଣ କରୁଛନ୍ତି ଯାହା ଏଭଳି ଆଶା ସଞ୍ଚାର କରୁଛି । ନିକଟରେ ବୈଜ୍ଞାନିକମାନେ ଏକ ମୂଷାର ମସ୍ତିଷ୍କକୁ ବରଫରେ ଜମା କରି ପୁଣିଥରେ ଜୀବନ୍ତ କରିବାରେ ସଫଳ ହୋଇଛନ୍ତି । ଜର୍ମାନୀର ବୈଜ୍ଞାନିକଙ୍କ ଏହି ସଫଳତା ଆଗକୁ ଏକାଧିକ କ୍ଷେତ୍ରରେ ବିପ୍ଳବ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଜର୍ମାନୀର ବୈଜ୍ଞାନିକମାନେ ଏକ ମୂଷାର ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଜମା କରି ପୁଣିଥରେ ତାକୁ ଜୀବନ୍ତ କରିବାରେ ସଫଳତା ପାଇଛନ୍ତି । ଏହି ପରୀକ୍ଷା ପାଇଁ ମୂଷାର ମସ୍ତିଷ୍କକୁ -୧୯୬ ଡିଗ୍ରୀ ତାପମାତ୍ରାରେ ଲିକ୍ୟୁଇଡ୍ ନାଇଟ୍ରୋଜେନରେ ରଖାଯାଇଥିଲା । ଏହାସହ  'ଭିଟ୍ରିଫିକେସନ୍' ଟେକ୍ନୋଲୋଜି ବ୍ୟବହାର କରି ମସ୍ତିଷ୍କର ଜଳୀୟ ଅଂଶକୁ କାଚ ଭଳି ଶକ୍ତ ଅବସ୍ଥାକୁ ଅଣାଯାଇଥିଲା । ଯାହାଦ୍ୱାରା ଏହାର କୋଷଗୁଡ଼ିକ ନଷ୍ଟ ନହୋଇ ସୁରକ୍ଷିତ ରହିଥିଲା । ପରେ ବୈଜ୍ଞାନିକମାନେ ମସ୍ତିଷ୍କକୁ ସାଧାରଣ ତାପମାତ୍ରାକୁ ଆଣି ଏକ ହାଲୁକା ଇଲେକ୍ଟ୍ରିକ୍ ସିଗନାଲ୍ ଦେବା ପରେ ମୂଷାଟି ପୁଣିଥରେ ବଞ୍ଚି ପାରିଥିଲା । ତା’ର ସ୍ମୃତି ଶକ୍ତି ଓ ନ୍ୟୁରନ୍ କନେକ୍ସନଗୁଡ଼ିକ ସଠିକ୍ ଭାବେ କାମ କରିବାକୁ ଲାଗିଥିଲା । ଯଦି ଏହି ପରୀକ୍ଷା ମଣିଷଙ୍କ କ୍ଷେତ୍ରରେ ସଫଳ ହୁଏ, ତେବେ ଭବିଷ୍ୟତରେ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ବହୁ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ । ଏହାସହ ଦୀର୍ଘ ସମୟର ମହାକାଶ ଯାତ୍ରା ସମୟରେ ମଣିଷକୁ ବିନା ବୟସ ବୃଦ୍ଧିରେ ବହୁ ବର୍ଷ ପର୍ଯ୍ୟନ୍ତ ଶୁଆଇ ରଖାଯାଇପାରିବବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Tags: